• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କରୋନା ତୃତୀୟ ଲହର ଆସିବା ସମ୍ଭାବନା କମ ରହିଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇପାରେ । ଦୀପାବଳି ଛୁଟି ପରେ କୌଣସି ମୂହୁର୍ତ୍ତରେ ବି ଏନେଇ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ବୋଲି ମନ୍ତ୍ରୀ କହିଛନ୍ତି ।

ସ୍କୁଲ ଖୋଲିଲେ ପୂର୍ବ ଭଳି ପର୍ଯ୍ୟାୟକ୍ରମେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲାଯିବ । କରୋନା କଟକଣାକୁ ପାଳନ କରାଯାଇ ସ୍କୁଲ ଖୋଲିବା ନିଷ୍ପତ୍ତି ହେବ ବୋଲି ଦୋହରାଇଛନ୍ତି ମନ୍ତ୍ରୀ । ରାଜ୍ୟରେ ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି ।  ଅନ୍ୟ ଶ୍ରେଣୀଗୁଡ଼ିକ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଗତ ଦେଢ଼ ବର୍ଷ ଧରି ବନ୍ଦ ରହିଛି ।

ସୂଚନାଯୋଗ୍ୟ ୨୫ ଅକ୍ଟୋବରରୁ ଆରମ୍ଭ ହୋଇଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା । କୋଭିଡ୍ ସଂକ୍ରମଣ ଯୋଗୁ ପ୍ରାୟ ୧୮ ମାସ ବନ୍ଦ ରହିବା ପରେ  ଅଫଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଥିଲା । ରା ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ କ୍ଲାସ୍ ଚାଲୁଛି । ଏହାସହ ଅଫଲାଇନ୍ ପାଠପଢ଼ା ପାଇଁ ସ୍କୁଲ ଗୁଡ଼ିକରେ କଡ଼ା କୋଭିଡ୍ କଟକଣା ପାଳନ କରାଯାଉଛି।   ପିଲା ମାନେ ଟିକା ନେଇନଥିବାରୁ  ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଆଉ ଏହି ଦୃଷ୍ଟିକୋଣରୁ ସାନିଟାଇଜର ଓ ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି ।