• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସ୍ବାଧୀନତାକୁ ୭୫ ବର୍ଷ ବିତିସାରିଛି । ଆଉ ରାଜ୍ୟରେ ଲାଗାତର ଗୋଟିଏ ସରକାର ୨୫ ବର୍ଷ ଶାସନ କରିବା ପରେ କ୍ଷମତାଚ୍ୟୁତ ହୋଇଛି । କିନ୍ତୁ ତଥାପି ସରିଲାନି ଦୁଃଖ । ବିପଦ ସଙ୍କୁଳ ଅବସ୍ଥାରେ କୁନିକୁନି ପିଲା ନାଳ ପାର୍ ହୋଇ ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି । ଆଉ ଗାଁର ଲୋକମାନେ ଇଲେକ୍ଟ୍ରି ପୋଲ୍ ଉପରେ ଧୀରେ ଧୀରେ ଗାଡ଼ିକୁ ଗଡ଼ାଇ ପୋଲ ଅତିକ୍ରମ କରୁଛନ୍ତି ।

ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ସାନ ବୁରଡା ଅଂଚଳର ଦୃଶ୍ୟ । ବର୍ଷ ବର୍ଷ ଧରି ଗାଁର ସମସ୍ୟାକୁ ନେଇ ବଡ଼ ବଡ଼ ବାବୁଙ୍କ ନିକଟରେ ଗୁହାରି କରିଛନ୍ତି ଏମାନେ । ସରକାରଙ୍କୁ ବି ବହୁବାର ଅବଗତ କରାଇଛନ୍ତି । କିନ୍ତୁ ବାରମ୍ବାର କହିବା ସତ୍ତ୍ବେ ବି କିଛି ସୁଫଳ ମିଳିପାରିନାହିଁ । ତେଣୁ ଗ୍ରାମବାସୀମାନେ ଏକାଠି ହୋଇ ପଥର ସଂଗ୍ରହ କରି ତା’ ଉପରେ ବିଦ୍ୟୁତ୍ ଖୁଣ୍ଟ ପକାଇ ଏଭଳି ଅସ୍ଥାୟୀ ପୋଲ ତିଆରି କରିଛନ୍ତି । ଆଉ ଏମିତି ନିତିଦିନ ନାଳ ପାର୍ ହେଉଛନ୍ତି ।

ଏହି ପୋଲ ଉପରେ ନିର୍ଭର କରନ୍ତି ୫ରୁ ୬ ଖଣ୍ଡ ଗାଁର ଲୋକେ । ବର୍ଷା ଦିନେ ପାଣି ଆସିଲେ ସବୁ କିଛି ଠପ୍ ହୋଇଯାଏ । ଏନେଇ ଆର୍.ଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଖୁବଶୀଘ୍ର ଏଠାରେ ପୋଲ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଶୁଣୁଛି ଏମାନଙ୍କ ଦୁଃଖ । ଏ ଗରିବ ଗାଁ ଲୋକଙ୍କ ପାଇଁ କେବେ ପୋଲ ଖଣ୍ଡିଏ କରାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now