Advertisment

ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି

ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Is Srimandir In Target Of Terrorists?

Is Srimandir in the target of terrorists?

ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି। ଗୁଳିମାଡ଼ରେ ନିହତ ୟୁପି ପ୍ରୟାଗରାଜର ମାଫିଆ ଅତିକର ଡାହାଣ ହାତ ଗୁଡୁ ମୁସଲିମର ପୁରୀ ଓ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏଭଳି ଆଶଙ୍କା କରିଛି ବିଜେପି। ସାଂସଦ ସୁରେଶ ପୂଜାରୀ ଏକ ପ୍ରେସମିଟ କରି ଅଭିଯୋଗ କରିଛନ୍ତି ଯେ, ଗତ ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା। ଅର୍ଥାତ ଏଥିରୁ ସ୍ପଷ୍ଟ ହେଉଛି, ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ରହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଗରିବ ରାଜ୍ୟରେ ଧନୀ ପାର୍ଟି ଅଫିସ୍ କାହଁକି ?

ଏଭଳି ସ୍ଥିତିରେ ଗ୍ୟାଙ୍ଗଷ୍ଟର ଗୁଡୁ ମୁସଲିମ ପୁରୀ ବରଗଡ଼ ଆସିଥିବା ଜଣାପଡ଼ିଥିବା କହିଛନ୍ତି ସାଂସଦ ପୂଜାରୀ। ତା’ସହ କହିଛନ୍ତି, ଗୁଡୁ ମୁସଲିମର ପ୍ରମୁଖ ସହଯୋଗୀ ସୋହେଲାର ରାଜା ଖାନ୍ ନାଁରେ ବହୁ ମାମଲା ବି ରହିଛି। ତେଣୁ ଗୁଡୁ ମୁସଲିମ ଓ ରାଜା ଖାଁ ମଧ୍ୟରେ କଣ ସଂପର୍କ, କିଏ ରାଜାର ପୃଷ୍ଠପୋଷକ ? ୧୨ ତାରିଖ ସମ୍ବଲପୁର ହିଂସା ଘଟଣା ସହ ଉଭୟଙ୍କ ସଂପର୍କ କଣ ? ଗୁଡୁ ମୁସଲିମ ପୁରୀ ଆସିଥିଲା, ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ନାହିଁ ତ ? ଏଭଳି ନାନା ଆଶଙ୍କା କରିବା ସହ ପ୍ରଶ୍ନ ଉଠାଇଛନ୍ତି ସାଂସଦ ସୁରେଶ ପୂଜାରୀ।

ତା’ସହ ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।

Advertisment

ତେବେ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି, ଗତ ୧୫ ବର୍ଷ ହେବ, ହନୁମାନ ଜୟନ୍ତୀ ଓ ରାମ ନବମୀରେ ସେଠି ଅସାମାଜିକ କାର୍ଯ୍ୟକ୍ରମ କରି ସାମ୍ପ୍ରଦାୟିକ ଟେନସନ କିଏ ସୃଷ୍ଟି କରୁଛି। ବିଜେପି ହିଁ ସେ ସବୁ କରାଉଛି। ଆଇନଶୃଙ୍ଖଳା ଯିଏ ଭାଙ୍ଗୁଛି ଯିଏ ଉସକଉଛି। ସେ ବିଜେଡି କି ବିଜେପି କି କଂଗ୍ରେସ ହେଉ ତା’ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ।

BJP NIA Suresh Pujari Terror Attack
Advertisment
Advertisment