• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୫ ପ୍ରସ୍ତାବକୁ ମିଳିଲା ମଂଜୁରୀ । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୋଟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଖାନନଗର ଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ ହେବ ୬ ଲେନ୍ ବିଶିଷ୍ଟ ରାସ୍ତା । ଏହି ୬ ଲେନ୍ ବିଶିଷ୍ଟ ରାସ୍ତା ପାଇଁ ଖର୍ଚ୍ଚ ହେବ ୧୨୧ କୋଟି ୬୫ ଲକ୍ଷ ଟଙ୍କା । ଏହାକୁ ୨୪ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା କଟକ ସହରର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ।

ସେପଟେ ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେବ ଓଡ଼ିଶା । ଅନ୍ୟପଟେ ବିଜୁ ସେତୁ ଯୋଜନାରେ ନିର୍ମାଣ ହେବ ଆଉ ୮୬୬ ନୂଆ ସେତୁ । ଏହାକୁ ରାଜ୍ୟ କ୍ୟାବିନେଟରେ ମଂଜୁରୀ ମିଳିସାରିଛି ।

ସେହିଭଳି ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜରୀ ମିଳିଛି । ଇ-ଯାନ କ୍ରୟ ଉପରେ ରିହାତି ବୃଦ୍ଧି କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଇ-ଯାନ କ୍ରୟ ଓ ପଞ୍ଜୀକରଣ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରିହାତି ବୃଦ୍ଧି କରିବାକୁ ସ୍ଥିର କରାଯାଇଛି ।

ଏଥିସହ  ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଦିଆଯିବା ନେଇ ପ୍ରସ୍ତାବ ମଧ୍ୟ ଅନୁମୋଦନ  ହୋଇଛି। ଓବିସି କମିସନ ସଂଶୋଧନ ନେଇ ଅଧ୍ୟାଦେଶ ଅଣାଯିବାକୁ କ୍ୟାବିନେଟ୍ ମଞ୍ଜରୀ ଦେଇଛି । ଅବକାରୀ ସବଇନସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡିଶା ଜଙ୍ଗଲସେବା କ୍ୟାଡରର ପୁନଃଗଠନ କରାଯିବା ପ୍ରସ୍ତାବ ଉପରେ ମୋହର ଲାଗିଛି।