• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ତେଲ ଦରକୁ ନେଇ ଆନ୍ଦୋଳନ

  • କାଠ ଚୁଲି ଧରି ବସିଲେ ବିଜେଡ଼ି ନେତ୍ରୀ

ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ ଜଣାଇଛନ୍ତି ବିଜେଡି ନେତା ଓ ବିଧାୟକ। ବିକ୍ଷୋଭ ଶୋଭାଯାତ୍ରା କରିବା ସହ ରାଜଭବନ ନିକଟରେ ଆନ୍ଦୋଳନ କରିଛନ୍ତି। ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି କାଠ ଚୁଲି ଧରି ବସିଥିଲେ ବିଜେଡି ମହିଳା ନେତ୍ରୀ । ଏହାପରେ ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକ ପତ୍ର ଦେଇଛି ଦଳ। ବଢ଼ୁଥିବା ତୈଳ ଓ ରନ୍ଧନ ଗ୍ୟାସ ଦର ଖାଉଟିକୁ ବାନ୍ଧୁଥିବା ବେଳେ ଏହାର ପ୍ରଭାବ ସମସ୍ତ ଲୋକଙ୍କ ଉପରେ ପଡ଼ୁଛି ।

 

ତେଣୁ ଆଗାମୀ ଦିନରେ ସାରା ରାଜ୍ୟରେ ଏନେଇ ବିକ୍ଷୋଭ କରିବାକୁ ବିଜେଡି ଯୋଜନା ରଖିଛି । ସେପଟେ ସରକାରୀ ଦଳର ଏପରି ବିକ୍ଷୋଭ ସମାବେଶକୁ ସମାଲୋଚନା କରିଛନ୍ତି ବିରୋଧୀ। ବିଜେଡି ଓ କଂଗ୍ରେସ ଏହାକୁ ଡାଇଭର୍ଟ ପଲିଟିକ୍ସ ବୋଲି କହିଛନ୍ତି । ସାରା ରାଜ୍ୟରେ ମମିତା ମେହରକୁ ନେଇ ନିଆଁ ଲାଗିଥିବା ବେଳେ ଏଥିରୁ ନଜର ହଟାଇବାକୁ ବିଜେଡି ଏପରି କରିଥିବା ବିଜେପି କହିଛି । ସେପଟେ ଏତେ ଦିନ ଧରି ବିଜେଡି କଣ କରୁଥିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ?