Advertisment

ଓଡ଼ିଶାର ୨ ଶିକ୍ଷକ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦେଶର ୪୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୧ ସମ୍ମାନିତ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
National Awards To Teachers

National Awards To Teachers

ଭୁବନେଶ୍ୱର: ଜ୍ଞାନ ରୂପକ ଆଲୋକର ମାର୍ଗ ଦେଖାଉଥିବା ଶିକ୍ଷକଙ୍କୁ ଆଜି ଗୁରୁ ଦିବସରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶର ୪୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି। କରୋନା କଟକଣା ଯୋଗୁ ଏଥର ବି ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଓଡ଼ିଶା, ତେଲେଙ୍ଗାନା, ପୁଡ଼ୁଚେରୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ସିକିମ୍ ଭଳି ବିଭିନ୍ନ ରାଜ୍ୟରୁ ଏଥର ୪୪ ଜଣଙ୍କୁ ସମ୍ମାନିତ କରାଯାଇଛି। ଏହି ସବୁ ଶିକ୍ଷକଙ୍କ କର୍ତ୍ତବ୍ୟପରାୟଣତାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଶଂସା କରିଛନ୍ତି।

Advertisment

ଏହି ଅବସରରେ ନିଜ ଶିକ୍ଷକଙ୍କୁ ବି ମନେ ପକାଇଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବା ପରେ ସେ ଖୋଦ୍ ନିଜ ଗାଁକୁ ଯାଇ ନିଜ ଶିକ୍ଷକଙ୍କୁ ଭେଟିଥିଲେ। ଆଜି ସେ ଯାହା ବି ହୋଇଛନ୍ତି କେବଳ ନିଜ ଶିକ୍ଷକଙ୍କ ପାଇଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଭର୍ଚୁଆଲ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ମାନିତ ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୨ ଜଣ ଶିକ୍ଷକ। ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ କଣମଣା ଉ.ପ୍ରା. ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯାଇଛି।  

Advertisment

ଦେଶ ଓ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ଗୁରୁଙ୍କୁ ସମ୍ମାନିତ କରିବା ପାଇଁ ଆଜି ଗୁରୁ ଦିବସ ପାଳିତ ହେଉଛି। କୋଭିଡ୍ କଟକଣା ଭିତରେ ବିଭିନ୍ନ ସ୍କୁଲରେ ଆଜି ଗୁରୁ ଦିବସ ପାଳିତ ହୋଇଛି। କେଉଁ ସ୍କୁଲରେ ଭର୍ଚୁଆଲ୍‌ ମୋଡରେ ଗୁରୁ ଦିବସ ପାଳ ନ ହୋଇଥିବା ବେଳେ ଆଉ କିଛି ସ୍କୁଲରେ ସ୍ପଳ୍ପ ସଂଖ୍ୟକ ପିଲାକୁ ନେଇ ଗୁରୁଦିବସ ପାଳନ ହୋଇଛି।  

ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ତାରିଖକୁ ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୧୮୮୮ ମସିହା  ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସେ ଦେଶର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଥିଲେ।

Teachers' Day Teachers Day 2021 National Awards To Teachers
Advertisment
Advertisment