• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଘରୋଇ କଳିରୁ ପିଶାଚ ବାପାର ଜଘନ୍ୟ କାଣ୍ଡ । ୧୪ ମାସର ପୁଅକୁ ହତ୍ୟା ସହ ୧୦ ବର୍ଷର ଝିଅର ଗଳା କାଟିଲା ବାପା । ନୂଆପଡ଼ା ଜିଲ୍ଲା ବୋଡେନ ଥାନା କୋଟିଆପଡ଼ା ଗାଁରେ ଅମାନୁଷିକ କାଣ୍ଡ । ଅଭିଯୋଗ ଅନୁସାରେ, କୁଟିଆପଡ଼ା ଗାଁର କିଶୋର ମାଝୀ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୌତୁକକୁ ନେଇ ବିଭିନ୍ନ ସମୟରେ ଝଗଡ଼ା ଲାଗୁଥିଲା ।

ତେବେ ଆଜି କିଶୋର ମାଡ଼ ମାରିବାରୁ ତାଙ୍କ ପତ୍ନୀ ବାପଘରକୁ ଚାଲିଯାଇଥିଲେ । କିଶୋର ସେମାନଙ୍କର ୩ ଛୁଆଙ୍କୁ ଜଙ୍ଗଲକୁ ନେଇଯାଉଥିବା ବେଳେ, ମଝିଆ ଝିଅ କୌଶଳ କ୍ରମେ ଲୁଚି ଖସି ପଳାଇଥିଲା । ତେବେ କିଶୋର ନିଜ ୧୪ ମାସର ପୁଅକୁ ନିଶା ବଟିକା ଖୁଆଇ ପାଖ ଚୂଆରେ ବୁଡ଼ାଇ ମାରିଥିବା ଏବଂ ୧୦ ବର୍ଷର ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ବୋଡେନ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ସେପଟେ ଘର ଆଗରେ ପୁଅର ମୃତଦେହ ରଖି ବାପା ଫେରାର୍ ମାରିଥିବା ବେଳେ, ତାକୁ ଘର ନିକଟ ଜଙ୍ଗଲରୁ ଧରି ଗାଁଲୋକେ ପୋଲିସକୁ ଜିମା ଦେଇଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now