ossc exam question paper
ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବା OSSC ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଅଭିଯୋଗ। ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ବିଶେଷ ଭାବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ତାଳମେଳ ନଥିବା ଏବଂ ଓଡ଼ିଆ ଶଦ୍ଦ ଗୁଡ଼ିକ ସଠିକ ଭାବରେ ପଢି ହେଉନଥିବା ଅଭିଯୋଗ ହୋଇଛି।
Advertisment
ଏହାସହ ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ନକରି ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳିବା ନିନ୍ଦନୀୟ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏନେଇ ରାଜ୍ୟ ସରକାର କିମ୍ବା OSSC ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)