• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 06 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

କୋର୍ଟ ଆଗରେ ସ୍ୱାମୀ-ସ୍ତ୍ରୀ ହାତାହାତି, ନିର୍ଯାତନାର କାହାଣୀ ବଖାଣିଲେ ଶୁଭାସିନୀ

ଆଜି ସ୍ୱାମୀ-ସ୍ତ୍ରୀ କୋର୍ଟରେ ପହଞ୍ଚି ଥିଲେ। ମାଜିଷ୍ଟ୍ରେଟ୍‌ ଉଭୟଙ୍କୁ ବୁଝାଉଥିଲେ। ଜୀବନକୁ ବିପଦ ରହିଛି ଦର୍ଶାଇ ସେ(ସିଦ୍ଧାର୍ଥ) ମାଜିଷ୍ଟ୍ରେଟ୍‌ଙ୍କ କୌଣସି କଥା ଶୁଣିବାର ନଥିଲେ। ତେବେ ଆଜି କୌଣସି ନିଷ୍କର୍ସ ବାହାରି ନପାରିବାରୁ ୨୯ ତାରିଖରେ ହାଜର ହେବାକୁ ମାଜିଷ୍ଟ୍ରେଟ୍‌ ପରାମର୍ଶ ଦେଇଥିଲେ। ପାରିବାରିକ ଅଦାଲତରୁ ବାହାରି ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। More
  • Chandan Shishu
  • 3 years ago

ବର୍ଷା ପାଇଁ ହୋମଯଜ୍ଞ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି। More
  • Chandan Shishu
  • 3 years ago

ଜଗଦୀଶ, ଜୟନ୍ତଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି। More
  • Chandan Shishu
  • 3 years ago

ରାଜ୍ୟରେ ୧୧ ହଜାର ପୋଲିସ ପଦବୀ ଖାଲି

ପ୍ରଶ୍ନକାଳରେ ସେ କହିଥିଲେ ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି।  More
  • Chandan Shishu
  • 3 years ago

୧୩ରେ କଟକରେ ପଡ଼ିବ ତାଲା !

ଆଜି ସକାଳେ ମାଆଙ୍କ ପାଇଁ ବିଭିନ୍ନ ସାମାଜିକ ସଂଗଠନ ଆଣ୍ଠେଇ ପ୍ରତିବାଦ କରିଥିଲେ। ବର୍ଷାରେ ଓଦା ହୋଇ ରାସ୍ତା ଉପରେ ଆଣ୍ଠୁ ମାଡି ବସି କଟକ ବାଦାମବାଡ଼ି ଛକରେ ସାମାଜିକ ସଂଗଠନର କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନକୁ ଗୁହାରି କରିଥିଲେ। ଆସନ୍ତା ଦୁର୍ଗାପୂଜାରେ ମାଆଙ୍କ ମୂର୍ତ୍ତି ୪ ଫୁଟ୍‌ରୁ ଅଧିକ କରିବାକୁ ସେମାନେ ଦାବି କରିଥିଲେ। More
  • Chandan Shishu
  • 3 years ago

ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ପାଇଁ ସଚିବ ସ୍ତରୀୟ ଅଧିକାରୀ ମନୋନିତ

ଭୁବନେଶ୍ୱର: ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ପାଇଁ ସଚିବ ସ୍ତରୀୟ ଅଧିକାରୀଙ୍କୁ ମନୋନିତ କରାଯାଇଛି। ଯୋଜନା ଓ ସମନ୍ୱୟ ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଛି। କଳାହାଣ୍ଡି ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁ, ବଲାଙ୍ଗିର ପାଇଁ ନିକୁଞ୍ଜ ଧଳ, କନ୍ଧମାଳ ପାଇଁ ଅଶୋକ କୁମାର ମୀନା, ଢେଙ୍କାନାଳ ପାଇଁ ରଞ୍ଜନା ଚୋପ୍ରା, କୋରାପୁଟ ପାଇଁ ବିଷ୍ଣୁପଦ ସେଠୀ, ରାୟଗଡ଼ା ପାଇଁ ସୁରେଶ କୁମାର ବଶିଷ୍ଠ, ଗଜପତି ପାଇଁ ଶ୍ରୀମତି ଶୁଭ ଶର୍ମା, ନବରଙ୍ଗପୁର ପାଇଁ ଅରବିନ୍ଦ ଅଗ୍ରୱାଲ, ନୂଆପଡ଼ା ପାଇଁ ସଚିନ ଆର. ଯାଦବ ଓ ମାଲକାନଗିରି ଜିଲ୍ଲା ପାଇଁ ଆର. ରଘୁ ପ୍ରସାଦଙ୍କୁ ମନୋନୀତ କରାଯାଇଛି। ଏହି ସଚିବ ସ୍ତରୀୟ ଅଧିକାରୀମାନେ ବିଶେଷ କରି ୫ଟି କ୍ଷେତ୍ର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଜଳ ସମ୍ପଦ, ଆର୍ଥିକ ଅବସ୍ଥା ଏବଂ ଦକ୍ଷତା ବିକାଶ ଓ ମୂଳ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବେ। 

