Advertisment

Sunita Williams: କାଲି ସୁନୀତାଙ୍କ ପୃଥିବୀ ବାହୁଡ଼ା; କାଉଣ୍ଟଡାଉନ ଆରମ୍ଭ

ଆସନ୍ତାକାଲି ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ।

author-image
Tapaswini Nayak
Sunita Williams

Sunita Williams

ଆସନ୍ତାକାଲି ପୃଥିବୀରେ ପହଞ୍ଚିବେ ସୁନୀତା ୱିଲିୟମ୍ସ। ଏଥିପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା। ଆସନ୍ତାକାଲି ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ।

Advertisment

ଅଧିକ ପଢ଼ନ୍ତୁ: ସୁନୀତାଙ୍କ ପୃଥିବୀ ବାହୁଡ଼ା: ଯେତିକି ଆଶ୍ବସ୍ତି, ସେତିକି ଚିନ୍ତା; ଜାଣନ୍ତୁ କାହିଁକି ?

ଯେତେବେଳେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିବା ଆରମ୍ଭ କରିବ ମହାକାଶଯାନ। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳକୁ ଏହାର ସ୍ପିଡ୍ ଥିବ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର। ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଆରମ୍ଭ ହେବ ଅଗ୍ନିପରୀକ୍ଷା। ବାୟୁ ସହ ଘର୍ଷଣ ହୋଇ ବାହାରୁ ଏହା ଏକ ଅଗ୍ନିପିଣ୍ଡୁଳା ପାଲଟିଯିବ, ଠିକ୍ ଆକାଶରୁ ଜଳନ୍ତା ଉଲକାପିଣ୍ଡ ଖସିବା ଭଳି। ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ଏହା ଭିତରେ ଥିବା ସୁନୀତା ଓ ଅନ୍ୟ ମହାକାଶଚାରୀଙ୍କ ଉପରେ।

Advertisment

ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବେ ସୁନୀତା। ୬୦ ପରେ ତାଙ୍କର ବିଭିନ୍ନ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି। ସୁନୀତାଙ୍କ ପାଇଁ ସହଜ ହେବନି ଚାଲିବା। ବଳ ଫେରିପାଇବାକୁ ୬ ସପ୍ତାହ ପାଇଁ ସ୍ବତନ୍ତ୍ର ବ୍ୟାୟାମ ଓ ଖାଦ୍ୟ ସହ ରିହାବିଲିଟେସନ୍ ପିରିୟଡ୍ କାଟିବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ:ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍

Earth Sunita Williams
Advertisment
Advertisment