Advertisment

OSSC ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ: ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ପୂର୍ବରୁ ଯାଞ୍ଚ ହେଉ ନାହିଁ କି ?

ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ(OSSC)ଙ୍କ ନୂଆ ଓଡ଼ିଆ ପ୍ରଶ୍ନପତ୍ର ଦେଖିଲେ ଆପଣଙ୍କ ମୁଣ୍ତ ବୁଲାଇଦେବ । ଏମିତିକି ପ୍ରଶ୍ନପତ୍ର ଦେଖି ପରୀକ୍ଷାର୍ଥୀଙ୍କ ମୁଣ୍ତ ବୁଲାଇ ଦେଉଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

OSSC Exam

ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ ପରେ ଶେଷରେ ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍‌ କମିଶନ(OSSC)। ଗତକାଲି ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପଦବି ପାଇଁ ପ୍ରିଲିମିନାରୀ ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା । ପୁଣି କେବେ ପରୀକ୍ଷା ହେବେ ସେ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ଥିବା ବେଳେ, କମିଶନଙ୍କ ଦାୟିତ୍ବହୀନତା ପାଇଁ ଏଭଳି ବିଭ୍ରାଟ ହୋଇଥିବା ଶିକ୍ଷାବିତ କହିଛନ୍ତି । ସେପଟେ କମିଶନ ଅଧ୍ୟକ୍ଷ କିନ୍ତୁ ପୁରା ଘଟଣାରେ ନିରବ।

Advertisment

ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ(OSSC)ଙ୍କ ନୂଆ ଓଡ଼ିଆ ପ୍ରଶ୍ନପତ୍ର ଦେଖିଲେ ଆପଣଙ୍କ ମୁଣ୍ତ ବୁଲାଇଦେବ । ଏମିତିକି ପ୍ରଶ୍ନପତ୍ର ଦେଖି ପରୀକ୍ଷାର୍ଥୀଙ୍କ ମୁଣ୍ତ ବୁଲାଇ ଦେଉଛି । ଗତ କାଲି ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପଦବି ପାଇଁ ପରୀକ୍ଷା ହୋଇଥିଲା । ଯାହାକି ଷ୍ଟାଫ ସିଲେକ୍ସନ କମିଶନଙ୍କ ଜରିଆରେ ୬୬ଟି ପଦବି ପାଇଁ କରାଯାଇଥିଲା । ହେଲେ ପ୍ରଶ୍ନ ପତ୍ରରେ ଏଭଳି ସାଂଘାତିକ ଓଡ଼ିଆ ଦେଖି ପରୀକ୍ଷାର୍ଥୀ ତାଜୁବ। ଉତ୍ତର ଲେଖିବା ତ ଦୂରର କଥା ପ୍ରଶ୍ନ କ’ଣ ଆସିଛି ତାହା ବୁଝିବାକୁ ଦୁଇଘଣ୍ଟା ଚାଲିଗଲା। 

ଏଭଳି ତ୍ରୁଟିର ଶିକାର ହୋଇଥିବା ପରୀକ୍ଷାର୍ଥୀ ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଜଣାଇବା ପାଇଁ ଯାଇଥିଲେ । ଦାବି କରିଥିଲେ ଭବିଷ୍ୟତରେ ଏଭଳି ସମସ୍ୟା ଏଡାଇବା ପାଇଁ କମିଶନ୍, ଓଡିଆ ଇଂରାଜୀ ଅଲଗା ଅଲଗା ବଦଳରେ ଗୋଟିଏ ପ୍ରଶ୍ନପତ୍ରରେ ଉଭୟ ଭାଷାରେ ପ୍ରଶ୍ନ ପ୍ରସ୍ତୁତ କରନ୍ତୁ । 

Advertisment

ସେପଟେ ତ୍ରୁଟିଯୁକ୍ତ ପ୍ରଶ୍ନପତ୍ର ପାଇଁ ଗତକାଲି ହୋଇଥିବା ପ୍ରିଲିମିନାରୀ ପରୀକ୍ଷାକୁ ବାତିଲ କରିଛନ୍ତି କର୍ତ୍ତୃପକ୍ଷ। ପରବର୍ତ୍ତୀ ସମୟର ପରୀକ୍ଷା ପାଇଁ ତାରିଖ ଘୋଷଣା ହେବ । ବଡ଼ ପ୍ରଶ୍ନ ହେଲା, ବର୍ଷ ବର୍ଷ ଧରି ଚାକିରି ଆଶାରେ ବସିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଏ ଖେଳ କାହିଁକି? କିଏ ଏଥି ପାଇଁ ଦାୟୀ ? ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ପୂର୍ବରୁ ଯାଞ୍ଚ ହେଉ ନାହିଁ କି ? ଅଧିକାରୀଙ୍କ ଅବହେଳା ପାଇଁ କାହିଁକି ଦଣ୍ଡ ପାଇବେ ପରୀକ୍ଷାର୍ଥୀ ? ଏ ସଂପର୍କରେ କିନ୍ତୁ ଚୁପ୍ ଷ୍ଟାଫ୍ ସିଲେକସନ କମିଶନ୍ କର୍ତ୍ତୃପକ୍ଷ । ଏମିତି ପ୍ରତିକ୍ରିୟା ପାଇଁ ପଚାରିବାରୁ କାର କାଚ ମଧ୍ୟ ଖୋଲିନଥିଲେ କମିଶନ ଅଧ୍ୟକ୍ଷ।

OSSC Jobs Exam Cancellation
Advertisment
Advertisment