  • Chandan Shishu
  • 3 years ago

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। More

  • Chandan Shishu
  • 3 years ago

'ଲୁହାପଥର ଉତ୍ପାଦନର ଅଧା ଭାଗ ଓଡ଼ିଶା ପାଇଁ ରହୁ'

ବିଜ୍ଞାପନରେ ଦର୍ଶାଇଛନ୍ତି ସ୍ଥାନୀୟ ଶିଳ୍ପୋଦ୍ୟୋଗୀଙ୍କ ପ୍ରତିବାଦ ସତ୍ତ୍ୱେ ଯେ ରାଜ୍ୟରେ ଉତ୍ପାଦିତ ୬୦ ପ୍ରତିଶତ ଲୁହା ପଥର ଅଲଗା ରାଜ୍ୟକୁ ପଠାଯାଉଛି। ରାଜ୍ୟରେ ଲୁହାପଥର ଦର ଆକାଶଛୁଆଁ ହୋଇଥିବାରୁ ଖଣି ବ୍ୟବସାୟୀ ଲାଭବାନ ହେଉଛନ୍ତି। ହେଲେ ଲୁହା ପଥର ଅଭାବରୁ ରାଜ୍ୟରେ ସ୍ପଞ୍ଜ ଆଇରନ ୟୁନିଟ ବନ୍ଦ ହୋଇଗଲାଣି। More

  • Minati Mishra
  • 3 years ago

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ନାବାଳିକା ଝିଅକୁ ଦୁଷ୍କର୍ମ ମାମଲାରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତର ନାଁ ତୁଲାରାମ ମାଝୀ । ଗତ ୩ ତାରିଖରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଘଟିଥିଲା ଲଜ୍ଜାଜନକ ଘଟଣା । ମାଆ ଝିଅ ଉଭୟ ବିଲରୁ କାମ ସାରି ଘରକୁ ଫେରିବା ବେଳେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ନାବାଳିକା ଝିଅକୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମାମଲାରେ ତେନ୍ତୁଳିଖୁଣ୍ଟି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଇଛି । ଅନ୍ୟପଟେ ଆକ୍ରମଣର ଶିକାର ମହିଳା ଏବେ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । 

  • Minati Mishra
  • 3 years ago

ନିଖୋଜ ୨ ଶିଶୁପୁତ୍ର ଉଦ୍ଧାର

ନିଖୋଜ ଶିଶୁପୁତ୍ର ଉଦ୍ଧାର। ସୁନ୍ଦରଗଡ଼ କୋଇଡାର ଏମ୍ଏମ୍ ଛକ ନିକଟ ବସ୍ତିରୁ ନିଖୋଜ ଦୁଇ ଶିଶୁକୁ ଉଦ୍ଧାର କରାଯାଇଛି। ଉଭୟ ଶିଶୁ ମେଡିକାଲ୍ ଛକରେ ଥିବା ଏକ ବାରଣ୍ଡାରେ ଶୋଇଥିଲ। ା କୋଇଡା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଦୁଇ ଜଣଙ୍କୁ ଉଦ୍ଧାର କରିଛି॥ ତେବେ ଜଣେ ଶିଶୁ ଘରକୁ ଯିବାକୁ ରାଜି ହୋଇନଥିଲା। ଘରେ ମଦ୍ୟପ ବାପା ଥିବାରୁ ଶିଶୁ ଘରକୁ ଯାଇନଥିଲା॥ ଶିଶୁକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି।

