• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନେତା ପାଳିଲେ ଅକ୍ଷୟ ତୃତୀୟ । ଅଖିମୁଠି ଅନୂକୂଳ କଲେ, ହଳ ବୁଲାଇ ଧାନ ବୁଣିଲେ । ପୁଣି ପାଞ୍ଚ ବର୍ଷ ପରେ ବରମୁଣ୍ଡା ଓୟୁଏଟି ଫାର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଖିମୁଠି ଅନୁକୂଳ କରିଛନ୍ତି । ସେହିପରି କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଯାଜପୁର ସୁକିନ୍ଦାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଝାରସୁଗୁଡାରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଖୋର୍ଦ୍ଧା ଜଟଣୀରେ କରିଛନ୍ତି ଅଖିମୁଠି ଅନୁକୂଳ କରିଛନ୍ତି କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ ।

ଏମିତି ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାରେ ବିଲକୁ ଯାଇ ଚାଷୀଙ୍କ ପାଇଁ ଦରଦ ଦେଖାଉଛନ୍ତି ନେତା । କାଳିଆ ଟଙ୍କା ବାଣ୍ଟି ବାହାବାହା ନେଉଛନ୍ତି ସରକାର । ହେଲେ ଚାଷୀଙ୍କ ସ୍ଥିତି କିନ୍ତୁ ଯାହାକୁ ସେଇଆ । ହଳଠୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ସମସ୍ୟା ସହ ଝୁଜୁଛି ଚାଷୀ । ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ ପାଇଁ ବଳଦ ଆଣିଥିବା ଚାଷୀ ଅସନ୍ତୋଷ ବଖାଣୁଛି ।

ହେଲେ ସେ କହିଲେନି କି ମୁଖ୍ୟମନ୍ତ୍ରୀ ଶୁଣିଲେନି । କାଳେ ବଡବଡିଆ ବାବୁମାନେ ତାଙ୍କୁ ହଇରାଣରେ ପକାଇବେ ଭୟରେ ତୁନି ରହିଲେ । ଏମତି ସ୍ଥିତି ରାଜ୍ୟର ସବୁ ଚାଷୀଙ୍କର । ଆଜିଠୁ ଚାଷ କାମ ଅନୁକୂଳ ହୋଇଥିଲେ ବି ପହଞ୍ଚିନି ବିହନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । ଏପଟେ ମନ୍ତ୍ରୀ କହିଛନ୍ତି ବିହନ ପର୍ଯ୍ୟାପ୍ତ ପରିମାଣର ଅଛି ।