Advertisment

ରାଜଧାନୀରେ ଚାଞ୍ଚଲ୍ୟ : ୮ ମହଲାରୁ ପଡ଼ି ଆଇନ୍‌ ଛାତ୍ର ମୃତ

ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଯୁବକ ମୃତ

author-image
Prangyan Parimita
ଅଦ୍ୟତନ ହୋଇଛି
Bhubaneswar Student Death Case

death

ରାଜଧାନୀରେ ଅଘଟଣ । ୮ ମହଲାରୁ ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଏଭଳି ଅଘଟଣ ଘଟିଛି ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରେ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳନଗର ଥାନା ପୋଲିସ୍‌ । ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

Advertisment

ପୋଲିସର ସୂଚନା ଅନୁସାରେ, ମୃତ ଯୁବକଙ୍କ ନାଁ ଅନୁରାଗ ମାନସ ଟୁଡୁ । ସେ ଜଣେ ଆଇନର ଛାତ୍ର । ହେଲେ ଯୁବକ ଜଣକ ଚନ୍ଦ୍ରମା ଆପାର୍ଟମେଣ୍ଟରେ ରହୁନଥିଲେ । ସେଠାକୁ ହୁଏତ କୌଣସି କାମରେ ଆସିଥିଲେ ବୋଲି କୁହାଯାଉଛି ।

ତେବେ କେଉଁ କାରଣ ପାଇଁ ଚନ୍ଦ୍ରମା ଆପାର୍ଟମେଣ୍ଟ ଆସିଥିଲେ ଆଉ କିଭଳି ଏ ଅଘଟଣ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।...

Advertisment
Student Death
Advertisment
Advertisment