• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାୟଗଡ଼ା: ରାୟଗଡ଼ା କପିଳାସ ରୋଡ ବାସିନ୍ଦା ଫଟୋଗ୍ରାଫର ବି.ରାଜକୁମାରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପରକୀୟା ପ୍ରୀତିକୁ ନେଇ ରାଜକୁମାରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲିଙ୍ଗାଲୁ ସୀମାଞ୍ଚଳମ ଏବଂ ତାଙ୍କର୨ ସହଯୋଗୀ ବଳରାମ ପାଢୀ ଓ ସର୍ବେରିଶ କୁମାର। 

ସୂଚନା ଅନୁସାରେ, ଗତ ୩୧ ତାରିଖରେ ସୀମାଞ୍ଚଳମ ସ୍ତ୍ରୀକୁ ବାହାରକୁ ଯାଉଛି କହି ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ସୀମାଞ୍ଚଳଙ୍କ ପତ୍ନୀ ରାଜକୁମାରଙ୍କୁ ଘରକୁ ଡାକିଥିଲେ। ରାତି ୧୦ଟାରେ ସୀମାଞ୍ଚଳ ଓ ତାଙ୍କର ୨ ସହଯୋଗୀ ବଳରାମ ଏବଂ ସର୍ବେରିଶ ଘରେ ପହଞ୍ଚିବା ପରେ ରାଜକୁମାର ଘରେ ଥିବା ଦେଖିବାକୁ ପାଇଥିଲେ। ଏହାପରେ ୩ ଜଣ ମିଶି ରାଜକୁମାରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଶେଷରେ ରାଜକୁମାର ବେହୋସ ହୋଇପଡ଼ିଥିଲେ। ହୁଏତ ସେ ବଞ୍ଚି ଯିବା ଭୟରେ ୩ ଜଣ ମିଶି ରାଜକୁମାରଙ୍କୁ ଫ୍ୟାନ୍‌ରେ ଏକ କମ୍ବଳରେ ଝୁଲାଇ ଦେଇଥିଲେ।

ଏହା ପରଦିନ ସକାଳୁ ରାଜକୁମାରଙ୍କ ପରିବାର ଲୋକ ଖୋଜାଖୋଜି ପରେ ସୀମାଞ୍ଚଳମ ମୃତଦେହ ମିଳିଥିଲା। ଏହାପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

 

OTV is now on Whatsapp

Join and get latest news update delivered to you via whatsapp

Join Now