• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଆଜିକୁ ୫ ବର୍ଷ ପୂର୍ବେ ସେପ୍ଟେମ୍ବର ୫, ୨୦୧୬ ରେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା। ଜିଓ ୫ ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ୨୦୧୬ ସେପ୍ଟେମ୍ବରରେ ଜିଓ ଦେଶରେ ବ୍ୟବସାୟିକ ଭାବରେ ୪ଜି ସେବା ଆରମ୍ଭ କରିବା ପରେ ସୁଲଭ ହାଇସ୍ପିଡ୍ ଇଣ୍ଟରନେଟ୍‌ରେ ଏକ ପ୍ରକାର ବୈପ୍ଲବିକ ପ୍ରାରମ୍ଭ ହୋଇଥିଲା।  

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ମାତ୍ର ୧୯.୨୩ କୋଟିରୁ ପ୍ରାୟ ତିନିଗୁଣାରୁ ଅଧିକ ବୃଦ୍ଧି ପାଇ ଜୁନ୍ ୨୦୨୧ ସୁଦ୍ଧା ୭୯.୨୮ କୋଟିରୁ ଉର୍ଦ୍ଧ୍ୱରେ ପହଞ୍ଚିଛି। ସେହିଭଳି ପ୍ରତି ଗ୍ରାହକଙ୍କ ପିଛା ହାରାହାରି ମାସିକ ଡାଟା ବ୍ୟବହାର ୨୦୧୬ର ମାତ୍ର ୮୭୮.୬୩ ଏମବି ରୁ ପ୍ରାୟ ୧୩ ଗୁଣା ବୃଦ୍ଧି ପାଇ ମାର୍ଚ୍ଚ ୨୦୨୧ ସୁଦ୍ଧା ୧୨.୩୩ ଜିବିରେ ପହଞ୍ଚି ଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି। ୧ ଜିବି ଡାଟାର ମୂଲ୍ୟ ୨୦୧୬ରେ ୧୮୫ରୁ ୨୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଟ୍ରାଇର ଟେଲିକମ୍ କ୍ଷେତ୍ରର ପ୍ରଦର୍ଶନ ରିପୋର୍ଟ ଅନୁଯାୟୀ, ଏହା ପ୍ରାୟ ଜିବି ପ୍ରତି ୧୦.୭୭ ଟଙ୍କାରେ ପହଞ୍ଚିଛି। ସେହିଭଳି ଗ୍ରାହକ ପ୍ରତି ମାସିକ ଭଏସ୍ କଲ୍ ବ୍ୟବହାର ୩୧୦ ମିନିଟ୍ ରୁ ବୃଦ୍ଧିପାଇ ୮୧୮ ମିନିଟ୍‌ରେ ପହଞ୍ଚିଛି। ତେବେ ୫ ବର୍ଷ ମଧ୍ୟରେ ଜିଓ ଭାରତରେ ସୋସିଆଲ୍ ମିଡିଆ, ଓଟିଟି ପ୍ଲାଟଫର୍ମ ଏବଂ ବଭିନ୍ନ ଉପଯୋଗୀ ଆପ୍ସ ବ୍ୟବହାର ବହୁ ଗୁଣିତ ହୋଇଛି।

ଟ୍ରାଇ ତଥ୍ୟ ଅନୁସାରେ, ୨୦୧୬ ସେପ୍ଟେମ୍ବରରେ ଦେଶର ଗ୍ରାମାଞ୍ଚଳରେ ପ୍ରତି ୧୦୦ ଜଣ ଲୋକଙ୍କ ମଧ୍ୟରୁ ୧୩.୬୫ ଜଣଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ଥିବାବେଳେ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଏହା ପ୍ରତି ୧୦୦ ଜଣରେ ୩୬.୨୪ ଜଣଙ୍କ ପାଖରେ ପହଞ୍ଚିଛି। ଜିଓର ୪ଜି ଫୋନ୍ ଜରିଆରେ ଗ୍ରାମାଞ୍ଚଳରେରେ ଇଣ୍ଟରନେଟ୍ ବ୍ୟବହାର ସୁଲଭ ଓ ପରିବ୍ୟାପ୍ତ ହୋଇଛି। ଦେଶର ଅନ୍ୟ ସ୍ଥାନଭଳି ଓଡ଼ିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ରେ ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା। ନିକଟରେ ଟ୍ରାଇ ପକ୍ଷରୁ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୂଯାୟୀ, ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୨.୩% ରୁ ଉର୍ଦ୍ଧ୍ୱ ହାସଲ କରିଛି ଜିଓ। 

ଟ୍ରାଇ ତଥ୍ୟ ଅନୁସାରେ, ଓଡିଶାରେ ୨୦୧୬ ସେପ୍ଟେମ୍ବରରେ ମୋବାଇଲ୍ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବା ବେଳେ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨.୦୫ କୋଟିରେ ପହଞ୍ଚିଛି। ସେହିପରି ଓଡିଶାର ଗ୍ରାମାଞ୍ଚଳରେ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ୮.୭ ଲକ୍ଷରୁ ବୃଦ୍ଧିପାଇ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ୧.୩୧ କୋଟିରେ ପହଞ୍ଚି ଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି। ରାଜ୍ୟର ଗ୍ରାମାଞ୍ଚଳରେ ଏହି ଡିଜିଟାଲ୍ କ୍ରାନ୍ତିରେ ଜିଓର ୪ଜି ନେଟ୍‌ୱର୍କ ଓ ଦୁର୍ଗମ ଅଞ୍ଚଳକୁ ୪ଜି ନେଟ୍‌ୱର୍କରେ ଯୋଡିବାକୁ ନିରନ୍ତର ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।