Advertisment

ମହଙ୍ଗା ପଡ଼ିଲା ଶିକ୍ଷକଙ୍କୁ ଟଙ୍କା ମାଗିବା ଓ ଧମକ; ୨ ୱେବ୍‌ ସାମ୍ବାଦିକ ଗିରଫ

ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ଜଣ ୱେବ୍‌ ଚ୍ୟାନେଲ୍ ପ୍ରତିନିଧିଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି ଥିବାବେଳେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି।

author-image
Rajalaxmi Sahoo
Web Channel Journalists Arrested

Web Channel Journalists Arrested

ଉମରକୋଟ: ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ଜଣ ୱେବ୍‌ ଚ୍ୟାନେଲ୍ ପ୍ରତିନିଧିଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି ଥିବାବେଳେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି। ଏମାନେ ସମ୍ପୃକ୍ତ ଶିକ୍ଷକଙ୍କ ଠାରୁ ବଟି ଆଦାୟ ଏବଂ ଧମକ ଦେବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଥାନାରେ ଏତଲା ପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

Advertisment

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ନାୟକଗୁଡା ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ୧୦ ବର୍ଷର ବାଳକ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରିଥିଲେ। ଏହି ସମୟରେ ସ୍କୁଲ୍‌ ଶିକ୍ଷକ ତାଙ୍କୁ ବାରଣ କରିବାରୁ ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅଭିଭାବକ ଜଣକ ୩ ଜଣ ୱେବ୍‌ ଚ୍ୟାନେଲ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଡାକି ଥିଲେ। ଖବର ପାଇ ୱେବ୍‌ ଚ୍ୟାନେଲର ୩ ଜଣ ସାମ୍ବାଦିକ ସ୍କୁଲ୍‌ ଯାଇଥିଲେ ଓ ଘଟଣା ସମ୍ପର୍କରେ ଆଲୋଚନା ପାଇଁ ପ୍ରଧାନଶିକ୍ଷକଙ୍କୁ ସ୍କୁଲ୍‌କୁ ଡାକିଥିଲେ। 

Advertisment

କିନ୍ତୁ ଘଟଣାର ସମାଧାନ ପାଇଁ ସମ୍ପୃକ୍ତ ଶିକ୍ଷକଙ୍କ ଠାରୁ ଏହି ୩ ୱେବ୍‌ ସାମ୍ବାଦିକ ୫୦ ହଜାର ଟଙ୍କା ଦାବି କରିଥିଲେ। ଶିକ୍ଷକ ଜଣକ ୩୫ ହଜାର ଟଙ୍କା ଦେଇଥିଲେ। ବାକି ୧୫ ହଜାର ଟଙ୍କା ପାଇଁ ଉକ୍ତ ୱେବ୍‌ ସାମ୍ବାଦିକମାନେ ଧମକ ଚମକ ଦେବା ପରେ ଶିକ୍ଷକ ଜଣକ ଏନେଇ ଗତକାଲି ଥାନାରେ ଉକ୍ତ ତିନି ଜଣ ସାମ୍ବାଦିକଙ୍କ ସମେତ ସମ୍ପୃକ୍ତ ଅଭିଭାବକଙ୍କ ନାଁରେ ଏତଲା ଦେଇଥିଲେ। ଉମରକୋଟ ପୋଲିସ୍‌ ଘଟଣାର ତଦନ୍ତ କରି ଜିତେନ୍ଦ୍ର ଦାସ ଏବଂ  ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଏଥିରେ ସମ୍ପୃକ୍ତ ନିଗମ ସାହୁ ଫେରାର୍ ଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ନରେଶ ପ୍ରଧାନ ।

Odisha Nabarangpur Bribery Case Web Journalists Arrested
Advertisment
Advertisment