ବାଟବଣା ସ୍ୱଚ୍ଛ ଭାରତ ଯୋଜନା। ଶୌଚାଳୟ ନିର୍ମାଣରେ ବଡ଼ ଘୋଟାଲା...ଗାଁ ଆରମ୍ଭରୁ ଶେଷ ସବୁଆଡ଼େ ବାହ୍ୟମଳମୁକ୍ତର ବୋର୍ଡ଼ ଲାଗିଛି, ହେଲେ କାହା ଘରେ ପାଇଖାନା ନାହିଁ।
ନିୟମ କହୁଛି, ସ୍ଥିତି ଅନୁଧ୍ୟାନ ପରେ ମୋଟିଭେଟର, ଯନ୍ତ୍ରୀ ଓ ବିଆର୍ସି ଫାଇନାଲ୍ ବିଲ୍ କରିବା କଥା। କିନ୍ତୁ ନିର୍ମାଣାଧିନ ପାଇଖାନା ନାଁରେ ଏବଂ ହିତାଧିକାରୀଙ୍କ ଅଗୋଚରରେ ଫାଇନାଲ୍ ବିଲ୍ କରି ଉଠାଣ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କେବଳ ଭଦ୍ରକ ଓ ରାୟଗଡ଼ା ନୁହେଁ, ରାଜ୍ୟର ଏକାଧିକ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି।