• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗ୍ୱାଲିଅର : ବନ୍ଦ କୋଠରୀରେ ଚାରି ବର୍ଷ । ଶୁଖିଲା ରୁଟି ଆଉ ମେଞ୍ଚା ମେଞ୍ଚା ବହଳ ଅନ୍ଧାରରେ ନର୍କ ପାଲଟି ଯାଇଥିଲା ଜୀବନ । ସ୍ୱାମୀ ପାଲଟି ଯାଇଥିଲା ରାକ୍ଷସ, ଆଉ ଶାଶୂଘର ଲୋକେ ତା’ ଠାରୁ ବି ହୀନ । ବିବାହ କରି କଳାପାଣି ସଜା କାଟିଲେ ମହିଳା । ମାତ୍ର ୨୫ ବର୍ଷ ବୟସରେ ୬୦ ବର୍ଷର ବୟସ୍କ ମହିଳା ପରି ଦେଖାଯାଉଛନ୍ତି ପୀଡ଼ିତା । ଦେହରେ ମାଂସ ବୋଲି କିଛି ନାହିଁ । ହାଡ଼ ଦୁଇ ଖଣ୍ଡ ଗଣି ହୋଇଯାଉଛି । ବିବାହ ସମୟର ସୁନ୍ଦର ଚେହେରା ଆଉ ନାହିଁ, ଚମ ଲୋଚାକୁଚା ହୋଇଗଲାଣି । ବେଡରେ ଅସହାୟ ହୋଇ ପଡ଼ି ରହିଛନ୍ତି । ଗ୍ୱାଲିଅରରେ ଏପରି ଏକ ଅମାନବୀୟ ଘଟଣା ଘଟିଛି ।

ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଶାଶୂଘର ଲୋକ ଚାରି ବର୍ଷ ଧରି ବନ୍ଧକ ରଖିଛନ୍ତି । ବିବାହ ପର ଠାରୁ ଦିନେ ହେଲେ ପେଟ ପୂରା ଖାଇବାକୁ ଦେଇନାହାନ୍ତି । ଏତେ ନିର୍ଯାତନା ପରେ ଆଜି ମହିଳା ଜଣକ ଅସୁସ୍ଥ ହୋଇ ପ୍ରକୃତ ବୟସ ଠାରୁ ଦୁଇ ଗୁଣ ଅଧିକ ଦେଖାଯାଉଛନ୍ତି । ରୋଗୀଣା ପରି ଦେଖାଯାଉଥିବା ସେହି ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ ପୋଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତାଙ୍କ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛି ।

ଗ୍ୱାଲିଅରରେ ଜଣେ ମହିଳା ଏକ ଘରେ ଚାରି ବର୍ଷ ଧରି ବନ୍ଧକ ରଖିବାର ଏକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସିଛି । ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୂ ଘର ଲୋକ ଚାରି ବର୍ଷ ଧରି ବନ୍ଧକ ରଖିଥିଲେ । କେବଳ ଘର କାମ ପାଇଁ ମହିଳାଙ୍କୁ ବାହାରକୁ ଆସିବାକୁ ଦେଉଥିଲା ରାକ୍ଷସ ସ୍ୱାମୀ, ଆଉତା’ ପରେ ପୁଣି ତାଙ୍କୁ ବନ୍ଦ କୋଠରୀରେ ବନ୍ଦ କରି ଦିଆଯାଉଥିଲା । କେବଳ ଏତିକି ନୁହେଁ ପଶୁ ଠାରୁ ବି ତାଙ୍କୁ ହୀନ ବ୍ୟବହାର କରାଯାଉଥିଲା । ଠିକରେ ଖାଇବା ପିଇବାକୁ ଦେଉନଥିଲେ ପରିବାର ଲୋକ । ଚାରି ବର୍ଷ ଧରି ସେ ଏକ କୋଠରୀରେ ଜେଲ ଦଣ୍ଡ କାଟିଛନ୍ତି । ଫଳରେ ସେ ଯକ୍ଷ୍ମା ରୋଗର ଶିକାର ହୋଇଥିଲେ।

