ନୂଆଦିଲ୍ଲୀ : ପାର୍ଲାମେଣ୍ଟରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ପୂରିଛି ୨୦ ବର୍ଷ । ଆଜିର ଦିନରେ ଅର୍ଥାତ୍ ଡିସେମ୍ବର ୧୩, ୨୦୦୧ରେ ପାକିସ୍ତାନର ପାଞ୍ଚଜଣ ଆତଙ୍କବାଦୀ ଦିଲ୍ଲୀର ସଂସଦ ଗୃହକୁ ତଥା ଗଣତନ୍ତ୍ରର ମନ୍ଦିର ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ସଂସଦର ଶୀତକାଳୀନ ଅଧିବେଶନରେ ଏହି ଆକ୍ରମଣ ହୋଇଥିଲା । ଆଉ ସେହି ସମୟରେ ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ଦେଶକୁ ସୁରକ୍ଷା ପ୍ରଦାନ ଦେଇଥିଲେ । ଆଜି ଦେଶର ସେହି ବୀର ପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ସେହି ଦିନକୁ ମନେ ପକାଇ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ୮ ଜଣ ସୁରକ୍ଷାକର୍ମୀ ଓ ଜଣେ ମାଳିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ ବିର୍ଲା, ଗୃହମନ୍ତ୍ରୀ ଅମିତ ଶାହା ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କଂଗ୍ରସ ନେତା ମଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ପ୍ରମୁଖ ନେତା ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।
I pay my tributes to all those security personnel who were martyred in the line of duty during the Parliament attack in 2001. Their service to the nation and supreme sacrifice continues to inspire every citizen.
— Narendra Modi (@narendramodi) December 13, 2021
ପାର୍ଲାମେଣ୍ଟ ଆକ୍ରମଣରେ ପ୍ରାଣବଳୀ ଦେଇଥିବା ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ଅବଦାନକୁ ଦେଶ ସଦା ମନେରଖିବ ବୋଲି କହିଛନ୍ତି । ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ପାର୍ଲାମେଣ୍ଟରେ ପଶି ଆତଙ୍କବାଦୀ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା । ଲସ୍କର ଇ ତୋଇବା ଏବଂ ଜୈସ ଏ ମହମ୍ମଦ ଏହି ଆକ୍ରମଣ ମାଷ୍ଟର ମାଇଣ୍ଡ ଥିଲେ । ଯାହାକୁ ପରୋକ୍ଷ ଭାବେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ସମର୍ଥନ କରିଥିଲା ।
ତେବେ ବୀରତ୍ୱର ସହ ସେମାନଙ୍କ ମୁକାବିଲା କରିଥିଲେ ସୁରକ୍ଷାକର୍ମୀ । ଫଳରେ ସଂସଦ ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହୋଇନଥିଲେ ଆତଙ୍କୀ । ଏଥିରେ ୮ ସୁରକ୍ଷା କର୍ମୀଙ୍କ ସମେତ ଜଣେ ମାଳିଙ୍କ ମୃତ୍ୟୁ ହୋଇଥିଲା । ସେପଟେ ସୁରକ୍ଷାକର୍ମୀଙ୍କ ଗୁଳିରେ ସମସ୍ତ ୫ ଆତଙ୍କବାଦୀ ନିପାତ ହୋଇଥିଲେ ।