• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଜ୍ରାଘାତରେ ଭାଙ୍ଗିଲା ମନ୍ଦିରର କିଛି ଅଂଶ । ଭଦ୍ରକ ତିହିଡି ବ୍ଲକ ପାଳିଆବିନ୍ଧାରେଥିବା ପୂରାତନ ବିରଞ୍ଚି ନାରାୟଣ ମନ୍ଦିର ଉପରେ ବଜ୍ରାଘାତ ହୋଇଛି । ଏଥିରେ ମନ୍ଦିରର ପଶ୍ଚିମ ପାଖ ଭାଙ୍ଗିଥିବା ବେଳେ ଦକ୍ଷିଣରୁ ପଶ୍ଚିମ ଫାଟ ହୋଇଛି । ତିହିଡି ବ୍ଲକ ପାଳିଆବିନ୍ଧାରେ ରହିଛି ବହୁ ପୂରାତନ ଵିରଞ୍ଚି ନାରାୟଣ ମନ୍ଦିର। ଏହା ସୂର୍ଯ୍ୟ ମନ୍ଦିର ଭାବରେ ଵେଶ ପରିଚିତ । ଗତ କିଛି ଦିନ ଧରି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଵାହ ଜାରି ରହିଥିବାବେଳେ ଗତ ଦୁଇ ଦିନ ଧରି ପାଗ କୋହଲା ରହିଥିଲା । ଗତକାଲି ରାତିରୁ ଘଡଘଡି ସହ ବିଜୁଳି ଓ ବର୍ଷା ଜାରି ରହିଥିଲା ।

ଏହି ସମୟରେ ବଜ୍ରାଘାତରେ ମନ୍ଦିରର ଵହୁ କ୍ଷତି ଘଟିଛି । ଏହି ମନ୍ଦିରର କିଛି ଅଂଶ ଭାଙ୍ଗି ଖସି ପଡିଥିବାବେଳେ କିଛି ଅଂଶ ଫାଟି ଯାଇଛି । ଯାହା ଏବେ ଚିନ୍ତାର ଵିଷୟ ପାଲଟିଛି । ଓଡ଼ିଶାର ନୌବାଣିଜ୍ୟର ମୁକସାକ୍ଷୀ ଏହି ମନ୍ଦିର । ପୂର୍ବରୁ ମୂର୍ତ୍ତି ଚୋରି ଓ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଗାରିମା ହରାଇବାକୁ ବସିଥିବାବେଳେ ଗତକାଲି ବଜ୍ରପାତରେ ମନ୍ଦିରର କିଛି ଅଂଶ ଭାଙ୍ଗି ନଷ୍ଟ ହୋଇଛି ।

ଫଳରେ ସ୍ଥାନୀୟ ଵାସିନ୍ଦାଙ୍କ ସମେତ ମନ୍ଦିର କମିଟିର ସଦସ୍ୟ ଚିନ୍ତାରେ ରହିଛନ୍ତି । ମନ୍ଦିରର ଭାଙ୍ଗିଯାଇଥିବା ଅଂଶ ଆଗାମୀ ସମୟରେ ମନ୍ଦିର ପ୍ରତି ବିପଦ ସୄଷ୍ଟି କରିବ । ତୁରନ୍ତ ଏହାର ମରାମତି ସହ ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ଦିର କମିଟିର ସଦସ୍ୟ । ମନ୍ଦିରର ପଶ୍ଚିମ ପାଖି ଭାଙ୍ଗିଥିବାବେଳେ ଦକ୍ଷିଣରୁ ପଶ୍ଚିମ ଫାଟ ହୋଇଛି । ବଜ୍ରାଘାତରେ ମନ୍ଦିରର ପଶ୍ଚିମ ପାଖରେ ଭାଙ୍ଗିଛି । ଭାଙ୍ଗିଥିବା ସ୍ଥାନରୁ ଦକ୍ଷିଣ ପାଖକୁ ଫାଟ ସୃଷ୍ଟି ହୋଇଛି ।

ତେବେ ଗର୍ଭ ଗୃହରେ କେତେ କ୍ଷତି ହୋଇଛି ସେ ନେଇ ଆକଳନ କରାଯାଇନାହିଁ । ମନ୍ଦିରଟି ବହୁ ପୂରାତନ ହୋଇଥିବାରୁ ଏଠାରେ ବଜ୍ରାଘାତ ପ୍ରତିରୋଧକ ବ୍ୟବସ୍ଥା କରିବା ନେଇ ଦାବି କରିଛି ମନ୍ଦିର ଟ୍ରଷ୍ଟ ବୋର୍ଡ । ଏ ନେଇ ପତ୍ନତତ୍ୱ ବିଭାଗକୁ ମଧ୍ୟ ଅବଗତ କରାଯିବ ବୋଲି କହିଛନ୍ତି ଟ୍ରଷ୍ଟି ।

  • Reported by:
  • Partha Sarathi nayak