Advertisment

ଢୋକିଦେଲେ ପାଇଖାନା ! ଯେତେ ଖୋଳିଲେ ସେତେ ବାହାରୁଛି

ନିୟମ କହୁଛି, ସ୍ଥିତି ଅନୁଧ୍ୟାନ ପରେ ମୋଟିଭେଟର, ଯନ୍ତ୍ରୀ ଓ ବିଆର୍‌ସି ଫାଇନାଲ୍ ବିଲ୍ କରିବା କଥା। କିନ୍ତୁ ନିର୍ମାଣାଧିନ ପାଇଖାନା ନାଁରେ ଏବଂ ହିତାଧିକାରୀଙ୍କ ଅଗୋଚରରେ ଫାଇନାଲ୍ ବିଲ୍ କରି ଉଠାଣ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କେବଳ ଭଦ୍ରକ ଓ ରାୟଗଡ଼ା ନୁହେଁ, ରାଜ୍ୟର ଏକାଧିକ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି।

author-image
Chandan Shishu
LATRINE SCAM

LATRINE SCAM

ଭୁବନେଶ୍ୱର: ରାଜ୍ୟରେ ବ୍ୟାପିଛି ପାଇଖାନା ଦୁର୍ନୀତିର ଗନ୍ଧ। ଯେତେ ଖୋଳିଲେ ସେତେ ବାହାରୁଛି। ପାଇଖାନାର ନାଁ ଗନ୍ଧ ନାହିଁ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ହୋଇଛି ହରଣଚାଲ। ଏ ହେଲେ ଭଦ୍ରକ ବାସୁଦେବପୁର ବ୍ଲକ ଚୁଡାମଣି ପଞ୍ଚାୟତର ମୁକ୍ତିକାନ୍ତ ବେହେରା। ବର୍ଷେ ତଳେ ଆବଶ୍ୟକ କାଗଜପତ୍ର ଦାଖଲ କରି ପାଇଖାନା ପାଇଁ ଆବେଦନ କରିଥିଲେ। ଆଜି ଯାଏ ନା ଟଙ୍କା ଆସିଲା ନା ପାଇଖାନା। ବରଂ ଯୋଜନା ବାବଦକୁ ଉଠାଣ ସରିଛି ୧୨ ହଜାର ଟଙ୍କା। ସେମିତି ଜଣେ ଅଭିଯୋଗକାରୀ ହେଲେ ମୁକ୍ତିକାନ୍ତ ବେହେରା। ମୁକ୍ତିକାନ୍ତଙ୍କ ଭଳି କାଗଜ କଲମରେ ପାଇଖାନା ଦେଇ ଚୁଡାମଣି ପଞ୍ଚାୟତରେ ଗତ ବର୍ଷକ ମଧ୍ୟରେ ପ୍ରାୟ ୨ଶହ ହିତାଧିକାରୀଙ୍କ ନାଁରେ ଫାଇନାଲ୍ ବିଲ୍ କରି ଅର୍ଥ ଆତ୍ମସାତ୍ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି। 

Advertisment

ଭଦ୍ରକ ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ଦୁର୍ନୀତିର ମାଳ ମାଳ ଅଭିଯୋଗ। ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ବ୍ରହ୍ମଟିକିରି ଗାଁର ହଗରା ବିଳାସଙ୍କ ଘରେ ପାଇଖାନା ନଥାଇ ବି କରାଯାଇଛି ୧୨ ହଜାର ଟଙ୍କାର ଫାଇନାଲ୍ ବିଲ୍। ଆଉ ଅଭୟ ବିଳାସଙ୍କ ନାଁରେ ତ ପାଇଖାନା ଥାଇ ବି ଦୁଇ ଦୁଇ ଥର ଆସିଛି ଅନୁଦାନ। ହେଲେ ଟଙ୍କାଟିଏ ବି ପାଇନାହାଁନ୍ତି ସେ। ଖଦାଳ ପଞ୍ଚାୟତର ପ୍ରାୟ ୧୯୧ ଜଣଙ୍କୁ ମୋହରା ବନାଇ ଜାଲ୍ କାଗଜପତ୍ର ଜରିଆରେ ପ୍ରାୟ ୨୪ ଲକ୍ଷରୁ ଅଧିକ ଟଙ୍କା ଫାଇନାଲ୍ କରି ହଡ଼ପ କରାଯାଇଛି। ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ଲୋକେ। କାଗଜପତ୍ର ଯାଞ୍ଚ କରି ବିଡ଼ିଓ ଏବଂ ପଞ୍ଚାୟତ ଅଧିକାରୀଙ୍କୁ ଆସନ୍ତା ୨୧ ତାରିଖକୁ ପୁଣି ଥରେ ଜବାବ ତଲବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାୟଗଡ଼ା ଜିଲ୍ଲାରୁ ମଧ୍ୟ ଆସିଛି ପାଇଖାନା ଦୁର୍ନୀତିର ଅଭିଯୋଗ। କଲ୍ୟାଣସିଂପୁର ସିକରପାଇ ଗାଁରେ। ଗତ ୫ ବର୍ଷ ହେଲା କେଉଁ ହିତାଧିକାରୀଙ୍କୁ ନିର୍ମାଣ ବାବଦକୁ ବକେୟା ଅର୍ଥ ମିଳିନି ତ ଆଉ କେଉଁଠି ନିମ୍ନମାନର କାମ କରି ସ୍ଥାନୀୟ ପ୍ରଶାସନ ଲକ୍ଷାଧିକ ଟଙ୍କା ହଡ଼ପ କରିଦେଇଛି। ଅଥଚ ଅଧାଗଢ଼ା ଅବସ୍ଥାରେ ରହି ଏଭଳି ଭଙ୍ଗା ଦଦରା ହୋଇପଡ଼ିଲାଣି ନିର୍ମାଣାଧୀନ ପାଇଖାନାା ଜିଲ୍ଲାର ରାୟଗଡ଼ା ସମେତ, କଲ୍ୟାଣସିଂପୁର, କାଶୀପୁର ଆଦି ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। କୁହାଯାଉଛି, ଏହି ୩ଟି ବ୍ଲକରେ ୪୦ ହଜାରରୁ ଅଧିକ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଛି।   

Advertisment

ନିୟମ କହୁଛି, ସ୍ଥିତି ଅନୁଧ୍ୟାନ ପରେ ମୋଟିଭେଟର, ଯନ୍ତ୍ରୀ ଓ ବିଆର୍‌ସି ଫାଇନାଲ୍ ବିଲ୍ କରିବା କଥା। କିନ୍ତୁ ନିର୍ମାଣାଧିନ ପାଇଖାନା ନାଁରେ ଏବଂ ହିତାଧିକାରୀଙ୍କ ଅଗୋଚରରେ ଫାଇନାଲ୍ ବିଲ୍ କରି ଉଠାଣ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କେବଳ ଭଦ୍ରକ ଓ ରାୟଗଡ଼ା ନୁହେଁ, ରାଜ୍ୟର ଏକାଧିକ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି।

Odisha News Toilet Scam In Odisha
Advertisment
Advertisment