Advertisment

ମମିତାଙ୍କ ପାଇଁ ଦିଲ୍ଲୀରେ ଗର୍ଜିଲା ବିଜେପି, କଂଗ୍ରେସ ବି ଦିଲ୍ଲୀରେ ଉଠାଇବ ସ୍ୱର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନ ଜାରି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଦିଲ୍ଲୀରେ ବି ମମିତାଙ୍କ ପାଇଁ ନ୍ୟାୟ ଦାବି ଉଠିଛି। ଆଜି ଦିଲ୍ଲୀରେ ବିଜେପି ନେତା ଶୋଭଯାତ୍ରା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mamita Murder Case

Mamita Murder Case

ଭୁବନେଶ୍ୱର: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନ ଜାରି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଦିଲ୍ଲୀରେ ବି ମମିତାଙ୍କ ପାଇଁ ନ୍ୟାୟ ଦାବି ଉଠିଛି। ଆଜି ଦିଲ୍ଲୀରେ ବିଜେପି ନେତା ଶୋଭଯାତ୍ରା କରିଛନ୍ତି। 

Advertisment

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ଅନେକ ବିଜେପି କର୍ମୀ ଆଜି ମମିତାଙ୍କୁ ନ୍ୟାୟ ପାଇଁ ଦିଲ୍ଲୀରେ ଦାବି କରିଛନ୍ତି। ପଟେଲ ଚୌକ ସ୍ଥିତ ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ତଳେ ବସି ବିଜେପି କର୍ମୀ ପ୍ରତିବାଦ କରିଥିଲେ। ଏଥିରେ ପ୍ରବାସୀ ଓଡ଼ିଆ ମଧ୍ୟ ସାମିଲ ହୋଇଥିଲେ। ମମିତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ, ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି। 

ଅନ୍ୟପକ୍ଷେ, ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଆଜି ନୀଳଗିରି ଥାନା ଘେରାଉ କରିଥିଲା। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବହୁ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ମମିତାଙ୍କୁ ନ୍ୟାୟ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି କହିଛି। 

Advertisment

ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରିଛି। ମାଆ ମାଣିକେଶ୍ୱରୀ ମନ୍ଦିରରେ ଦୀପ ଦାନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ବିଜେପି କର୍ମୀ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏହି ଆନ୍ଦୋଳନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଯୋଗଦେଇ ଦୀପଦାନ କରିଥିଲେ। 

ସେପଟେ, ମମିତାଙ୍କୁ ନ୍ୟାୟ ପାଇଁ ଦିଲ୍ଲୀରେ ସ୍ୱର ଉଠାଇବ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ୯ ଓ ୧୦ରେ ଦିଲ୍ଲୀରେ ବିକ୍ଷୋଭ କରିବ କଂଗ୍ରେସ। ୧୧ରେ ଜନ୍ତରମନ୍ତରରେ ବିକ୍ଷୋଭ କରିବ କଂଗ୍ରେସ। ଏଥିରେ ବହୁ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୧ କିମ୍ବା ୧୨ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବ କଂଗ୍ରେସ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦରୁ ବହିଷ୍କାର ସହ ତଦନ୍ତ ପରିସରଭୁକ୍ତ କରିବା ଲାଗି କଂଗ୍ରେସ ଦାବି କରିଛି। ଦିଲ୍ଲୀ ପୂର୍ବରୁ ୬,୭ରେ ରାଜଭବନ ସମ୍ମୁଖରେ ଧାରଣା ଦେବ କଂଗ୍ରେସ। ଏନେଇ ପ୍ରେସ୍‌ମିଟ୍‌ରେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ସୂଚନା ଦେଇଛନ୍ତି।

Mamita Meher Dibya Shankar Mishra BJP Congress Mamita Murder Case Mamita Meher Murder Case
Advertisment
Advertisment