/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728457704.jpg)
Subhadra Yojana
ଖାତାକୁ ଆସିଲା ‘ସୁଭଦ୍ରା‘ ଟଙ୍କା। ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଆସିଛି। ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅକ୍ଟୋବର ୭ ତାରିଖ ସୁଦ୍ଧା ଆବେଦେନ କରିଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଟଙ୍କା ଆସିଛି। ଏନ୍ସିପିଆଇ କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ପଠାଯାଇଛି। ଆଗକୁ ଦଶହରା ଥିବା ବେଳେ ମହିଳା ହିତାଧିକାରୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି।
ଦେଖନ୍ତୁ ଭିଡିଓ | କଣ ଏହି ସୁଭଦ୍ରା ଯୋଜନା ?
ସୁଭଦ୍ରା ଯୋଜାନାରେ ଏପର୍ଯ୍ୟନ୍ତ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ କଲେ ଜାଣି ପାରିବେ।
ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏଥିସହ ସୁଭଦ୍ରା ଫର୍ମ ଦାଖଲବେଳେ ଆଧାରର ଜେରକ୍ସ ସହ ରାସନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ସଠିକ ଭାବେ ହୋଇଥିଲେ ଟଙ୍କା ଆସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)