ବର୍ତ୍ତମାନ ସେହି ମହିଳାଙ୍କୁ ମାତ୍ର ୨୫ବର୍ଷ ବୟସ ହୋଇଛି, କିନ୍ତୁ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ଯାତନା ପାଇଁ ଦୁଇଗୁଣ ବୟସର ଦେଖାଯାଉଛନ୍ତି । ବିବାହର ଚାରି ବର୍ଷ ପରେ ମହିଳା ଜଣକ ସ୍ୱାମୀଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ସ୍ୱାମୀ ଏବଂ ଶାଶୁଶୂଙ୍କ ବିରୋଧରେ ଆକ୍ରମଣ, ଯୌତୁକ ନିର୍ଯାତନା ମାମଲା ରୁଜୁ କରାଯାଇଛି । ନିର୍ଯାତନାର କାହାଣୀ ଯେପରି କାହାକୁ କହିପାରିବେନି, ସେଥିପାଇଁ ମହିଳାଙ୍କ ସ୍ୱାମୀ ତାଙ୍କୁ ବନ୍ଧକ ରଖିଥିଲେ ବୋଲି କହିଛନ୍ତି । ପଡୋଶୀଙ୍କ ସହ କଥାବାର୍ତ୍ତା କରି ଘରକୁ ଖବର ଦେଇଦେବେ ବୋଲି ଗୋଡେ ଗୋଡ଼େ ଜଗି ରହୁଥିଲେ ।

୧୪ ଜାନୁୟାରୀ ୨୦୧୮ରେ କଟିଘାଟିର ଗୁଲଫାମ ଖାନଙ୍କୁ ବିବାହ କରିଥିଲେ ପୀଡ଼ିତା ସୋନିଆ । ରାକ୍ଷସ ସ୍ୱାମୀ ଗୁଲଫାମ ଏକ ଦୋକାନରେ କାମ କରୁଥିଲେ । ବିବାହ ସମୟରେ ସୋନିଆଙ୍କ ବାପଘର ଲୋକେ ଜ୍ୱାଇଁକୁ ଏକ ବାଇକ୍ ଦେଇଥିଲେ । ହେଲେ ଯୌତୁକରେ ମିଳିଥିବା ବାଇକକୁ ସ୍ୱାମୀ ବିକ୍ରି କରିଦେଇଥିଲେ ଗୁଲଫା । ଆଉ ତା’ପରେ ଘରୁ ଏକ କାର ଆଣିବାକୁ କହି ସୋନିଆଙ୍କୁ ଉନିର୍ଯାତନା ଦେବା ଆରମ୍ଭ କରିଥିଲେ ।

ସୋନିଆ ଏହାର ବିରୋଧର କରିବାରୁ ତାଙ୍କୁ ମାଡ଼ ମାରିବା ଆରମ୍ଭ କଲେ । ଘରର ଚାକରାଣୀ ପରି ବ୍ୟବହାର କଲେ । ତାଙ୍କୁ ଗୋଟିଏ କୋଠରୀରେ ବନ୍ଧକ ରଖା ଯାଇଥିଲା । ଘର କାମ ପାଇଁ ସକାଳେ ତାଙ୍କୁ ବାହାରକୁ ବାହାରିବାକୁ ଅନୁମତି ଦିଆଯାଇଥିଲା । ଏହା ପରେ ସେ କୋଠରୀରେ ତାଲା ପକାଇ ରଖୁଥିଲେ ତାଙ୍କ ସ୍ୱାମୀ । ପୁଣି ସନ୍ଧ୍ୟାରେ କାମ କରିବା ପାଇଁ ସୋନିଆଙ୍କୁ ବାହାରକୁ ଅଣାଯାଉଥିଲା । ପ୍ରାୟ ଚାରି ବର୍ଷ ଧରି ଏହିପରି ହୋଇଥିଲା ।

ହେଲେ ଏବେ ଦୁଇ ଦିନ ପୂର୍ବରୁ ତାଙ୍କ ମାଆ ସ୍ୱାମୀଙ୍କ ଅନୁପସ୍ଥିତିରେ ସୋନିଆଙ୍କୁ ବାହାରକୁ ଆଣିଛନ୍ତି । ଏହା ପରେ ଶାଶୂଘର ଲୋକଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ଗୁଲଫାମଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।