/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682249259.jpg)
bjb college
ବିଜେବି କଲେଜ କ୍ୟାମ୍ପସରେ ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ୪ ଅଭିଯୁକ୍ତ ଅଣଛାତ୍ର ହୋଇଥିବା ବେଳେ ସମସ୍ତେ ମହିଷାଖାଲ ବସ୍ତି ଅଞ୍ଚଳର ବୋଲି ସୂଚନା ମିଳିଛି । ଅଭିଯୁକ୍ତମାନେ ସବୁଦିନ କ୍ୟାମ୍ପସ ଭିତରେ କ୍ରିକେଟ୍ ଖେଳନ୍ତି । ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ,ଛୁରୀ,ଗୋଟିଏ ବାଇକ ଜବତ କରିଛି ପୋଲିସ୍ ।
ପୋଲିସ୍ ସୂଚନା ଅନୁସାରେ ୨ଜଣଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟପଟେ ଏ ଘଟଣାରେ ପ୍ରତିକ୍ରିୟା ରଖି କଲେଜ ପ୍ରିନ୍ସିପାଲ କହିଛନ୍ତି, ବିଜେବି କଲେଜ୍ ଖେଳପଡ଼ିଆ ସମସ୍ତଙ୍କ ପାଇଁ ଖୋଲାରୁହେ, ଏଭଳି ଅଘଟଣ ଏଡାଇବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ।....ଅନ୍ୟପଟେ ଏହି ଘଟଣା ପରେ ଆସନ୍ତାକାଲି ବସିବ ଉଚ୍ଚସ୍ତରୀୟ ବୈଠକ ।
ସୂଚନାଯୋଗ୍ୟ ଗତକାଲି ଅଣଛାତ୍ରମାନେ କଲେଜ କ୍ରିକେଟ ପଡ଼ିଆକୁ ଧସେଇ ପଶି ଖେଳୁଥିବା ଛାତ୍ରମାନଙ୍କୁ ଖଣ୍ଡାରେ ହାଣିବା ସହ ବ୍ୟାଟ୍ରେ ବାଡ଼େଇଥିଲେ । ଖଣ୍ଡା ଚୋଟରେ ଜଣେ ଛାତ୍ର ଗୁରୁତର ହୋଇଥିଲେ ଓ ବ୍ୟାଟ୍ ମାଡ଼ରେ ୨ ଜଣ ଛାତ୍ର ଗୁରୁତର ହୋଇ ପଡ଼ିଥିଲେ । ତିନି ଆହତ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)