  • Minati Mishra
  • 3 years ago

କଖାରୁ ଭିତରେ ଗଂଜେଇର ଚୋରା ଚାଲାଣ

କଖାରୁ ନାଁରେ ଗଂଜେଇ ଚୋରା ଚାଲାଣ। ଜବତ ହେଲା ୫ କ୍ୱିଣ୍ଟାଲ ଗଂଜେଇ। କଳାହାଣ୍ଡି କେସିଙ୍ଗା ଅଣ୍ଡର ବ୍ରିଜ୍ ନିକଟରୁ ଏସବୁ ଜବତ ହୋଇଛି। କଖାରୁ ବୋଝେଇ ଗାଡ଼ିରୁ ୨୮୧ ପ୍ୟାକେଟ୍ ଗଂଜେଇ ମିଳିଛି॥ ଯାହାର ଓଜନ ୫ କ୍ୱିଣ୍ଟାଲ ହେବ । ଏହି ମାମଲାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କେସିଙ୍ଗା ପୋଲିସ । 

  • Minati Mishra
  • 3 years ago

ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।  ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ବାଦ୍ୟ ସହ ଟୁଡୁଙ୍କୁ ସ୍ୱାଗତ କରାଯାଇଛି।  ବିମାନବନ୍ଦରେ ପହଂଚି କେନ୍ଦ୍ରମନ୍ତ୍ରୀ ଟୁଡୁ ବାଇକ ଶୋଭାଯାତ୍ରାରେ ଯିବା ସହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ପରେ ସେ ସିଧାସଳଖ ପୁରୀ ଗସ୍ତ କରିବେ ସେଠାରେ ।ପ୍ରଥମେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ପରେ ରାଜ୍ୟ ବିଜପି କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରହିଛି  ।ପରେ ମୟୂରଭଞ୍ଜ ଗସ୍ତ କରି ସେଠାରେ ଜନଆଶୀର୍ବାଦ ଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ॥ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ।

  • Minati Mishra
  • 3 years ago

ରାଜ ରାସ୍ତାରେ ଗର୍ଜିଲେ ଛାତ୍ର

 ରାଜ ରାସ୍ତାରେ ଗର୍ଜିଲେ ଛାତ୍ର। ଯୁକ୍ତ ଦୁଇ ଡ୍ରପ୍ ଆଉଟ୍ ଓ ଏକ୍ସରେଗୁଲାର୍ ପିଲାଙ୍କ ମୂଲ୍ୟାୟନରେ ପକ୍ଷପାତିତା ଅଭିଯୋଗ। ଏନେଇ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ରାଜ୍ୟ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ମିଶି ଆଜି ମାଷ୍ଟର କ୍ୟାଣ୍ଟିନ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀ ନବୀନ ନିବାସ ଘେରାଉ କରିବାକୁ ଗଲା ବେଳେ ପୋଲିସ୍ ଏମାନଙ୍କୁ ଅଟକାଇଥିଲା। ବେଶ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ରାଜଧାନୀ ରାଜରାସ୍ତା। ପୋଲିସ୍ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା॥  ପୋଲିସ୍ କିଛି ଛାତ୍ରଙ୍କୁ ଏବେ ଅଟକ ରଖି ରାସ୍ତା ଖାଲି କରିଛି।

  • Rajalaxmi Sahoo
  • 3 years ago

ଭାଇର ପ୍ରେମ ବିବାହ ପାଇଁ ଭଉଣୀର ଗଲା ଜୀବନ

ମହଙ୍ଗା ପଡ଼ିଲା ପ୍ରେମ ବିବାହ। ଭାଇ କଲା ପ୍ରେମ, ହେଲେ ଭଉଣୀର ଗଲା ଜୀବନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ ଏହି ଘଟଣା ଘଟିଛି। More

