Advertisment

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର; ଆସନ୍ତାକାଲି ହିତାଧିକାରୀଙ୍କୁ ମିଳିବ ଟଙ୍କା

ସୁଭଦ୍ରା ଟଙ୍କା ମିଳିବା ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତାକାଲି ଆସିବ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା।

author-image
Sujit kumar Swain
ଅଦ୍ୟତନ ହୋଇଛି
Subhadra Yojana: 35 lakh beneficiaries to get 2nd phase payment of 1st installment by 12 pm on Oct 9

Subhadra Yojana

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ସୁଭଦ୍ରା ଟଙ୍କା ମିଳିବା ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା। ଏହି ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

Advertisment

ବର୍ତ୍ତମାନ ପର୍ଯ୍ୟନ୍ତ କୋଟିଏରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ରେଜିଷ୍ଟ୍ରେସନ କରିସାରିଛନ୍ତି। ଗତ ସେପଟମ୍ବର ୧୭ରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଆସି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ଦେଇଥିଲେ।

ଦେଖନ୍ତୁ ଭିଡିଓ | କଣ ଏହି ସୁଭଦ୍ରା ଯୋଜନା ?

ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାକୁ ପ୍ରଦାନ କରିବେ। ଏଥିପାଇଁ ବାରିପଦାରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। 

Advertisment

କେଉଁ ମାନଙ୍କୁ ମିଳିବ ଟଙ୍କା ? 

ଯେଉଁମାନଙ୍କ ବ୍ୟାଙ୍କ ଖାତା ଠିକ୍ ଥିବ ସେମାନଙ୍କୁ ମିଳିବ ଟଙ୍କା ।  ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଲିଙ୍କ ହୋଇଥିଲେ ମିଳିବ ଟଙ୍କା । ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ନିୟମାବଳୀକୁ ପୂରଣ କରୁଥିବା ମଧ୍ୟ ଦରକାର। 

ତେବେ ସୁଭଦ୍ରା ଟଙ୍କା ଆସିବାକୁ ଥିବାରୁ ଏନେଇ ନେଇ ଉତ୍ସାହିତ ଆବେଦନକାରୀ । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୧୧ ହଜାର ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଥିଲେ । ଏଥର ୪୦ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଟଙ୍କା ପାଇବେ । ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଏଥର ବି ବାଦ ପଡିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଟଙ୍କା ମିଳିବ ।

Money
Advertisment
Advertisment