• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଶିକ୍ଷା ହିଁ ତାଙ୍କ ଜୀବନର ବ୍ରତ

  • ଗୁରୁଦିବସରେ ଜାଣନ୍ତୁ ଜଣେ ନିଆରା ଗୁରୁଙ୍କ କଥା

ବାସୁଦେବପୁର(କିରୀଟି ଦାସ) : ଦୃଷ୍ଟି ଶକ୍ତି ନାହିଁ । ହେଲେ ସେ ଶିକ୍ଷାର ବିନ୍ଧାଣି । ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । ଗଣିତ ହେଉ କି ସାହିତ୍ୟ ଅବା ଇଂରାଜୀ ସବୁ ବିଷୟକୁ ସେ ର୍ନିଭୁଲ ଭାବେ ପଢାଇନ୍ତି । ଶିକ୍ଷକତା ତାଲିମ ନଥିଲେ ବି ପିଲାଙ୍କ ଠାରୁ ପାଠ ଶୁଣିବା ପରେ ସହଜ ଓ ସରଳ ପ୍ରଣାଳୀରେ ବୁଝାଇ ଦେଇଥାନ୍ତି । ପାରିଶ୍ରମିକ ଯାହାବି ମିଳୁ, ପିଲାମାନଙ୍କୁ ପାଠ ପଢାଇ ଆତ୍ମସନ୍ତୋଷ ପାଆନ୍ତି ଏହି ନିଆରା ଗୁରୁ ।

ଭାସ୍କର ମଲ୍ଲିକ । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆସାହିରେ । ବୟସ ୬୦ ପାରି ହୋଇଗଲାଣି । ଭାସ୍କର ସାର୍ ଭାବେ ଅଂଚଳରେ ସେ ବେଶ ପରିଚିତ । ଦୃଷ୍ଟି ଶକ୍ତି ହରାଇ ଥିଲେ ମଧ୍ୟ ପଢିଥିବା ମେଧାଶକ୍ତି ବଳରେ ସେ ମେଧାବୀ ତିଆରୀ କରି ଚାଲିଛନ୍ତି । ଏଥି ପାଇଁ ସକାଳ ସନ୍ଧ୍ୟା ଦୁଇ ବେଳା ତାଙ୍କ ଘର ଆଗରେ ପିଲାଙ୍କ ଭିଡ ଲାଗୁଛି ।

ପିଲା ବେଳେ ଜଣେ ମେଧାବୀ ଛାତ୍ର ଥିଲେ ଭାସ୍କର ସାର୍ । ସ୍କୁଲ ପଢା ସମୟରେ ସାମାନ୍ୟ ଆଖି ସମସ୍ୟା ଦେଖାଦେଇଥିଲା । ୧୯୮୦ରେ ଏକାଦଶ ପାଶ କରିବା ପରେ ସେ ବିଜେବି କଲେଜରେ ବାଣିଜ୍ୟ ବିଭାଗରେ ନାମ ଲେଖାଇଥିଲେ । ଆଖିକୁ ଭଲ ଭାବେ ଦେଖାଯାଉନ ଥିଲେବି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଉ ବିକମ୍ ପଢିବା ବେଳେ ଆଖିର ଦୃଷ୍ଟିଶକ୍ତି କମିଗଲା । ବହିର ଅକ୍ଷର ଦେଖଗଲା ନାହିଁ । ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଲେ ମଧ୍ୟ କିଛି ଲାଭ ହେଲାନାହିଁ । ଧୀରେଧୀରେ ଦୃଷ୍ଟିଶକ୍ତି କମିବାକୁ ଲାଗିଲା । ଶେଷରେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଗଲା । ଆଉ ସେହିଠି ହିଁ ବନ୍ଧାହେଲା ପାଠ ପଢାରେ ଡୋରୀ ।

ଦୃଷ୍ଟିଶକ୍ତି ହରାଇବା ପରେ ଭାସ୍କର ସାର୍ ଭଗବାନଙ୍କୁ ଭରସା କରି ଘରେ ନ ବସି ନିଜ ଭାଇମାନଙ୍କୁ ପଢାଇବା ଆରମ୍ଭ କଲେ । ଧୀରେ ଧୀରେ ପାଖ ପଡୋଶୀ ପିଲା ଆସି ପାଠ ପଢିଲେ । ଏବେ ତାଙ୍କ ପାଖରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୪୦ ଜଣ ପିଲା ପାଠ ପଢୁଛନ୍ତି ।