  • Prangyan Parimita
  • 3 years ago

କଲବଲ କରୁଛି ଅଣ୍ଟାତଳ ଘା’: ବଞ୍ଚି ଥାଉ ଥାଉ ନର୍କଯନ୍ତ୍ରଣା ଭୋଗୁଛନ୍ତି ପ୍ରଭାତ

ନୂଆପାଟଣା ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ପ୍ରଭାତ । ବୟସ ୨୭ ବର୍ଷ । ଦେହରେ ବ୍ୟାପିଛି ଏକ ଭୟଙ୍କର ଘା । ପ୍ରଥମେ ଅଣ୍ଟା ତଳକୁ ଛୋଟିଆ ଘା ଟିଏ ହୋଇଥିଲା । ଏହାର ଆକାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେଉଁ କାରଣରୁ ଘା ବଢୁଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ପ୍ରଭାତ ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ More

  • Prangyan Parimita
  • 3 years ago

୨୨ ଲକ୍ଷରୁ ଅଧିକ ଡୋଜ ଟିକା ଦେବାରେ ରାଜ୍ୟର ପ୍ରଥମ ସହର ଭୁବନେଶ୍ୱର

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୬ ହଜାର ୯୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଓ ୩୨ ହଜାର ୬୧୪ ସ୍ୱାସ୍ଥ୍ୟକର୍ମୀ ଉଭୟ ଡୋଜ ଦ୍ୱିତୀୟ ଟିକା ଗ୍ରହଣ କରିସାରିଛନ୍ତି । ସେହିଭଳି ୫୬ ହଜାର ୩୨୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୪୯ ହଜାର ୪୨୧ ଜଣ ଉଭୟ ଡୋଜ ନେଇ ସାରିଛନ୍ତି । ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି More

  • Rajalaxmi Sahoo
  • 3 years ago

ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ

ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପ୍‌ଗ୍ରେଡ୍‌ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ।  More

  • Rajalaxmi Sahoo
  • 3 years ago

ପ୍ରଥମେ ଶାରୀରିକ ସମ୍ପର୍କ ପରେ ବ୍ଲାକ୍‌ମେଲିଂ, ଶେଷରେ...

ବ୍ଲାକ୍‌ମେଲିଂର ନୂଆ ତରିକା। ପ୍ରଥମେ ଶାରୀରିକ ସମ୍ପର୍କ ଓ ପରେ ଘଟଣାର ଭିଡିଓ କରି ବ୍ଲାକ୍‌ମେଲିଂ। ଜଣେ ବିଉଟି ପାର୍ଲର ମାଲିକ ଓ ତାଙ୍କ ସ୍ତ୍ରୀ ଏପରି ଷଡ଼ଯନ୍ତ୍ର ରଚିଥିଲେ।  More

  • Minati Mishra
  • 3 years ago

ଆମ୍ବୁଲାନ୍ସରେ ଲାଗିଗଲା ନିଆଁ

କେନ୍ଦ୍ରାପଡ଼ା: ଆମ୍ବୁଲାନ୍ସରେ ଲାଗିଲା ନିଆଁ। ହେଲେ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ଆମ୍ବୁଲାନ୍ସ କର୍ମଚାରୀ। କଟକରେ ରୋଗୀ ଛାଡ଼ି ଫେରୁଥିବା ବେଳେ କେନ୍ଦ୍ରାପଡ଼ା ସହରର ମହିପାଳ ଛକରେ ଥିବା କଜଳା ପେଟ୍ରୋଲ ପମ୍ପ୍ ନିକଟରେ ନିଆଁ ଲାଗିଯାଇଥିଲାା ତେବେ ଧୂଆଁ ବାହାରୁଥିବା ଦେଖି ସଙ୍ଗେ ସଙ୍ଗେ ଡ୍ରାଇଭର ଆମ୍ବୁଲାନ୍ସ ରଖି ତଳକୁ ଡେଇଁ ପଡିଥିଲେ। ପରେ ଅନ୍ୟ ଦୁଇ ଜଣ ଷ୍ଟାଫ୍ ମଧ୍ୟ ଓହ୍ଲାଇ ପଡିବାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କୌଣସି କାରଣରୁ ବ୍ୟାଟେରିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି॥

