ଆରଟିସି ଏବଂ ରାଜସ୍ୱ ଅଧିକାରୀ କହିଛନ୍ତି ଯେ, ବସ୍ କଣ୍ଡକ୍ଟରଙ୍କ ସହ ଅନ୍ୟ କିଛି ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେମାନେ ସାମାନ୍ୟ ଆଘାତ ପାଇଛନ୍ତି । ଏହି ବସ୍ରେ ୪୫ ଜଣ ଯାତ୍ରୀ ଏବଂ ଦୁଇଜଣ ବସ୍ କର୍ମଚାରୀ ଥିଲେ ।
ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୧୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮, ୨୧୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ସେହିପରି ରୁପା ମୂଲ୍ୟ ଆଜି ବି କମିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୧, ୫୦୦ ଟଙ୍କା ହୋଇଛି ।
ତାମିଲନାଡୁ କୁନ୍ମୁର ହେଲିକପ୍ଟର କ୍ରାଶ୍ ଘଟଣାରେ ଜଣେ ମାତ୍ର ଜୀବିତ ଥିବା ଗ୍ରୁପ୍ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଲୁରୁ ସ୍ଥିତ ମିଲିଟାରୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଲାଇଫ୍ ସପୋର୍ଟରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଥିଲା।
ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ସଂସଦରେ ହଟ୍ଟଗୋଳ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଛି ଫଳରେ ଲୋକସଭାକୁ ବାଚସ୍ପତି ମୁଲତବି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।
ତାମିଲନାଡୁ କୁନ୍ମୁର ହେଲିକପ୍ଟର କ୍ରାଶ୍ ଘଟଣାରେ ଜଣେ ମାତ୍ର ଜୀବିତ ଥିବା ଗ୍ରୁପ୍ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।
ପୁରାଣରେ ଲିପିବଦ୍ଧରେ ରହିଛି ଭଗିରଥଙ୍କ ଗାଥା । ସହସ୍ର ବର୍ଷ ତପସ୍ୟା ପରେ ଦେବୀ ଗଙ୍ଗାଙ୍କୁ ତୁଷ୍ଟ କରି ସ୍ୱର୍ଗଲୋକରୁ ଭୂଲୋକକୁ ନେଇ ଆସିଥିଲେ ରାଜା ଭଗିରଥ । ସେଇଥିପାଇଁ ତ, ଗଙ୍ଗାର ଆଉ ଏକ ନାଁ ହେଉଛି ଭାଗିରଥି । ଆସନ୍ତୁ ଜାଣିବା ଆଉ ଜଣେ ଭଗିରଥଙ୍କ କଥା ।
କରୋନା ଟିକାକରଣ ସମ୍ପୂର୍ଣ୍ଣ ନହେବା ନେଇ ରାଗିଗଲେ ଜିଲ୍ଲାପାଳ। ଏପରିକି ଅଧିକାରୀଙ୍କୁ ଫାଶୀରେ ଝୁଲାଇବା ଭଳି ଧମକ ଦେବାକୁ ମଧ୍ୟ ସେ ପଛାଇ ନାହାନ୍ତି। ମଧ୍ୟପ୍ରଦେଶ ଗ୍ୱାଲିୟରର ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ ଏଭଳି ଧମକ ଦେଇଛନ୍ତି।
ଦିନେ ଷ୍ଟେସନ୍ରେ ଚା’ଦୋକାନ କରିଥିଲେ ଏବେ କଲେକ୍ଟର ହେବେ। ବିନା କୌଣସି କୋଚିଂରେ ବନିଗଲେ IAS । ଆଉ ସଫଳତା ପଛରେ ଥିଲା ଖବରକାଗଜ? ଦେଖନ୍ତୁ ଏହି ଭିଡ଼ିଓ...
