Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ହେଲେ ଓଡ଼ିଆ ବୋହୂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା ହେଲେ ପୁନମ ଗୁପ୍ତା ମିଶ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲ୍‌ର ସଦସ୍ୟ ଭାବେ ପୁନମ ଗୁପ୍ତା ମିଶ୍ର ମନୋନୀତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Poonam Gupta Mishra

Poonam Gupta Mishra

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା ହେଲେ ପୁନମ ଗୁପ୍ତା ମିଶ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲ୍‌ର ସଦସ୍ୟ ଭାବେ ପୁନମ ଗୁପ୍ତା ମିଶ୍ର ମନୋନୀତ ହୋଇଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଆନନ୍ଦ ବଜାରର ବାସିନ୍ଦା ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଦୀପକ ମିଶ୍ରଙ୍କ ପତ୍ନୀ ପୁନମ ଗୁପ୍ତା ମିଶ୍ର। ପୁନମ ହେଉଛନ୍ତି ବିଶିଷ୍ଟ ସାହିତ୍ୟିକା ରମା ମିଶ୍ର ଓ ସମାଜସେବୀ ଅଜିତ ମିଶ୍ରଙ୍କ ବୋହୂ। ବୋହୂଙ୍କ ଏହି ସଫଳତା ପାଇଁ ଶାଶୁ ଓ ଶ୍ୱଶୁର ବହୁତ୍ ଖୁସି ବ୍ୟକ୍ତ କରିଛନ୍ତି। ପୁନମଙ୍କ ଏଭଳି ସଫଳତା ଲାଗି ତାଙ୍କ ପାଖକୁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

Advertisment

ବୋହୂ ପୁନମଙ୍କ ସଫଳତା ନେଇ ଶାଶୁ ରମା ମିଶ୍ର କହିଛନ୍ତି, ‘ଆଦର୍ଶ ସ୍ତ୍ରୀ, ଆଦର୍ଶ ମା’ ଓ ବୋହୂ ଭାବେ ସବୁ ଦିଗରେ ସେ ପୁରା ପର୍‌ଫେକ୍ଟ।  ଆମେ ତାଙ୍କୁ ପାଇଁ ପୁରା ଖୁସି। ଆମେ ପ୍ରଥମରୁ ଜାଣିଥିଲୁ, ତୁଳସୀ ଦୁଇ ପ୍ରତରୁ ବାସିଲା ଭଳି ସେ ମଧ୍ୟ ଦିନେ ନା ଦିନେ ବାସିବେ।’ ସେହିପରି ପୁନମଙ୍କ ଶ୍ୱଶୁର ଅଜିତ ମିଶ୍ର କହିଛନ୍ତି, ‘ପୁନମଙ୍କ ସଫଳତା ନେଇ ଆମେ ବେଶ୍‌ ଖୁସି।’

PM Modi Poonam Gupta Mishra PM’s Economic Advisory Council
Advertisment
Advertisment