/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635665430.jpg)
Chandrakanti Pitha
ପର୍ବପର୍ବାଣୀ ଆସିଲେ ଘରେ ପ୍ରସ୍ତୁତ ହୁଏ ଭଳି କି ଭଳି ପିଠା । ଆଜି ଆମେ ଆମ ଓଡ଼ିଆ ଘରର ଏକ ପାରମ୍ପରିକ ପିଠାର ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚନ୍ଦ୍ରକାନ୍ତି ପିଠା’ । ଏହି ଦୀପାବଳୀରେ ଘରେ ସହଜ ଓ ସରଳ ଉପାୟରେ ବନାନ୍ତୁ ଚିନ୍ଦ୍ରକାନ୍ତି ପିଠା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
Also Read
ଚନ୍ଦ୍ରକାନ୍ତି ପିଠା’ ପାଇଁ ସାମଗ୍ରୀ:
ମୁଗ ଡାଲି- ଏକ କପ୍, ଚାଉଳ, ଚିନି, ଗୁଜୁରାତି,ଦେଶୀଘିଅ- ୨ ଚାମଚ, ରିଫାଇନ ତେଲ ।
Chandrakanti Pithaପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ମୁଗ ଡାଲି, ଅରୁଆ ଚାଉଳକୁ ଭଲ କରି ଧୋଇ ଦିଅନ୍ତୁ ।
- ଏକ ଗ୍ରାଇଡିଂ ଜାର୍ରେ ମୁଗ ଡାଲିକୁ ଖଦଡ ଭାବେ ବାଟି ଦିଅନ୍ତୁ।
- ଏହାପରେ ଅରୁଆ ଚାଉଳକୁ ଅଳ୍ପ ପାଣି ଦେଇ ବାଟି ଉଭୟ ମିଶ୍ରଣକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ।
- ଏହାପରେ ଗ୍ୟାସ ଚୁଲାରେ ଏକ କଡ଼େଇ ବସାଇ ଦେଢ଼କପ୍ ପାଣି ଗରମ କରନ୍ତୁ। ସେଥିରେ କିଛି ଗୁଜୁରାତି ଗୁଣ୍ଡ,୧ ଚାମଚ ଦେଶୀ ଘିଅ, ସ୍ୱାଦ ଅନୁଯାୟୀ ଚିନି ପକାଇ ଫୁଟିବାକୁ ଛାଡି ଦିଅନ୍ତୁ।
- ପାଣି ଭଲ ଭାବେ ଫୁଟି ଗଲେ, ଗ୍ୟାସ୍ର ଫ୍ଲେମ୍କୁ କମ୍ କରି ଦିଅନ୍ତୁ। ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ମୁଗ, ଚାଉଳ ବଟାକୁ ପକାଇ ଲଗାତର ଘାଣ୍ଟନ୍ତୁ ।
- ଏହାପରେ ସେଥିରୁ ପାଣି ମରି ଆସିବା ବେଳେ ଆଉ ଏକ ଚାମଚ ଘିଅ ଦେଇ ତାକୁ ଆହୁରି ୫ରୁ ୭ ମିନିଟ୍ ଘାଣ୍ଟନ୍ତୁ।
- ଏହା ଟିକେ ଅଠା ହୋଇଗଲା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।
- ଏହାପରେ ଏକ ପ୍ଲେଟରେ ଘିଅ ମାରି ସେଥିରେ ଜନ୍ତଣୀ ଢାଳି ସମାନ କରି ଦିଅନ୍ତୁ।
- ଏହାକୁ ପୁରା ଥଣ୍ଡା ହେବା ଲାଗି ଛାଡ଼ି ଦିଅନ୍ତୁ ।
- ଏହାପରେ ଏକ ଛୁରୀରେ ଘିଅ ମାରି ଜନ୍ତଣୀକୁ ସମାନ ଭାବେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
- ଏହାପରେ ଏକ କଢେଇରେ ଛାଣିବା ଲାଗି ତେଲ ଗରମ କରି ସେଥିରେ ଖଣ୍ଡଗୁଡିକୁ ପକାଇ ହାଲ୍କା ଆଞ୍ଚରେ ଛାଣି ହେବାକୁ ଛାଡ଼ି ଦିଅନ୍ତୁ।
- ଗୋଲ୍ଡେନ ବ୍ରାଉନ କଲର୍ ହେବା ପରେ ଏହାକୁ ବାହାର କରି ଦିଅନ୍ତୁ ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚନ୍ଦ୍ରକାନ୍ତି ପିଠା । ଦୀପାବଳୀରେ ଏହି ପିଠା ପ୍ରସ୍ତୁତ କରି ନିଜେ ଖୁଆନ୍ତୁ ଓ ଘରକୁ ଅତିଥି ଆସିଲେ ତାଙ୍କୁ ପରଷନ୍ତୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)