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ବିରୋଧରେ କୋଭିଡ୍ ବଟିକା ପାକ୍ସଲୋଭିଡ୍ ଫଳପ୍ରଦ ଦେଉଥିବା ଜଣାପଡ଼ିଛି। କୋଭିଡ୍ରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା ଅଧିକ ଫଳପ୍ରଦ ହେଉଥିବା ଦେଖିବାକୁ ମିଳିଛି।
ବିନା କୋଚିଂରେ ହୋଇଗଲେ IAS । ଦିନେ ଚା’ ବିକୁଥିଲେ, ଏବେ କଲେକ୍ଟର ହେବେ । ଏହି ଚାକିରି ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡେ ତାହା ଆମ ସମସ୍ତଙ୍କୁ ଉଣାଅଧିକେ ଜଣା। ରାତିଦିନ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏହି ଚାକିରି ମିଳିଥାଏ ।
୩୦ ବର୍ଷର କଠିନ ପରିଶ୍ରମ ପରେ ଗାଁକୁ ପାଣି ଆସିଛି, କ୍ଷେତରେ ଫସଲ ବି ହସୁଛି। ହେଲେ ସରିନାହିଁ ବିହାରର ଏହି ଭଗିରଥ ବୋଲାଉଥିବା ୭୦ ବର୍ଷୀୟ ଲୌଙ୍ଗି ଭୂଇଆଁଙ୍କ ସାଧନା।
ବିଢିଲା ସୁନାର ଦର ଦାମ୍ । ଲଗାତାର ୩ ଦିନ ଧରି ସୁନାର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଏହା ଛଡ଼ା ରୂପାର ଦାମ୍ ଅଳ୍ପ ହ୍ରାସ ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮, ୧୯୦ ଟଙ୍କା ରହିଛି ।
ସାଧାରଣ ଲୋକ ଭଳି ଲୋକଙ୍କ ଗହଣରେ ରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀ ଗସ୍ତବେଳେ ଗତକାଲି ଶିଶୁଙ୍କ ସହ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏମିତି କିଛି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଓ ତାଙ୍କର ଘନିଷ୍ଠ ବନ୍ଧୁ ଅମ୍ରିତା ଆରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ନିୟମ ଉଲ୍ଲଂଘନ କରି ନିକଟରେ କରୀନା ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେ ସୁପର ସ୍ପ୍ରେଡର୍ ହୋଇପାରନ୍ତି ବୋଲି ବିଏମ୍ସି ଆଶଙ୍କା କରୁଛି।
କାଶୀ ବିଶ୍ୱନାଥ କରିଡର୍ର ଲୋକାର୍ପଣ ପରେ ଭବ୍ୟ କାଶୀର ମନମୁଗ୍ଧକର ଦୃଶ୍ୟ । ଆଖି ଝଲସା ଲେଜର ସୋ ଚମକି ଉଠିଥିଲା ଗଙ୍ଗା ନଦୀ ଘାଟ । ଘାଟରେ ଜଳିଥିଲା ଲକ୍ଷାଧିକ ଦୀପ ।
ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ବିବାହ କରି ଖୁସିର ସଂସାର କରିବା ବଦଳରେ ସ୍ତ୍ରୀକୁ ବନ୍ଧକ ରଖିଲା । ଆଉ ଏଥିରେ ତାକୁ ସାହାଯ୍ୟ କଲେ ପରିବାର ଲୋକ । ବିବାହିତ ମହିଳାଙ୍କ ଜୀବନକୁ ନର୍କ କରିଦେଲେ ।
ନେଟଫ୍ଲିକ୍ସ ଭାରତରେ ନିଜ ପ୍ଲାନ୍ ଗୁଡ଼ିକୁ ଶସ୍ତା କରିଛି । ବର୍ତ୍ତମାନ ଏହାର ମୂଲ୍ୟ ମାସକୁ ୧୪୯ରୁ ଆରମ୍ଭ ହେବ ।
