• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ପବନ ହୋଇଥିବାରୁ ତାପମାତ୍ରା ଖସିଛି। ମୋଟାମୋଟି ଭାବେ ଆଉ ୨ ଦିନ ଯାଏ ଏପରି ପାଗ ରହିବା ସହିତ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଜିବି ରାଜ୍ୟରେ ଘଡ଼ଘଡ଼ି, ଝଡ଼ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର,  ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ସତର୍କ କରାଯାଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ବିଶେକରି ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି। ଘଡ଼ଘଡ଼ି ଓ ବିଜୁଳି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି। 

ଅଧିକ ପଢ଼ନ୍ତୁ: ନବରଙ୍ଗପୁରରେ କାଶ୍ମୀରର ଭ୍ରମ . .ଚାରିଆଡ଼େ ବରଫର ଚାଦର

ସେହିପରି  ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ତେବେ ଅରେଂଜ ଓ ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତା ପରେ ବର୍ଷା କମିବ  ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।