Advertisment

ଓମିକ୍ରନ୍‌ ସମେତ ଗୁରୁତର ରୋଗରୁ ବଞ୍ଚାଇବ ପାକ୍ସଲୋଭିଡ୍‌ ବଟିକା !

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ବିରୋଧରେ କୋଭିଡ୍ ବଟିକା ପାକ୍ସଲୋଭିଡ୍‌ ଫଳପ୍ରଦ ଦେଉଥିବା ଜଣାପଡ଼ିଛି। କୋଭିଡ୍‌ରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା ଅଧିକ ଫଳପ୍ରଦ ହେଉଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
Covid pill Paxlovid

Covid pill Paxlovid

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ବିରୋଧରେ କୋଭିଡ୍ ବଟିକା ପାକ୍ସଲୋଭିଡ୍‌ ଫଳପ୍ରଦ ଦେଉଥିବା ଜଣାପଡ଼ିଛି। ଫାଇଜର ପକ୍ଷରୁ ଏହି ବଟିକା ପ୍ରସ୍ତୁତ ହୋଇଛି। ଶେଷ ପର୍ଯ୍ୟାୟ ପରୀକ୍ଷଣରେ ଭଳ ଫଳ ଦେଉଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି।

Advertisment

କୋଭିଡ୍‌ରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା ଅଧିକ ଫଳପ୍ରଦ ହେଉଥିବା ଦେଖିବାକୁ ମିଳିଛି। ସେହିପରି କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୯୦% କମାଇବାରେ ଫଳପ୍ରଦ ଦେଉଥିବା ଫାଇଜର ପକ୍ଷରୁ କୁହାଯାଇଛି। ୧୦ ନିୟୁତ ଆମେରିକୀୟଙ୍କୁ ଏହି ପାକ୍ସଲୋଭିଡ୍‌ ବଟିକା ପ୍ରଦାନ କରିବା ଲାଗି ଆମେରିକା ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। 

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ଭାରିଏଣ୍ଟ୍‌ ଉପରେ ଏହି ବଟିକା ପ୍ରଭାବଶାଳୀ ଥିବା ଲାବୋରେଟୋରୀ ପରୀକ୍ଷଣରୁ ଜଣାପଡ଼ିଛି। ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ବାୟୋନଟେକ୍ ତୁଳନାରେ ପାକ୍ସଲୋଭିଡ୍‌ ଅଧିକ ସୁରକ୍ଷା ଦେଉଥିବା ଜଣପଡ଼ିଛି।

Advertisment

ଅନ୍ୟପକ୍ଷେ, ଓମିକ୍ରନ୍ ଭାରିଏଣ୍ଟ୍‌କୁ ନେଇ ଚିନ୍ତା ବଢୁଛି। ଏଯାବତ୍ ଗୋଟିଏ ପରେ ଗୋଟିଏ ୭୭ଟି ଦେଶରେ ଚିହ୍ନଟ ହେଲାଣି ସଂକ୍ରାମକ ଭାରିଏଣ୍ଟ୍‌ ଓମିକ୍ରନ୍‌। କରୋନାର ଅନ୍ୟ ଭାରିଏଣ୍ଟ୍‌ ତୁଳନାରେ ଓମିକ୍ରନ୍ ଭାରିଏଣ୍ଟ୍‌ ଅଧିକ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ମିଳିଛି।   

ଓମିକ୍ରନ୍ ଦ୍ୱାରା କମ୍ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉ ନଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇବା ଆଶଙ୍କା ରହିଥିବାରୁ ଏହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଭାବ ପକାଇପାରେ। ଏଥିସହ ବହୁବିଧ ରୋଗରେ ଆକ୍ରାନ୍ତଙ୍କୁ ବୁଷ୍ଟର ଡୋଜ୍ ସପକ୍ଷରେ ମତ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

Omicron Variant Pfizer Paxlovid Covid Pill Paxlovid Coronavirus
Advertisment
Advertisment