Advertisment

ଭୋଟ୍ ପୂର୍ବରୁ BJD ଖେଳିଲା ଚାଷୀ କାର୍ଡ, ୩୫ ଲକ୍ଷ ଚାଷୀଙ୍କୁ ୪୪୧ କୋଟିର ସୁଧ ରିହାତି !

୩୫ ଲକ୍ଷ ଖରିଫ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪୪୧ କୋଟିର ସୁଧ ରିହାତି ଘୋଷଣା । ଭେଳିକି କହି ଅସଲ ଚାଷୀଙ୍କ ପ୍ରଶ୍ନ, କୁଆଡ଼େ ଯାଉଛି ଋଣ ଟଙ୍କା ଓ ସୁବିଧା ?

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics, CM Naveen Announce For Farmers

ନିର୍ବାଚନ ପୂର୍ବରୁ ସରକାର ପୁଣି ଖେଳିଲେ ଚାଷୀ କାର୍ଡ । ଖରିଫ୍ ଚାଷ ପାଇଁ ସୁଧ ରିହାତି ପ୍ରଦାନ କଲେ ସରକାର । ମୁଣ୍ଡ ଉପରେ ସାଧାରଣ ନିର୍ବାଚନକୁ ଦେଖି ଚାଷୀଙ୍କୁ ଥୋପ । ଚାଷୀ ଭୋଟ୍ ହାତରେ ରଖିବାକୁ ପୁଣି ଚଳାଇଲେ ଗୋଟି । ଖରିଫ ଚାଷ ପାଇଁ ୪୪୧ କୋଟି ୭୬ ଲକ୍ଷ ଟଙ୍କାର ସୁଧ ରିହାତି । ଦ୍ୱିତୀୟ ପର୍ଯ୍ୟାୟରେ ଏହି ସୁଧରାଶି ପ୍ରଦାନ ପରେ ୨୦୨୨-୨୩ ବର୍ଷ ଲାଗି ମୋଟ ୮୫୬ କୋଟି ୯୯ ଲକ୍ଷ ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି ସରକାର ।

Advertisment

ସମସ୍ତ ସମବାୟ ବ୍ୟାଙ୍କ୍ ଓ ୨, ୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ସୁଧ ବାବଦ ଅର୍ଥ ଦିଆଯାଇଛି। ଏହା ଦ୍ୱାରା ୩୫ ଲକ୍ଷ ଚାଷୀ ଉପକୃତ ହେବେ। ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଏବଂ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ ପ୍ରତିଶତ ସୁଧରେ ଋଣ ଯୋଗାଉଛି ସମବାୟ ବିଭାଗ । ଏହି ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କାର ଋଣ ସହାୟତା ଦିଆଯାଉଛି । ତେବେ ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚୁଛି ତ ଋଣ ଟଙ୍କା । ବାଲେଶ୍ୱର ସୋର ବ୍ଲକର ଚାଷୀ କରୁଣାକର ସେଠୀ । କ୍ଷୁଦ୍ର ଚାଷୀ ଭାବେ ଦେଢରୁ ଦୁଇ ଏକର ଜମି ଚାଷ କରୁଛନ୍ତି । ତେବେ ଗରିବ ଚାଷୀ ହୋଇ ବି, ତାଙ୍କ ପାଇଁ ସରକାରୀ ଋଣ ସୁବିଧା କି ସୁଧ ଛାଡ଼ର କିଛି ମାନେ ନାହିଁ । ସେହିଭଳି ଗଞ୍ଜାମ ବୁଗୁଡ଼ା ବ୍ଲକ୍ ଗୌଡ଼ିଆ ବୋରଦା ପଞ୍ଚାୟତର ଚାଷୀ କମଳଲୋଚନ ସ୍ୱାଇଁ । ଖରିଫ ଚାଷ ପାଇଁ ଧାର ଓ କରଜ ଆଣି ଚାଷ କରୁଛନ୍ତି । ତାଙ୍କ ଭଳି ପ୍ରକୃତ ଚାଷୀଙ୍କ ପାଇଁ ସରକାରୀ ଘୋଷଣାର ମୂଲ୍ୟ କିଛି ନାହିଁ ବୋଲି କ୍ଷୋଭର ସହ କୁହନ୍ତି କମଲୋଚନଙ୍କ ଭଳି ଅଞ୍ଚଳର ଆହୁରି ଅନେକ ଚାଷୀ। 

Advertisment

ସେମିତି ଭଦ୍ରକ ପାଞ୍ଚପଡ଼ା ଅଞ୍ଚଳରେ ଚାଷୀ ରାମକୃଷ୍ଣ ପଣ୍ଡା। ୧୨ ଏକ ଜମିରେ ଧାନ ଚାଷ କରିଛନ୍ତି। ତେବେ ତାଙ୍କୁ ଋଣ, ସୁଧଛାଡ଼ କି ଅନ୍ୟ ସରକାରୀ ସୁବିଧାର କାଣିଚାଏ ମଧ୍ୟ ଉପଲବ୍ଧ ହୋଇନଥିବା କ୍ଷୋଭର ସହ କୁହନ୍ତି। 

ଲୋକସେବା ଭବନରେ ଚାଷୀଙ୍କ ପାଇଁ ସୁବିଧା ଘୋଷଣା, ସେପଟେ ଗ୍ରାଉଣ୍ଡରେ ଚାଷୀଙ୍କ ସୁବିଧା ନପାଇ ଉଦବେଗ । ତେଣୁ ପ୍ରଶ୍ନ ଉଠୁଛି, ବାସ୍ତବରେ ଘୋଷଣାର ସଫଳ ରୂପାୟନ କେଉଁଠି ହେଉଛି ?

CM Naveen Patnaik Odisha Politics
Advertisment
Advertisment