Advertisment

ରାଜ୍ୟର ଟପ୍‌ ୧୦୦୦ ମେଧାବୀଙ୍କୁ ଦିଆଯିବ ସର୍ବୋତ୍କୃଷ୍ଟ ଶିକ୍ଷା

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ରରେ ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି। ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ।

author-image
Chandan Shishu
ଅଦ୍ୟତନ ହୋଇଛି
School Students

School Students

ଭୁବନେଶ୍ୱର: ଅନ୍ଧାରୁଆରେ ୨୫ ଏକର ଜମି ଉପରେ ନିର୍ମାଣ ହେବାକୁ ଯାଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର। ହଜାରେ ସିଟ୍ କ୍ଷମତା ବିଶିଷ୍ଟ ଆବାସିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ। ତାସହିତ ସର୍ବଭାରତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କୋଚିଂ ସୁବିଧା ରହିବ। ଆଜି ଏହି ପ୍ରସ୍ତାବିତ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସବୁ ଆଦର୍ଶ ବିଦ୍ୟାଳୟ ଗୁଡିକରୁ ଯୋଗ୍ୟତା ଅନୁଯାୟୀ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ଆଡମିଶନ ପାଇଁ ମନୋନୀତ ହେବେ। 

Advertisment

ଅନ୍ଧାରୁଆରେ ୧୩ ଏକର ଜମିରେ ଏକାଡେମିକ୍ ଓ ଆଡ୍‌ମିନିଷ୍ଟ୍ରେସନ୍ ବ୍ଲକ୍ ରହିବ। ଏଥିରେ ୨୬ଟି ଶ୍ରେଣୀଗୃହ ସହ ୮ଟି ବିଜ୍ଞାନଗାର, ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଏବଂ ଗ୍ରନ୍ଥାଗାର ଆଦି ରହିବ। ଏତଦବ୍ୟତୀତ ୨ ଛାତ୍ରନିବାସ ଏବଂ ୨ଟି ଛାତ୍ରୀନିବାସ, ଶିକ୍ଷକଙ୍କ ପାଇଁ ୨୨ଟି ବାସଗୃହ, ୮ ଟି ଅତିଥି କକ୍ଷ ଏବଂ ୩୦ ଜଣଙ୍କ ପାଇଁ ଏକ ବିଶ୍ରାମଗାର ରହିବ। ୧ ଏକର ଜମିରେ କ୍ରିଡା ଭିତ୍ତିଭୂମିର ବିକାଶ କରାଯିବ।

Advertisment

ସେହିପରି ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି। ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ। 

Odisha News Odisha Adarsh Vidyalaya
Advertisment
Advertisment