  • Minati Mishra
  • 3 years ago

ଜଗନ୍ନାଥ ସାଗରରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଜୟପୁର: କୋରାପୁଟ ଜୟପୁର ଜଗନ୍ନାଥ ସାଗରରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର। ମୃତ ନାବାଳିକା ଜୟପୁର ଜୟନଗର ଗୌଡସାହି ଅଞ୍ଚଳର। ତେବେ କିଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣା ପଡ଼ିନାହିଁ । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି । ନାବାଳିକା ଜଣକ ଗତକାଲି ସଂଧ୍ୟାରେ ଦୋକାନକୁ ଯିବାକୁ କହି ଘରରୁ ବାହାରି ଥିଲେ । ମାତ୍ର ଆଉ ଘରକୁ ଫେରି ନଥିଲେ। ପିରବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଆଜି ସକାଳେ ଜଗନ୍ନାଥ ସାଗରରେ ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।

  • Minati Mishra
  • 3 years ago

ଅପହଞ୍ଚ ଗାଁ ସାରେଇ, ଯେଉଁଠି ମାଟି ଲେସରା ଚାଳଘର ଆଉ ଝରଣା ପାଣିରେ କଟେ ଜୀବନ

ଦୁର୍ଗମ ଗାଁ ସାରେଇ। ସବୁ ସୁବିଧା ସୁଯୋଗରୁ ବଞ୍ଚିତ ଏଠିକାର ଲୋକେ। ଏଠି ନା ଅଛି ସ୍କୁଲ, ନା ଅଛି ଡାକ୍ତରଖାନା, ନାଁ ବଞ୍ଚିବାର ସ୍ୱପ୍ନ। ପୋଡ଼ୁଚାଷରୁ ମିଳୁଥିବା ଶସ୍ୟ, ଝରଣା ପାଣିରେ ଏଠି ଲୋକଙ୍କର ଭୋକ ଆଉ ଶୋଷ ମେଣ୍ଟିଥାଏ। ଏମିତି ଗଡ଼ିଚାଲେ ଜୀବନ... More

  • Minati Mishra
  • 3 years ago

ଜନ୍ମମାଟିରେ ବୀରେନ୍ଦ୍ର ଲାକ୍ରାଙ୍କୁ ସ୍ୱାଗତ

ସୁନ୍ଦରଗଡ଼: ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ତାଙ୍କ ଗାଁରେ  ସ୍ୱାଗତ କରାଯାଇଛିା ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ଜଙ୍ଗଲ ପାହାଡ଼ ଘେରରେ ଥିବା ଲଚଡ଼ା ଗ୍ରାମରେ ବୀରେନ୍ଦ୍ରଙ୍କୁ ଗ୍ରାମବାସୀମାନେ ପାରମ୍ପରିକ ବାଦ୍ୟ ଗୀତରେ ପାଛୋଟି ନେଇଥିଲେ।  ହକି ବାଡ଼ି ସାହାଯ୍ୟରେ ଏବଂ ଶାଳ ପତ୍ର ପକାଇ ତାଙ୍କୁ ସ୍ୱାଗତ କରିଥିଲେ। ଗାଁ ପରମ୍ପରା ଅନୁସାରେ ଗୀତ ଗାଇ ତାଙ୍କ ହାତ ଧୋଇବା ସହିତ ଫୁଲ ହାର ପିନ୍ଧାଇ ଥିଲେ। ଏହି ଅସବସରରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ବୀରେନ୍ଦ୍ରଙ୍କ ପରିବାର ଲୋକ ଉପସ୍ଥିତ ଥିଲେ।

  • Minati Mishra
  • 3 years ago

ଖରିଫ ଋତୁର ବୀମାରାଶି, ମରୁଡ଼ି ସହାୟତ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ରାସ୍ତାକୁ ଓହ୍ଲାଇଲେ ଚାଷୀ। ଗତବର୍ଷର ଖରିଫ ଋ଼ତୁର ବୀମାରାଶି, ମରୁଡ଼ି ସହାୟତା, ସବସିଡି ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ଧାରଣାକୁ ଓହ୍ଲାଇଛନ୍ତି ନୂଆପଡ଼ା ଖଡିଆଳ ଅଞ୍ଚଳରେ ଚାଷୀ। ତା ସହ ସରଧାପୁର ଆରଆଇ ସର୍କଲରେ ଚାଷୀଙ୍କ ଜମି ଆସି ଯାଇଥିବାରୁ ଘଟଣାକୁ ବିରୋଧ କରାଯାଇଛି। ଖଡିଆଳ-ଭବାନୀପାଟଣା ରାସ୍ତାର ବଙ୍କାପୁର ଛକରେ ଧାରଣା ଦେଇଛନ୍ତି ଚାଷୀ। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି।

