Advertisment

ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା

୨୦୩୩ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ଖଣି ନିଗମ ରହିବ ବୋଲି ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha To Sponsor Indian Hockey For 10 More Years

Indian Hockey Team

ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡ଼ିଶା। ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ଖଣି ନିଗମ ରହିବ ବୋଲି ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ୧୫ ବଡ଼ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଜାଣନ୍ତୁ କ’ଣ...

ଲଗାତାର ଦୁଇ ବର୍ଷ ଧରି ଓଡ଼ିଶା ହକି ବିଶ୍ୱକପ୍‌ର ଆୟୋଜନ କରିଆସୁଛି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବିଶ୍ୱରେ ରେକର୍ଡ କରିଛି । ୧୫ ମାସରେ ରାଉରକେଲାରେ ଛିଡ଼ା ହୋଇଛି ଏହି ଓ୍ୱାର୍ଲଡ୍ କ୍ଲାସ୍ ଷ୍ଟାଡିୟମ୍ । କମ୍ ସମୟ ମଧ୍ୟରେ ଏଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ତିଆରି କରି ବାଃ ବାଃ ଗୋଟାଉଛନ୍ତି ନବୀନ ସରକାର । ଯାହା ସମ୍ଭବ ହୋଇଛି ପ୍ରଶାସନିକ କଳର ତତ୍ପରତା ଯୋଗୁଁ ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।  ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ଓବିସି ଆୟୋଗ ଅଧିନିୟମ-୧୯୯୩ର ସଂଶୋଧନକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି ।

Advertisment
Odisha Cabinet Hockey India Indian Hockey Team
Advertisment
Advertisment