Advertisment

ଶୂନଶାନ୍ ରାତିରେ ଯେଉଁଠି ଚାଲେ ପାର୍ବଣର ମଉଜ, ଟାଙ୍ଗିଆ ଧରି ବାହାରନ୍ତି ବଳି ନାୟକ !

ଶୂନଶାନ ରାତିରେ ଲୋକାରଣ୍ୟ ରାଜବାଟି । ଟାଙ୍ଗିଆ ଧରି ମନ୍ଦିରରୁ ବାହାରୁଛନ୍ତି ବଳି ନାୟକ। ଆଉ ତାଙ୍କୁ ଦେଖି ଧାଉଁଛନ୍ତି ଜନତା। ଧିରେ ଧିରେ ବେଗ ଧରୁଛି କାଳିସୀଙ୍କ ଗତି, ମାନେ ସେ ବି ଧାଉଁଛନ୍ତି ଖୁବ୍ ଜୋରରେ। ଦର୍ଶକବନ୍ଧୁ ଏ ପରାମ୍ପରା ସାରା ଓଡ଼ିଶାରେ ନିଆରା।

author-image
Pallipuspa Samal
ଅଦ୍ୟତନ ହୋଇଛି
Special Story

Special Story

ଶୂନଶାନ ରାତିରେ ଲୋକରଣ୍ୟ ରାଜବାଟି । ଟାଙ୍ଗିଆ ଧରି ମନ୍ଦିରରୁ ବାହାରୁଛନ୍ତି ବଳି ନାୟକ। ଆଉ ତାଙ୍କୁ ଦେଖି ଧାଉଁଛନ୍ତି ଜନତା। ଧିରେ ଧିରେ ବେଗ୍ ଧରୁଛି କାଳିସୀଙ୍କ ଗତି, ମାନେ ସେ ବି ଧାଉଁଛନ୍ତି ଖୁବ୍ ଜୋରରେ। ଦର୍ଶକବନ୍ଧୁ ଏ ପରାମ୍ପରା ସାରା ଓଡ଼ିଶାରେ ନିଆରା। ପାର୍ବଣ ସମୟରେ ନୀଳଗିରୀ ରାଜବାଟିରେ ଏମିତି ଉତ୍ସବ ପାଳନ ହୁଏ ପ୍ରତିବର୍ଷ। ଯେଉଁ ପରମ୍ପରାର ନାଁ ବଳି ନାୟକ ଖେଳ।

Advertisment

କଳା ମଚମଚ୍ ଦେହ। ମଥାରେ ଲମ୍ବା ସିନ୍ଦୁର କଲି। ନମସ୍କାର ମୁଦ୍ରାରେ ମା’ କନକ ଦୁର୍ଗାଙ୍କୁ ପ୍ରଣତି ଢାଳୁଛନ୍ତି ସିଏ। ଉପାଧି ତାଙ୍କର ବଳି ନାୟକ। ବାଜୁଛି ଢୋଲ, ଜଳୁଛି ମଶାଲ। ଶୂନସାନ୍ ରାତିରେ ହେଉଛି ପାର୍ବଣର ମଉଜ। ନୀଳଗିରୀ ରାଜବାଟିର କୁଳଦେବୀ ମା’ କନକ ଦୁର୍ଗାଙ୍କ ପାଖରେ ପୂଜା ପରେ ସେ ଉପସ୍ଥିତ ଲୋକଙ୍କୁ ଗୋଡ଼ାଇବେ । ଯାହାକୁ ଛୁଇଁବେ ତାକୁ ବଳି ଦିଆଯାଏ ।

ଡରିଗଲେ କି ? ଆଦୌ ଡରନ୍ତୁନି। ସେ ଛୁଇଁବେ ସତ, ହେଲେ କାହାର ବଳି ପଡିବନି। ଏମିତି କୁଆଡେ ଆଗରୁ ହେଉଥିଲା। ବଳି ପ୍ରଥା କାହିଁ କେଉଁ ଦିନରୁ ବନ୍ଦ ହୋଇଯାଇଛି। ଖାଲି ଯାହା ନୀତି ପାଳିବାକୁ ଚାଲୁଛି ବଳି ନାୟକ ଖେଳ। ଚାଲନ୍ତୁ ଜାଣିବା ନୀଳଗିରିର କାହାଣୀ.... 

Advertisment

୧୭୫୦ରେ ତତ୍କାଳୀନ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ନୀଳଗିରିକୁ ମରାଠାଙ୍କ ଆକ୍ରମଣ ବାରମ୍ବାର ହେଉଥୁବା ଦେଖି ନୀଳଗିରିରୁ ଦୂର ଗରଡ଼ିହି ଠାରେ ଅବସ୍ଥିତ ରାଜବାଟିକୁ ନୀଳଗିରିକୁ ଆଣିଥିଲେ । ନିଜ ଗଡ଼ ତଥା ନୀଳଗିରିକୁ ସୁରକ୍ଷା ଦେବାକୁ ସେ ତାଙ୍କ ସେନାକୁ ମଜବୁତ କରିବା ସହ ଗୁପ୍ତରେ ନିଜ ସୈନିକଙ୍କୁ ନିଯୁକ୍ତି ସହ ପ୍ରଶିକ୍ଷଣ ଦେଉଥିଲେ । ଆଉ ଶରତ ସଂଧ୍ୟାରେ ଗୁପ୍ତରେ ଆରମ୍ଭ ହେଉଥିଲା ସୈନିକ ନିଯୁକ୍ତି ସହ ପ୍ରଶିକ୍ଷଣ କ୍ୟାମ୍ପ ।

ଏମିତି ଦୌଡ଼ ଆୟୋଜନ କରି ସେନାରେ ନିଯୁକ୍ତି ସହ ସୈନିକ ଖାଦ୍ୟ ପାଇଁ ପ୍ରସ୍ତୁତ ହୁଏ ମାଂସ ଆହାର । ଯାହା ବାହାରକୁ ବଳିର ରୂପ ଭଳି ଜଣାପଡ଼େ ଓ ଏହା ପରେ ବଳିନାୟକ ଖେଳର ପ୍ରଚାର କରାଯାଏ । ଦୌଡ଼ରେ ଯିଏ ହାରେ ତାକୁ ବଳି ଦିଆଯାଏ ବୋଲି କୁହାଯାଉଥିଲା । ତେବେ ସତରେ ଯଦି ବଳି ଦିଆଯାଉଥାନ୍ତା ତାହାଲେ କ’ଣ କେହି ଖେଳରେ ଭାଗନେବାକୁ ଆସିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ନୀଳଗିରି ରାଣୀ । ଏହାସହ ଏହା ରାଜଶାସନ ସମୟର ଶତ୍ରୁଙ୍କୁ ଭ୍ରମିତ କରିବା ପାଇଁ ଏକ ଯୋଜନା ବୋଲି ସେ କହିଛନ୍ତି ।

Nilagiri Durga Puja
Advertisment
Advertisment