  • Minati Mishra
  • 3 years ago

ଭୁବନେଶ୍ୱରରେ ୨୨ ଲକ୍ଷରୁ ଅଧିକ ଡୋଜ ଟିକାକରଣ

 ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ପାର କରିଛି ଭୁବନେଶ୍ୱର ମହାନଗର ନିଗମ। ୨୨ ଲକ୍ଷରୁ ଅଧିକ ଡୋଜ ଦେବାରେ ରାଜ୍ୟର ପ୍ରଥମ ସହର ହୋଇଛି ଭୁବନେଶ୍ୱର। ଆଜି ସୁଦ୍ଧା ମୋଟ ୨୨ ଲକ୍ଷ ୧ ହଜାର ୭୬୧ ଡୋଜ୍ ଟିକା ଦିଆଯାଇଛି। ସେଥି ମଧ୍ୟରୁ ୧୨ ଲକ୍ଷ ୨୭ ହଜାର ୫୪୨ଟି ପ୍ରଥମ ଓ ୯ ଲକ୍ଷ ୭୪ ହଜାର ୨୧୯ ଟି ଉଭୟ ଡୋଜ ।  ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୬ ହଜାର ୯୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଓ ୩୨ ହଜାର ୬୧୪ ଡୋଜ ଦ୍ୱିତୀୟ ଟିକା ଗ୍ରହଣ କରିସାରିଛନ୍ତି। ସେହିଭଳି ୫୬ ହଜାର ୩୨୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୪୯ ହଜାର ୪୨୧ ଜଣ ଉଭୟ ଡୋଜ ନେଇ ସାରିଛନ୍ତି। ବିଏମସି ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି।

  • Rajalaxmi Sahoo
  • 3 years ago

CCTV ସେଟ୍ଅପ୍ କିଣିବାରେ ବଡ଼ ଧରଣର ଦୁର୍ନୀତି ନେଇ ଅଭିଯୋଗ ଆଣିଲା ବିଜେପି

OCAC ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି। ବିଭିନ୍ନ ଥାନାରେ ଲାଗିବା ପାଇଁ ସିସିଟିଭି ସେଟ୍ଅପ୍ କିଣିବାରେ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। More

  • Minati Mishra
  • 3 years ago

୨୪ ଘଣ୍ଟାରେ ବାହାରିଲେ ୬୦୯ କରୋନା ପଜିଟିଭ, ଆକ୍ରାନ୍ତଙ୍କ ମଧ୍ୟରେ ୧୨୨ ପିଲା

ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ  ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଥିବା ଜଣାଯାଇଛି। More

  • Prangyan Parimita
  • 3 years ago

’ସମସ୍ତେ ମିଶି ବିକାଶର କଥା କହିବା ଆବଶ୍ୟକ’

ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି । ସମସ୍ତେ ସକାରାତ୍ମକ ରାଜନୀତି ଚାହୁଁଛନ୍ତି । ସମସ୍ତେ ଏବେ ମିଶି ବିକାଶର କଥା କହିବା ଆବଶ୍ୟକ । ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଫେବ୍ରୁଆରୀରେ ପଂଚାୟତ ଏବଂ ଏହାର ୨ ମାସ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାକୁ ସମୀକ୍ଷା କରି ରାଜନୈତିକ ଦଳଗୁଡ଼ିକ କାମ ଆରମ୍ଭ କରିଛନ୍ତି । More

  • Rajalaxmi Sahoo
  • 3 years ago

ହକି ଓଡ଼ିଶାକୁ ଅଣଦେଖା କରି ହକି ଇଣ୍ଡିଆ ସହ ବୁଝାମଣା କରିବା ଉଚିତ୍‌ ନୁହେଁ: ହକି ଓଡ଼ିଶା ସମ୍ପାଦକ

ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ। ଆଉ ଏଥିଲାଗି ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ଅଭିଯୋଗ ଆଣିଛି। More

