Advertisment

ସରଗରମ ପିପିଲି ରାଜନୈତିକ ବଜାର: ଚା’ ଖଟିରେ ଚାଲିଛି ନିର୍ବାଚନ ପ୍ରଚାର

କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍‌ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ।

author-image
Sarbeswar
ଅଦ୍ୟତନ ହୋଇଛି
Pipili

Pipili

ପିପିଲି: କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍‌ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ।

Advertisment

ବିଜେଡିର ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀକୁ ବିଜେପିର କାର୍ଯ୍ୟ କାରିଣୀ ଚାଲିଛି। କାଲି ତାରିଖ ଘୋଷଣା ପରେ ଆଜିଠୁ ପିପିଲିରେ ବଢ଼ିଲାଣି ନିର୍ବାଚନୀ ପାରା, ତେଜିଲାଣି ରାଜନୈତିକ ଗତିବିଧି। ଆଜି ରେଙ୍ଗାଳ ମେଲଣ ପଡିଆଠାରେ ପିପିଲି ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ହୋଇଥିଲା, ତ ଏପଟେ ବିଜେଡି କାର୍ଯ୍ୟାଳୟରେ ବି ଦଳ କରିଥିଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ। ପିପିଲି ପ୍ରଚାରର ଦ୍ୱିତୀୟ ଇନିଂସ ପାଇଁ ମାତ୍ର ୮ ଦିନର ସମୟ ଥିବାରୁ ସେଭିତରେ କେମିତି ସବୁ ଗାଁ, ସବୁ ଘରକୁ ଛୁଇଁ ହେବ ତାକୁ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ।

Advertisment

ଏଥର ରୋଡ୍ ସୋ, ବାଇକ୍ ସୋ ମନା ଥିବା, ଏବଂ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ବି କମ୍ ଥିବାରୁ ସେଥିପାଇଁ ବି ଷ୍ଟ୍ରାଟେଜି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଦୁଇ ଦଳ। ହେଲେ ଗତଥର ଭଳି ଏଥର ବି ଦଳୀୟ କାର୍ଯ୍ୟକ୍ରମରେ ବ୍ୟାକ ଫୁଟ୍‌ରେ କଂଗ୍ରେସ।

ସେପଟେ କିନ୍ତୁ ଏପ୍ରିଲ ମାସର ନିର୍ବାଚନୀ ପରିବେଶ ଭିତରେ ଲୋକଙ୍କ ମଧ୍ୟରେ ଯେଉଁ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଥିଲା, ସେସବୁ ଆଜି ବି କୁହୁଳି ଚାଲିଛି। ଏଇ ଯେମିତି ଯଶୁଆପୁର ପଞ୍ଚାୟତ ଶିରିଆପୁର ଗାଁର କୁନ୍ତି ଭୋଇ। ଏପ୍ରିଲ ମାସରେ ତାଙ୍କ ପାଲଟଣା ଭଙ୍ଗା ଘର ଫଟା କାନ୍ଥରେ ପୋଷ୍ଟର ମାରି ନେତା କହିଥିଲେ ୧୫ ଦିନରେ ଘର ଆସିଯିବ। ହେଲେ ଘର କଣ ମିଳିବ, ନିର୍ବାଚନ ସ୍ଥଗିତ ରହିବା ପରଠୁ ୪ ମାସ ହେଲା ଆଉ କାହାରି ଦର୍ଶନ ଟିକିଏ ନାହିଁ। ତେବେ କେବଳ ପ୍ରତିଶ୍ରୁତିରେ ଅଟକି ଯାଇଛନ୍ତି ନେତା। ଯାହାକୁ ନେଇ ତେଜୁଛି ଅସନ୍ତୋଷ।

Odisha Election Commission Pipili Byelection
Advertisment
Advertisment