• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାଶୀ ବିଶ୍ୱନାଥ ଧାମର ଉଦଘାଟନୀ ସମାରୋହରେ ଇତିହାସର ସ୍ମୃତିଚାରଣ କଲେ ମୋଦି

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବାରାଣାସୀରେ କାଶୀ ବିଶ୍ୱନାଥ ଧାମର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ଉଦଘାଟନ ପରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ଭାରତରେ ଯେତେବେଳେ ବି ଔରଙ୍ଗଜେବ ଜନ୍ମ ହୁଅନ୍ତି, ସେତେବେଳେ ଶିବାଜୀଙ୍କ ପରି ବ୍ୟକ୍ତିତ୍ୱ ମଧ୍ୟ ଜନ୍ମ ନିଅନ୍ତି ବୋଲି ସେ କହିଛନ୍ତି । ବିଶ୍ୱର ଅନ୍ୟ ଦେଶମାନଙ୍କ ଠାରୁ ଖୁବ୍ ଭିନ୍ନ ତଥା ନିଆରା ଆମ ଦେଶ ଭାରତ । ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀର ସଭ୍ୟତା ଏବଂ ଐତିହ୍ୟକୁ ପ୍ରଶଂସା କରି କହିଛନ୍ତି ଅନେକ ଏଠାରେ ଅନେକ ରାଜାଙ୍କ ରାଜୁତି ଚାଲିଲା, କିନ୍ତୁ ବନାରସ ସବୁ ଦିନ ପରି ସେମିତି ରହିଛି ।

ଆକ୍ରମଣକାରୀମାନେ ଅତୀତରେ ଏହି ସହର ଉପରେ ଆକ୍ରମଣ କରିଛନ୍ତି । ସହରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଔରଙ୍ଗଜେବଙ୍କ ଅତ୍ୟାଚାର ଏବଂ ଆତଙ୍କର ଇତିହାସ ଏହାର ମୂକ ସାକ୍ଷୀ । ଭାରତୀୟ ସଂସ୍କୃତିକୁ ଦମନ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ଏହି ଦେଶର ମାଟି ବିଶ୍ୱର ଅନ୍ୟମାନଙ୍କ ଠାରୁ ଭିନ୍ନ । ଦେଶରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ରାଜତ୍ୱ ଚାଲିଲେ, ଦେଶରେ ଶିବାଜୀଙ୍କ ପରି ଯୋଦ୍ଧା ଜନ୍ମ ମଧ୍ୟ ନିଅନ୍ତି ।

କାଶୀ ବିଶ୍ୱନାଥ ଧାମ ଭାରତର 'ସନାତନ ସଂସ୍କୃତି'ର ପ୍ରତୀକ

କାଶୀ ବିଶ୍ୱନାଥ ଧାମର ସମ୍ପୂର୍ଣ୍ଣ ନୂତନ ପରିସର କେବଳ ଏକ ଚମତ୍କାର ତଥା ସାଧାରଣ କୋଠା ନୁହେଁ ବରଂ ଭାରତର 'ସନାତନ ସଂସ୍କୃତି'ର ପ୍ରତୀକ । 'ସନାତନ ସଂସ୍କୃତି' ଆମର ଆଧ୍ୟାତ୍ମିକତା ଏବଂ ଭାରତର ପ୍ରାଚୀନତା ଏବଂ ପରମ୍ପରା।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରେ ପହଞ୍ଚିବା ପରେ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସେ ଗଂଗା ନଦୀର ଖିରଖିରା ଘାଟରୁ ଲଳିତା ଘଧାଟକୁ ଷ୍ଟିମରରେ ଯାଇଥିଲେ । ଲଳିତା ଘାଟରେ ପବିତ୍ର ଗଂଗା ନଦୀରେ ସ୍ନାନ କରିବା ସହ ବୁଡ ପକାଇଥିଲେ ପ୍ରଧାନମନ୍ତ୍ରୀ । ତା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ

ଏହି ଅବସରରେ ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଧର୍ମ ସହ ଜଡିତ ୩ ହଜାରରୁ ଅଧିକ ସନ୍ଥ ଓ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ କାଶୀ ବିଶ୍ୱନାଥ ମନ୍ଦିରରେ ଅଭିଷେକ କରିଥିଲେ ପ୍ରଧାନମନ୍ତ୍ରୀ । ଏହି କରିଡର କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା ନଦୀକୁ ସିଧା ଯୋଡିଛି । ବିନା ଟ୍ରାଫିକ୍ ଓ ଭିଡରେ ଶ୍ରଦ୍ଧାଳୁ ଏବେ ସିଧା ଗଙ୍ଗା ନଦୀ କୂଳରେ ପହଞ୍ଚି ପାରିବେ । ମନ୍ଦିର ପାଖରେ ଫଟୋ ଗ୍ୟାଲେରୀ, ମ୍ୟୁଜିୟମ୍, ଅଡିଟୋରିୟମ୍ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ତି‌ଆରି ହୋଇଛି । ୨୦୧୯ ମାର୍ଚ୍ଚ ମାସରେ କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।