ଭିଡିଓଟି ଦେଖିଲେ ଆଖିକୁ ଲୁହ ଆସିଯିବ । ତାମିଲନାଡୁର ଜଣେ ଡ୍ରାଇଭର ମାଙ୍କଡ଼ଟିକୁ ରାସ୍ତାରେ ଆହତ ଅବସ୍ଥାରେ ଉଦ୍ଧାର କରି ତାକୁ ବଂଚେଇବାକୁ ଚେଷ୍ଟା କରିଥିଲେ । ଏମିତିକି ସେ ତା ମୁହଁରେ ମୁହଁ ଲଗେଇ ପମ୍ପିଂ କରିବାକୁ ଚେଷ୍ଟା କରିଥିଲେ ଓ ସେଥିରେ ସଫଳ ହୋଇଥିଲେ। ମାଙ୍କଡ଼ଟି ଯେତେବେଳେ ଜୀବନ ପାଇଗଲା ଦେଖନ୍ତୁ ଏହି ଡ୍ରାଇଭର ଭାଇଙ୍କ ଖୁସି।
ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। କରୋନା ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚାନ୍ତ ହୋଇ ବିଶ୍ୱର ୫୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି।
ଆମ୍ବୁଲାନ୍ସ ଡ୍ରାଇଭର ଶେଖ ହିରା ୧ କୋଟି ଟଙ୍କାର ଜ୍ୟାକପଟ୍ ଜିତିବା ପରେ ସମ୍ପୂର୍ଣ୍ଣ ଅଭିଭୂତ ହୋଇଯାଇଥିଲେ । ଟଙ୍କା ଜିତିବା ପରେ ବି ତାଙ୍କ ଆଖିକୁ ବିଶ୍ୱାସ ହେଉନଥିଲା । ଖୁସିରେ ଗଦଗଦ୍ ହୋଇ ସିଧାସଳଖ ପୋଲିସ୍ ଷ୍ଟେସନକୁ ଯାଇଥିଲେ । ମନରେ ଲଟେରୀ ଟିକେଟ୍ ହରାଇବାର ଭୟ ମଧ୍ୟ ଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତିକ୍ଷୀତ ବାରାଣସୀର କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି
ବାସ୍ତବତାର ରୂପ ନେଇଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର କାଶୀ । ଦିବ୍ୟ ରୂପରେ ଝଟକୁଛି ଜୀର୍ଣ୍ଣପ୍ରାୟ ହୋଇଯାଇଥିବା କାଶୀ ବିଶ୍ୱନାଥ ମନ୍ଦିର । ଯେମିତି ବର୍ଣ୍ଣାଢ୍ୟ ଶୋଭା, ସେମିତି କମକୁଟ ଓ କଳାକୃତି ଦେଖିଲେ ଆଖି୍ ଘଡିଏ ଅଟକି ରହିଯିବ । ଏଭଳି ଅପରୂପ ସୌନ୍ଦର୍ଯ୍ୟମୟ ହୋଇ ଉଠିଛି ଦେବଦେବ ମହାଦେବଙ୍କ ପ୍ରାଙ୍ଗଣ ।
ଆକ୍ରମଣକାରୀମାନେ ଅତୀତରେ ଏହି ସହର ଉପରେ ଆକ୍ରମଣ କରିଛନ୍ତି । ସହରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଔରଙ୍ଗଜେବଙ୍କ ଅତ୍ୟାଚାର ଏବଂ ଆତଙ୍କର ଇତିହାସ ଏହାର ମୂକ ସାକ୍ଷୀ । ଭାରତୀୟ ସଂସ୍କୃତିକୁ ଦମନ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ଏହି ଦେଶର ମାଟି ବିଶ୍ୱର ଅନ୍ୟମାନଙ୍କ ଠାରୁ ଭିନ୍ନ ।
ଆଜି ସେହି ସହିଦଙ୍କୁ ଝୁରୁଛି ଦେଶ । ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି । ଆଉ ଏଥିରେ ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ଦେଶକୁ ସୁରକ୍ଷା ପ୍ରଦାନ ଦେଇଥିଲେ
ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ହୋଇଥିବା ଭିଡିଓ ରେକର୍ଡିଂକୁ ଯାଞ୍ଚ କରାଯିବ। ଗତ ଡିସେମ୍ବର ୮ରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସହ ଜଡ଼ିତ ଏକ ଭିଡିଓ ସାମ୍ନାକୁ ଆସିଥିଲା।