Advertisment

'ଶ୍ରୀମନ୍ଦିର ପରି ଦୁର୍ଗାପୂଜାରେ ବି ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳୁ'

ପୂଜା କମିଟି ଗୁଡିକର ଦାବି- ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ। ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି।

author-image
Chandan Shishu
Durga Puja During Covid time

Durga Puja During Covid time

ଭୁବନେଶ୍ୱର: ପାଖେଇ ଆସିଲାଣି ପାର୍ବଣ ଋତୁ। ହେଲେ କରୋନାର କଟକଣାରେ ସତେ ଯେପରି ସବୁ ନିରବୀ ଯାଇଛି। ଓଡ଼ିଶାର ବଡ଼ ପର୍ବ ଦଶହରାକୁ ଆଉ ଦିନ କେଇଟା ରହିଲା। କିଛି ଦିନ ପରେ ମୂର୍ତ୍ତି ତିଆରିରେ ନିମଗ୍ନ ରହିବେ କାରିଗର। କିନ୍ତୁ ସମ୍ଭାବ୍ୟ କଟକଣା ତଥା ଗାଇଡ୍‌ଲାଇନ୍‌କୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଦୁର୍ଗାପୂଜା କମିଟି। ଦୁର୍ଗାପୂଜାରେ ସ୍ୱାଭାବିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ ସହ କୋଭିଡ ନିୟମ ମଧ୍ୟରେ ମାଙ୍କ ଦର୍ଶନ ଲାଗି ଅନୁମତି ମାଗିଛନ୍ତି ରାଜ୍ୟର ବିଭିନ୍ନ ଦୁର୍ଗାପୂଜା ସମିତି। ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛି ଭୁବନେଶ୍ୱର ଭସାଣି ଉତ୍ସବ ସମିତି।

Advertisment

ପୂଜା କମିଟି ଗୁଡିକର ଦାବି- ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ। ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି।

Advertisment

କାହିକିନା, ଗତବର୍ଷ ପରି ଏବର୍ଷ ମଧ୍ୟ ପରମ୍ପରା ରକ୍ଷା ଲାଗି ଗଣେଶ ପୂଜାକୁ ପାଳନ କରାଯିବ। ଗାଇଡ୍‌ଲାଇନ୍‌ ଅନୁସାରେ ୪ ଫୁଟର ମୂର୍ତ୍ତି ତିଆରି କରାଯିବ। ମଣ୍ଡପରେ ସୀମିତ ସଂଖ୍ୟକ ଲୋକ ରହିବେ। ଭକ୍ତଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି। ଏହି କଟକଣାକୁ ନେଇ ଅନେକ କମିଟି ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ମୂର୍ତ୍ତୀ କାରିଗର କ୍ଷତି ସହିବାକୁ ପଡ଼ିଛି। 

ପଳାଶୁଣି ଦୁର୍ଗାପୂଜା ସମିତିର ଉପସଭାପତି ରମେଶ ସାହୁ କହିଛନ୍ତି ଯେ ରାଜ୍ୟ ବିଭିନ୍ନ ମନ୍ଦିର ତଥା ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ମା ଶାରଳଙ୍କ ମନ୍ଦିର ପାଇଁ ସରକାର ଯେଉଁ SOP କରିଛନ୍ତି, ତାହା ଦ୍ୱାରା ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରୁଛନ୍ତି। ସେହି ଏସ୍‌ଓପି ଓଡ଼ିଶାର ବଡ଼ ପୂଜା ଦୁର୍ଗାପୂଜା ପାଇଁ ଲାଗୁ କରାଯାଉ। ଏହାଦ୍ୱାରା ଭକ୍ତମାନେ ମାଙ୍କ ଦର୍ଶନ ଲାଭ କରିପାରିବେ।  

Odisha News Odisha Durga Puja
Advertisment
Advertisment