  • Minati Mishra
  • 3 years ago

ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ, ଲାଲ୍ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ

ଆଜି ସୋମବାର । କ’ଣ ଅଛି ଆଜିର ରାଶିଫଳ ? ସମସ୍ୟାର ସମାଧାନ ପାଇଁ କ’ଣ ପ୍ରତିକାର କରିବେ ଜାଣନ୍ତୁ। More

  • Rajalaxmi Sahoo
  • 3 years ago

ମହଙ୍ଗା ପଡ଼ିଲା ଶିକ୍ଷକଙ୍କୁ ଟଙ୍କା ମାଗିବା ଓ ଧମକ; ୨ ୱେବ୍‌ ସାମ୍ବାଦିକ ଗିରଫ

ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ଜଣ ୱେବ୍‌ ଚ୍ୟାନେଲ୍ ପ୍ରତିନିଧିଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି ଥିବାବେଳେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି। More

  • Minati Mishra
  • 3 years ago

ପ୍ରମୋଦ ଭଗତଙ୍କ ନାଁରେ ହେଲା ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ

ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ। More

  • Chandan Shishu
  • 3 years ago

ମନ୍ତ୍ରୀଙ୍କ ନିର୍ଦ୍ଦେଶ: ମୋବାଇଲ ସୁଇଚ୍‌ ଅଫ୍ କରିବେନି କୌଣସି ଅଫିସର୍‌

ଅଧିକାରୀମାନେ ନିଜର ମୁଖ୍ୟାଳୟ ଛାଡି ପାରିବେ ନାହିଁ। କୌଣସି ଅଧିକାରୀ ନିଜ ମୋବାଇଲ ବନ୍ଦ ନରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଚାୟତ ଓ ବ୍ଲକସ୍ତରରେ କ୍ଷୁଦ୍ର, ମଧ୍ୟମ ଜଳସେଚନର ଡାଟାବେସ୍ ପ୍ରସ୍ତୁତ କରିବେ କ୍ଷେତ୍ର ଅଧିକାରୀ। ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଯୋଜନା କରିବେ।  More

  • Chandan Shishu
  • 3 years ago

୨ ଦିନ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। More

  • Sarbeswar
  • 3 years ago

ସରଗରମ ପିପିଲି ରାଜନୈତିକ ବଜାର: ଚା’ ଖଟିରେ ଚାଲିଛି ନିର୍ବାଚନ ପ୍ରଚାର

କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍‌ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ। More

  • Chandan Shishu
  • 3 years ago

ଅଭାବ ଯୋଗୁଁ ଅଧାରୁ ପାଠପଢା ଛାଡ଼ିଦେଇଥିଲେ ପ୍ରମୋଦ

ସାନ ଭାଇ ଶେଖରଙ୍କ ସହ ମିଶି ପଙ୍ଖା ସଜାଡ଼ିବାଠୁ ଆରମ୍ଭ କରି ମୋଟର ବାଇଣ୍ଡିଂ କରି ପେଟ ପୋଷୁଥିଲେ। ଏତେ ଆର୍ଥିକ ଅନଟନ ଭିତରେ ଥାଇ ବି ବ୍ୟାଡମିଣ୍ଟନ୍ ମୋହରୁ କିନ୍ତୁ ସେ ମୁକୁଳି ପାରିନଥିଲେ। ପ୍ରମୋଦ ୟା ଭିତରେ ଟୋକିଓରେ ଇତିହାସର ରଚନା କରିଥିଲେ ବି ଏପଟେ ଅତାବିରାରେ ଆଜି ବି ଉଜ୍ଜିବୀତ ରହିଛି ତାଙ୍କ ଜୀବନଜୀବିକାର ପୁରୁଣା ସ୍ମୃତି ଇଲେକ୍ଟ୍ରିକ୍‌ ମରାମତି ଦୋକାନ। More

  • Chandan Shishu
  • 3 years ago

ରାଜ୍ୟର ଟପ୍‌ ୧୦୦୦ ମେଧାବୀଙ୍କୁ ଦିଆଯିବ ସର୍ବୋତ୍କୃଷ୍ଟ ଶିକ୍ଷା

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ରରେ ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି। ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ।  More