• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗ୍ରାହକଙ୍କୁ ବଡ଼ ଉପହାର ଦେଲା ନେଟ୍‌ଫ୍ଲିକ୍ସ୍ । ଆଜି ଠାରୁ ଆମାଜନ ପ୍ରାଇମ ମେମ୍ବରସିପ୍ ଗ୍ରହଣ କରିବା ମହଙ୍ଗା ହୋଇଥିବା ବେଳେ ନେଟଫ୍ଲିକ୍ସ ଗ୍ରାହକଙ୍କୁ ଏକ ବଡ ଉପହାର ଦେଇଛି । ଭାରତରେ ନିଜର ପ୍ଲାନ୍‌କୁ ଶସ୍ତା କରିଛି ନେଟଫ୍ଲିକ୍ସ । ବର୍ତ୍ତମାନ ମାସକୁ ୧୪୯ଟଙ୍କାରୁ ଆରମ୍ଭ ହେଉଛି ପ୍ଲାନ୍‌ । ପୂର୍ବରୁ ଏହି ମୋବାଇଲ ଯୋଜନାର ମୂଲ୍ୟ ମାସକୁ ୧୯୯ ଟଙ୍କା ଥିଲା । ଦେଶରେ ଅଧିକ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ନେଟଫ୍ଲିକ୍ସ ଏହି ପଦକ୍ଷେପ ନେଇଛି ।

ନେଟଫ୍ଲିକ୍ସର ବେସିକ୍ ପ୍ଲାନର ମୂଲ୍ୟ ପୂର୍ବରୁ ମାସକୁ ୪୯୯ ଟଙ୍କା ଥିଲା, ଆଉ ପ୍ଲାନ୍‌ର ମୂଲ୍ୟ ବହୁତ ହ୍ରାସ ପାଇଛି । ବର୍ତ୍ତମାନ ଏହାର ମୂଲ୍ୟ ୧୯୯ ଟଙ୍କାକୁ ହ୍ରାସ କରାଯାଇଛି । ଅର୍ଥାତ୍ ବେସିକ୍ ପ୍ଲାନ୍ ପାଇଁ ବର୍ତ୍ତମାନ ଗ୍ରାହକଙ୍କୁ ୪୯୯ଟଙ୍କା ବଦଳରେ ମାତ୍ର ୧୯୯ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ନେଟଫ୍ଲିକ୍ସର ଷ୍ଟାଣ୍ଡାର୍ଡ ପ୍ଲାନ୍‌କୁ ମଧ୍ୟ ହ୍ରାସ କରାଯାଇଛି । ଏହାର ମୂଲ୍ୟ ବର୍ତ୍ତମାନ ୪୯୯ ଟଙ୍କା ହୋଇଯାଇଛି । ପୂର୍ବରୁ ଏଥିପାଇଁ ଗ୍ରାହକଙ୍କୁ ୬୪୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ନେଟଫ୍ଲିକ୍ସର ସବୁଠାରୁ ମହଙ୍ଗା ପ୍ରିମିୟମ୍ ପ୍ଲାନ୍‌ର ମୂଲ୍ୟ ବର୍ତ୍ତମାନ ୬୪୯ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ପ୍ଲାନ୍‌ ପାଇଁ ଗ୍ରାହକଙ୍କୁ ମାସକୁ ୭୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ।

ନୂତନ ମୂଲ୍ୟ ପରେ ନେଟଫ୍ଲିକ୍ସର ମୋବାଇଲ୍ ପ୍ଲାନ୍ ମାସକୁ ୧୪୯ ଟଙ୍କାରୁ ଆରମ୍ଭ ହେଉଛି । ମୋବାଇଲ୍ ପ୍ଲାନ୍ ମୋବାଇଲ୍ କିମ୍ବା ଟାବଲେଟରେ ସପୋର୍ଟ ପରେ । ଏହାର ରିଜୋଲୁସନ ହେଉଛି 480p । ଏଥିରେ ଆପଣ ନେଟପ୍ଲିକ୍ସକୁ ଟିଭି କିମ୍ବା କମ୍ପ୍ୟୁଟରରେ ଆକ୍ସେସ୍ କରିପାରିବେ ନାହିଁ । ଏହି ପ୍ଲାନ୍ ଏକ ସମୟରେ କେବଳ ଗୋଟିଏ ଡିଭାଇସରେ ହିଁ ଆକ୍ସେସ୍ ହୋଇପାରବ ।

ବେସିକ୍ ପ୍ଲାନ୍ ଯାହାର ମୂଲ୍ୟ ଏବେ ୧୯୯ ଟଙ୍କା ହୋଇଯାଇଛି, ତାହାର ମଧ୍ୟ ରିଜୋଲୁସନ ସପୋର୍ଟ ହେଉଛି 480p । କିନ୍ତୁ ଏହି ପ୍ଲାନରେ ଆପଣ ଆକାଉଣ୍ଟକୁ କମ୍ପ୍ୟୁଟର କିମ୍ବା ଟିଭିରେ ଆକ୍ସେସ୍ କରିପାରିବେ । ତେବେ ଏହି ପ୍ଲାନ୍ ଏକ ସମୟରେ କେବଳ ଗୋଟିଏ ଡିଭାଇସ୍‌କୁ କନେକ୍ଟ କରିପାରିବ ।

ନେଟଫ୍ଲିକ୍ସର ଷ୍ଟାଣ୍ଡାର୍ଡ ପ୍ଲାନର ମୂଲ୍ୟ ବର୍ତ୍ତମାନ ୪୯୯ ଟଙ୍କା ହୋଇଯାଇଛି । ଏହା ଏକାଥରକେ ଦୁଇଟି ଡିଭାଇସକୁ ସପୋର୍ଟ ପରିବାରିବ । ଏହାର ରେଜୋଲୁସନ ହେଉଛି 1080p । ଏହି ଆକାଉଣ୍ଟକୁ ମୋବାଇଲ୍, ଟିଭି, କମ୍ପ୍ୟୁଟର କିମ୍ବା ଟାବଲେଟରେ ଆକ୍ସେସ୍ କରାଯାଇପାରିବ ।

ସେହିପରି ନେଟଫ୍ଲିକ୍ସର ପ୍ରିମିୟମ୍ ପ୍ଲାନ୍ ବର୍ତ୍ତମାନ ମାସକୁ ୬୪୯ ଟଙ୍କା ହୋଇଯାଇଛି । 4K ରିଜୋଲୁସନ ସପୋର୍ଟ ସହିତ ଏହି ପ୍ଲାନ୍ ଏକାସାଙ୍ଗରେ ଚାରୋଟି ଡିଭାଇସରେ ଆକ୍ସେସ୍ କରାଯାଇପାରିବ । ଏହା ମୋବାଇଲ୍, ଟାବଲେଟ୍, କମ୍ପ୍ୟୁଟର ଏବଂ ଟିଭିରେ ଏକକାଳୀନ ଆକ୍ସେସ୍ କରାଯାଇପାରିବ ।