Advertisment

ହେଲିକପ୍ଟର କ୍ରାଶ୍‌ ପୂର୍ବରୁ ହୋଇଥିଲା ଭିଡିଓ ରେକର୍ଡିଂ, ଏବେ ହେବ ମୋବାଇଲ୍‌ ଯାଞ୍ଚ

ସିଡିଏସ୍‌ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ହୋଇଥିବା ଭିଡିଓ ରେକର୍ଡିଂକୁ ଯାଞ୍ଚ କରାଯିବ। ଗତ ଡିସେମ୍ବର ୮ରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସହ ଜଡ଼ିତ ଏକ ଭିଡିଓ ସାମ୍ନାକୁ ଆସିଥିଲା।

author-image
Rajalaxmi Sahoo
CDS Chopper Crash

CDS Chopper Crash

ନୂଆଦିଲ୍ଲୀ: ସିଡିଏସ୍‌ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ହୋଇଥିବା ଭିଡିଓ ରେକର୍ଡିଂକୁ ଯାଞ୍ଚ କରାଯିବ।ଯାଞ୍ଚ୍ ପାଇଁ ଭିଭିଡିଓ ରେକର୍ଡିଂ କରିଥିବା ଯୁବକଙ୍କ ମୋବାଇଲ୍‌କୁ ଫୋରେନସିକ୍‌ ଲ୍ୟାବ୍‌ ପଠା ଯାଇଥିବା  ଜଣାପଡ଼ିଛି। ଗତ ଡିସେମ୍ବର ୮ରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସହ ଜଡ଼ିତ ଏକ ଭିଡିଓ ସାମ୍ନାକୁ ଆସିଥିଲା। 

Advertisment

ଭିଡିଓ ରେକର୍ଡିଂ ହୋଇଥିବା ଏହି ଦୃଶ୍ୟ ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ୍‌ ସମୟର ନା ନୁହେଁ , ତାହା ଜାଣିବା ଲାଗି ମୋବାଇଲ୍‌ ଫୋରେନସିକ୍‌ ଲ୍ୟାବ୍‌କୁ ପଠା ଯାଇଛି। କୁନ୍ନୁର ପୋଲିସ୍‌ର କହିବା ଅନୁସାରେ, ଗତ ଡିସେମ୍ବର ୮ରେ Mi17V5 ହେଲିକପ୍ଟର ଦୁର୍ଘଟଣା ବେଳର ଦୃଶ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ମୋବାଇଲ୍‌ ଫୋନ୍‌ରେ ଭିଡିଓ ରେକର୍ଡିଂ କରାଯାଇଥିଲା। ଏବେ ଏହାର ସତ୍ୟାସତ୍ୟ ଜାଣିବା ଲାଗି ମୋବାଇଲ୍‌ ଫୋନ୍‌କୁ ଫୋରେନସିକ୍‌ ଯାଞ୍ଚ ଲାଗି ପଠା ଯାଇଛି।

Advertisment

କୋଏମ୍ବାଟୁରର ଜଣେ ୱେଡିଂ ଫଟୋଗ୍ରାଫର ଏହି ଭିଡିଓ ରେକଡିଂ କରିଥିଲେ ବୋଲି କୁହାଯାଉଛି। ନୀଳଗିରି ଜିଲ୍ଲାରେ କଟ୍ଟେରି ଅଞ୍ଚଳରେ ସାଙ୍ଗମାନଙ୍କ ସହ ସେ ବୁଲିବାକୁ ଯାଇଥିଲେ। ଯେତେବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା, ସେହି ସମୟରେ ସେ ସେଠାରେ ଉପସ୍ଥିତ ଥିଲେ। ସେହି ସମୟରେ ସେ ଏହି ଭିଡିଓ ରେକର୍ଡିଂ ହୋଇଥିବା କୁହାଯାଉଛି। ଭିଡିଓରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବ ସମୟର ଦୃଶ୍ୟ ଓ ଏହାପରେ ଜୋର ଶବ୍ଦ ଶୁଣିବାକୁ ମିଳୁଛି। ହେଲିକପ୍ଟର କ’ଣ ଦୁର୍ଘଟଣାଗ୍ରସ୍ତ ହୋଇଗଲା କି ? ଜଣେ ବ୍ୟକ୍ତି ଏଭଳି କହୁଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳିଛି।

ଗତ ଡିସେମ୍ବର ୮ରେ ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୧୪ ଜଣ ଥିଲେ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ସୌଭାଗ୍ୟକ୍ରମେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ବର୍ତ୍ତମାନ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ବେଙ୍ଗାଲୁରୁ ସ୍ଥିତ ହସ୍ପିଟାଲ୍‌ରେ ତାଙ୍କ ଚିକିତ୍ସା ଚାଲିଛି।    

CDS Bipin Rawat Army Helicopter Crash CDS Chopper Crash IAF Chopper Crash
Advertisment
Advertisment