• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଭଙ୍ଗା ଦଦରା ଝାଟିମାଟିର କୁ଼ଡିଆ ଘର । ଘରର ଅବସ୍ଥା ଏମିତି ହୋଇଛି ଯେ କେଉଁଠି କାନ୍ଥ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ତ ଆଉ କେଉଁଠି ବର୍ଷା । ହେଲେ ଚାଳରୁ ପାଣି ଗଳୁଛି। କାନ୍ଥରୁ ଚେକା ଚେକା ହୋଇ ମାଟି ବି ଖସୁଛି। ବୋଧହୁଏ ଏ ହେଉଛି ପ୍ରକ଼ୃତିର ଥାର୍ଡ ଡିଗ୍ରୀ।

ଲଘୁଚାପଜନିତ ବର୍ଷାରେ ଭାଙ୍ଗିରୁଜି ଯିବା ପରେ ଏବେ ବେସାହରା ହୋଇପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ରାଣୀପୋଖରୀ ଗାଁର ପ୍ରଣତି ସେନାପତି। ସ୍ୱାମୀ ବାହାରେ ରହୁଥିବା ବେଳେ ପର ଘରେ ଛୋଟ ପୁଅ ଓ ବୃଦ୍ଧ ଶଶୁରକୁ ନେଇ ମୁଣ୍ଡ ଗୁଞ୍ଜିବାକୁ ପଡୁଛି ପ୍ରଣତିଙ୍କୁ।

ସେପଟେ ଆବାସ ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏଁ ସବୁଠି ଗୁହାରି କରି ମଧ୍ୟ ନିରାଶ ହୋଇଛନ୍ତି ପ୍ରଣତି। ଅନ୍ୟପଟେ ଏ ବିଷୟରେ ଅବଗତ ଅଛି ଖୁବଶୀଘ୍ର ତାଙ୍କ ନାମକୁ ପ୍ରାଓରିଟି ଲିଷ୍ଟରେ ସାମିଲ କରାଯାଇ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଳି ବିଡ଼ିଓ।

 

OTV is now on Whatsapp

Join and get latest news update delivered to you via whatsapp

Join Now