/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682263036.jpg)
akshaya tritiya
ଅକ୍ଷୟ ତୃତୀୟାରେ ଗହଣା ଦୋକାନରେ ଖଚାଖଚ୍ ଭିଡ଼ । କିଏ ହାର ବାଛୁଛି... ତ କିଏ କାନ ଫୁଲ... ପୁଣି କିଏ ମୁଦି ନହେଲେ ଚୁଡ଼ି । ପବିତ୍ର ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଅଖଣ୍ଡ ବିଶ୍ୱାସକୁ ନେଇ ଆଜି ରାଜଧାନୀର ବିଭିନ୍ନ ଗହଣା ଦୋକାନ ମାନଙ୍କରେ ଦିନ ତମାମ ଲାଗିଛି ଗ୍ରାହକଙ୍କ ଗହଳି । ବିଶେଷ କରି ମହିଳାମାନେ ଭଳିକି ଭଳି ଡିଜାଇନର ଗହଣା ଦେଖି ଖୁସି ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ୫୫ ହଜାର ୭୦ ଟଙ୍କା ଦର ଥିବାବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ପିଛା ୬୧ ହଜାର ୪୧ଟଙ୍କା ରହିଛି ।
ସେହିପରି ରୁପା କିଲୋ ପିଛା ୭୭ ହଜାର ଟଙ୍କା ଛୁଇଁଛି । ବ୍ରହ୍ମପୁରରେ ବି ଛୋଟ ବଡ଼ ସବୁ ଜୁଏଲାରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏଣେ ଦୁଇ ବର୍ଷ କୋଭିଡ୍ ଯୋଗୁଁ ଆଖିଦୃଶିଆ ବ୍ୟବସାୟ କରିପାରି ନଥିବା ଗହଣା ଦୋକାନୀମାନେ ଏଥର ଅକ୍ଷୟ ତୃତୀୟା ସାଙ୍ଗକୁ ବାହାଘର ସିଜିନରେ ଭଲ ରୋଜଗାରର ଆଶା ରଖିଛନ୍ତି ।
ସେଥିପାଇଁ ସୁନା, ରୁପା ସାଙ୍ଗକୁ ହୀରା ଗହଣା ଉପରେ ଅଫର ବର୍ଷା ବି କରିଛନ୍ତି । ନୂଆ ନୂଆ କଲେକ୍ସନ ସାଙ୍ଗକୁ ଭଳିକି ଭଳି ସୁନା ଓ ରୁପା କଏନ ଓ ବିସ୍କୁଟ ବି କାଉଣ୍ଟରରେ ରଖିଛନ୍ତି । ଏମିତିକି କିଛି ଦୋକାନୀ ଅକ୍ଷୟ ତୃତୀୟା ଅଫର ସପ୍ତାହେ ପର୍ଯ୍ୟନ୍ତ ବଢ଼ାଇଥିବା ସୂଚନା ଦେଇଛନ୍ତି ।ଏଣେ ବଜାର ବିଶେଷଜ୍ଞ ମତ ଅନ୍ୟ ସମସ୍ତ ନିବେଶ ତୁଳନାରେ ସୁନାରେ ନିବେଶ ସବୁଠୁ ଉକୃଷ୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)