Advertisment

କାର୍ଯ୍ୟକ୍ଷମ ହେଲା ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’; ରକ୍ତ ପରି ମାଗଣାରେ ମିଳିବ ଅସ୍ଥି

ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ବୋନ ବ୍ୟାଙ୍କ ବା ଅସ୍ଥି ଭଣ୍ଡାର।

author-image
Sonali Ojha
ଅଦ୍ୟତନ ହୋଇଛି
Odisha's First Bone Bank Services Begin At Cuttack SCBMCH

Bone Bank

ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ବୋନ ବ୍ୟାଙ୍କ ବା ଅସ୍ଥି ଭଣ୍ଡାର। ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ବୋନ ବ୍ୟାଙ୍କ ଉଦଘାଟନ କରିଛନ୍ତି। ଏହି ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ଦ୍ୱାରା ଅସ୍ଥି ରୋଗ ଚିକିତ୍ସା ଦିଗରେ ଆହୁରି ଉନ୍ନତି ଘଟିବ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଦେଶର ପ୍ରଥମ ଚାଉଳ ATM

ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସସିବିରେ ଏହି ସୁବିଧା ଉପଲବ୍ଧ ହୋଇଛି । ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତଦେହଠାରୁ ମଧ୍ୟ ଅସ୍ଥି ସଂଗ୍ରହ କରି ଏହି ବ୍ୟାଙ୍କରେ ଗଚ୍ଛିତ ରଖାଯାଇ ପାରିବ । ଏହାପରେ ଏହି ଅସ୍ଥିକୁ ଅନ୍ୟ ଶରୀରରେ ଉପଯୋଗ କରାଯାଇପାରିବ। ଫଳରେ ଏଣିକି ରକ୍ତ ଭଳି ହାଡ଼ ମଧ୍ୟ ମିଳିପାରିବ । ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଏସସିବି ମେଡିକାଲରେ ବର୍ଷକୁ ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଅସ୍ଥି ଅପରେସନ କରାଯାଇ ବଦଳ କରାଯାଏ। ବର୍ତ୍ତମାନ ସଂଗୃହିତ ଅସ୍ଥିକୁ ସଂଗ୍ରହ କରାଯିବ ଓ ଫ୍ରିଜରରେ ରଖି ତାକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ବୋଲି କହିଛନ୍ତି ମେଡିକାଲ ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ନିର୍ମଳ ମହାପାତ୍ର। ସାଧାରଣ ଭାବେ ଦୁର୍ଘଟଣା, କର୍କଟ ରୋଗୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କାଟି ହାଡ଼କୁ ଫିଙ୍ଗି ଦିଆଯାଇଥାଏ । ଏଣିକି ଉକ୍ତ ହାଡ଼କୁ ଆଉ ନ ଫିଙ୍ଗି ସଂରକ୍ଷିତ କରି ରଖାଯିବ । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯାଇଥିବାରୁ ଏହା ଦ୍ୱାରା ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ ।

Advertisment
Health Minister SCB Medical
Advertisment
Advertisment