• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାରଣାସୀ: ବାସ୍ତବତାର ରୂପ ନେଇଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର କାଶୀ । ଦିବ୍ୟ ରୂପରେ ଝଟକୁଛି ଜୀର୍ଣ୍ଣପ୍ରାୟ ହୋଇଯାଇଥିବା କାଶୀ ବିଶ୍ୱନାଥ ମନ୍ଦିର । ଯେମିତି ବର୍ଣ୍ଣାଢ୍ୟ ଶୋଭା, ସେମିତି କମକୁଟ ଓ କଳାକୃତି ଦେଖିଲେ ଆଖି୍ ଘଡିଏ ଅଟକି ରହିଯିବ । ଏଭଳି ଅପରୂପ ସୌନ୍ଦର୍ଯ୍ୟମୟ ହୋଇ ଉଠିଛି ଦେବଦେବ ମହାଦେବଙ୍କ ପ୍ରାଙ୍ଗଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାଶୀ ବିଶ୍ୱନାଥ କରିଡରର ଲୋକାର୍ପଣ କରିଥିବା ବେଳେ ଗଙ୍ଗାରେ ଆସ୍ଥାର ବୁଡ଼ ପକାଇଛନ୍ତି । ଭବ୍ୟ କାଶୀର ମନମୁଗ୍ଧକର ବିହଙ୍ଗମ ଦୃଶ୍ୟରେ ଲୋକେ ଉତ୍ସବ ମୁଖରିତ ହୋଇ ଉଠିଛନ୍ତି । ଏହାପରେ କାଶୀ ବିଶ୍ୱନାଥ ମନ୍ଦିରରେ ଦେବଦେବ ମହାଦେବଙ୍କ ଅଭିଷେକ ସହ ଆଶିଷ ଭିକ୍ଷା କରିଥିଲେ ନରେନ୍ଦ୍ର ମୋଦି । ତେବେ ମୋଦିଙ୍କ ବାରାଣସୀ ଗସ୍ତର ମୁଖ୍ୟ କାଯର୍ୟକ୍ରମ ଥିଲା ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡର୍‌ର ଲୋକାର୍ପଣ କରିବା । ଏହି ଉତ୍ସବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ୩ ହଜାରରୁ ଅଧିକ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଏହି ଅବସରରେ କାଶୀ ଉପରେ ବାରମ୍ବାର ଆକ୍ରମଣ ଓ ପ୍ରତିରୋଧ ପ୍ରସଙ୍ଗ ଉଠାଇ ଔରଙ୍ଗଜେବ୍ ଓ ଶିବାଜୀଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ ମୋଦି । କହିଥିଲେ ନୂଆ ଭାରତରେ ବିରାସତ୍ ବି ଅଛି, ବିକାଶ ବି ଅଛି । ତେବେ ଉପସ୍ଥିତ ଜନତାଙ୍କୁ ଭୋଜପୁରୀ ଭାଷାରେ ମୋଦିଙ୍କ ସମ୍ବୋଧନ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଥିଲା ।

କାଶୀ ଧାମରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ପ୍ରବେଶ ବେଳକୁ ମୋଦି ମୋଦି ନାରାରେ ଗୁଞ୍ଜରିତ ହୋଇଥିଲା ପରିବେଶ । ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ବାରାଣସୀବାସୀ ଏକାଠି ହୋଇ ପୁଷ୍ପବୃଷ୍ଟି କରିବା ସହ ନିଜ ପ୍ରିୟ ସାଂସଦଙ୍କୁ ଟୋପି, ଉତ୍ତରୀୟ ଆଦି ବିଭିନ୍ନ ଉପହାର ଭେଟିଦେଇଥିଲେ । ପ୍ରଧାନମନ୍ତ୍ରୀ ବାରଣାସୀରେ ପହଞ୍ଚିବା ପରେ ପ୍ରଥମେ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ସେଠାରୁ ଡବଲ୍ ଡେକର୍ ବୋଟ୍‌ରେ ଖିରଖିରା ଘାଟରୁ ଲଳିତା ଘାଟକୁ ଯାଇ ନଦୀରେ ବୁଡ଼ ପକାଇଥିଲେ । କାଶୀବିଶ୍ୱନାଥ କରିଡର୍ ଲୋକାର୍ପଣ ଅବସରରେ ଏହି ପ୍ରକଳ୍ପରେ ନିୟୋଜିତ ଶ୍ରମିକଙ୍କ ଉପରେ ପୁଷ୍ପବୃଷ୍ଟି କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ସେମାନଙ୍କ ସହିତ ଏକାଠି ବସି ମଧ୍ୟାନ୍ନ ଭୋଜନ କରିଥିଲେ ମୋଦି ।

 

କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗାନଦୀକୁ ଯୋଡ଼ିଥିବା ଏହି ନବଲୋକାର୍ପିତ କରିଡର୍ ହେବା ଫଳରେ ବିନା ଟ୍ରାଫିକ୍ ଓ ଭିଡ଼ରେ ଶ୍ରଦ୍ଧାଳୁ ସିଧା ଗଙ୍ଗା କୂଳରେ ପହଞ୍ଚି ପାରିବେ । ଏଥିସହ ମନ୍ଦିର ପାଖରେ ଫଟୋ ଗ୍ୟାଲେରୀ, ମ୍ୟୁଜିୟମ୍, ଅଡିଟୋରିୟମ୍ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମସ୍ଥଳ ମଧ୍ୟ ତିଆରି କରାଯାଇଛି । ୨୦୧୯ ମାର୍ଚ୍ଚ ମାସରେ କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି