• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଖୋର୍ଦ୍ଧା: ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ କପାସିଆ ଛକରେ ଆଜି ସକାଳୁ ସକାଳୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 

ସୂଚନା ଅନୁସାରେ, ୨ ମହିଳା  ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ ବ୍ଲକ୍‌ ଅନ୍ତର୍ଗତ କପାସିଆ ଛକରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

 

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ଏନ୍‌ଏଚ୍‌ ଅବରୋଧ କରିଛନ୍ତି। ଫଳରେ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିବା ଜଣାପଡ଼ିଛି। ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। 

ସୂଚନାଥାଉ କି, ଗତ ମାସରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଗୋକର୍ଣ୍ଣପୁର ଗାଁ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେବାରୁ ୨ ମହିଳାଙ୍କ ମୃତ୍ୟୁ ଘଟିଥିଲା।