• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ରାତାରାତି ଭାଗ୍ୟ ବଦଳିଗଲା । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପରେ ପ୍ରସନ୍ନ ହେଲେ ମା’ ଲକ୍ଷ୍ମୀ । ପଶ୍ଚିମବଙ୍ଗରେ ଏପରି ଏକ ଘଟଣା ଘଟିଛି, ଯେଉଁଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ରାତାରାତି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଭାଗ୍ୟ ବଦଳିଯିବା ସହ ସେ କୋଟିପତି ହୋଇଯାଇଛନ୍ତି । ପୂର୍ବ ବର୍ଦ୍ଧମାନ ଜିଲ୍ଲା ବାସିନ୍ଦା ଶେଖ ହିରା ଦିନେ ସକାଳେ ଉଠି ୨୭୦ ଟଙ୍କା ମୂଲ୍ୟର ଲଟେରୀ ଟିକେଟ କିଣି ମଧ୍ୟାହ୍ନ ସୁଦ୍ଧା କୋଟିପତି ହୋଇଯାଇଛନ୍ତି ।

ଆମ୍ବୁଲାନ୍ସ ଡ୍ରାଇଭର ଶେଖ ହିରା ୧ କୋଟି ଟଙ୍କାର ଜ୍ୟାକପଟ୍ ଜିତିବା ପରେ ସମ୍ପୂର୍ଣ୍ଣ ଅଭିଭୂତ ହୋଇଯାଇଥିଲେ । ଟଙ୍କା ଜିତିବା ପରେ ବି ତାଙ୍କ ଆଖିକୁ ବିଶ୍ୱାସ ହେଉନଥିଲା । ଖୁସିରେ ଗଦଗଦ୍ ହୋଇ ସିଧାସଳଖ ପୋଲିସ୍ ଷ୍ଟେସନକୁ ଯାଇଥିଲେ । ମନରେ ଲଟେରୀ ଟିକେଟ୍ ହରାଇବାର ଭୟ ମଧ୍ୟ ଥିଲା । ଶେଷରେ ଶକ୍ତିଗର ପୋଲିସ ତାଙ୍କୁ ନିରାପଦରେ ଘରକୁ ନେଇଯାଇଥିଲା । ଗୋଟିଏ ଦିନରେ ଏତେ ଟଙ୍କା ଜିତିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କ ଘରେ ଏକ ପୋଲିସ ଟିମ୍ ମୁତୟନ କରାଯାଇଛି ।

ଶେଖଙ୍କ ମା’ କର୍କଟ ରୋଗରେ ପୀଡ଼ିତ । ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ବହୁତ ଟଙ୍କାର ଆବଶ୍ୟକ ଥିଲା । ବର୍ତ୍ତମାନ ହଠାତ୍ ଭାଗ୍ୟ ପରିବର୍ତ୍ତନ ପରେ ଆମ୍ବୁଲାନ୍ସ ଡ୍ରାଇଭର ଶେଖ ହିରା ମା’କୁ ଭଲ ହସ୍ପିଟାଲରେ ଦେଖାଇ ପାରିବେ ବୋଲି କହିଛନ୍ତି । ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହୁଥିଲା । ମା’ ପାଇଁ ଚିକିତ୍ସା କରାଇବା ସମ୍ଭବପର ନଥିଲା । ଆଉ ସେଥିପାଇଁ ସେ ସବୁବେଳେ ଜ୍ୟାକପଟ ଜିତିବାର ସ୍ୱପ୍ନ ଦେଖିଥିଲେ ଏବଂ ଟିକେଟ୍ କିଣୁଥିଲେ । ଶେଷରେ ତାଙ୍କର ଭାଗ୍ୟ ତାଙ୍କର ସାଥ୍ ଦେଇଛି । ଆଜି ତାଙ୍କର ସ୍ୱପ୍ନ ପୂରଣ ହୋଇଛି ।

ଲଟେରୀ ଟଙ୍କାରେ କଣ କରିବେ?

ଏହି ପ୍ରଶ୍ନର ଉତ୍ତରରେ ଶେଖ କହିଛନ୍ତି, ସେ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଏବଂ ଲଟେରୀ ଜିତିବା ପରେ ତାଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇଛି । ବର୍ତ୍ତମାନ ମା ପାଇଁ ଭଲ ଚିକିତ୍ସା ସୁବିଧା କରିପାରିବେ । ଏହା ସହିତ ମାଆଙ୍କ ପାଇଁ ଏକ ଭଲ ଘର ତିଆରି କରିବେ ଏବଂ ସେଠାରେ ରହିବେ । ତେବେ ଶେଖ୍ ହିରା ଟଙ୍କାକୁ କେଉଁ ଦିଗରେ ବିନିଯୋଗ କରିବେ ସେ ଦିଗରେ ଅଧିକ କିଛି ଚିନ୍ତା କରୁନାହାଁନ୍ତି ।

ସେପଟେ ଲଟେରୀ ଟିକେଟ୍ ବିକ୍ରେତା ଶେଖ ହନିଫ୍ ଏଥିପାଇଁ ବେଶ୍ ଖୁସି ହୋଇଛନ୍ତି । ଦୀର୍ଘ ବର୍ଷ ଧରି ଲଟେରୀ ଟିକେଟ୍ ବ୍ୟବସାୟରେ କରୁଥିଲେ ସୁଦ୍ଧା କେବେ ଏତେ ଟଙ୍କାର ଲଟେରୀ ଉଠିନି ବୋଲି ସେ କହିଛନ୍ତି । ଅନେକ ଲୋକ ତାଙ୍କ ଦୋକାନରୁ ଟିକେଟ କିଣିଛନ୍ତି, ଓ ଛୋଟ ଛୋଟ ପୁରସ୍କାର ମଧ୍ୟ ପାଇଛନ୍ତି । କିନ୍ତୁ ତାଙ୍କ ଦୋକାନରୁ ଏପରି ଜ୍ୟାକପଟ୍ ପୁରସ୍କାର ପୂର୍ବରୁ କେହି ପାଇନଥିବା ସେ ସ୍ପଷ୍ଟ କରିଛନ୍ତି । ଆଜି ମୁଁ ବହୁତ ଖୁସି,ଜ୍ୟାକପଟ୍ ବିଜେତା ମୋ ଦୋକାନରୁ ଟିକେଟ କିଣିଛି। '