ପୁରାଣରେ ଲିପିବଦ୍ଧରେ ରହିଛି ଭଗିରଥଙ୍କ ଗାଥା । ସହସ୍ର ବର୍ଷ ତପସ୍ୟା ପରେ ଦେବୀ ଗଙ୍ଗାଙ୍କୁ ତୁଷ୍ଟ କରି ସ୍ୱର୍ଗଲୋକରୁ ଭୂଲୋକକୁ ନେଇ ଆସିଥିଲେ ରାଜା ଭଗିରଥ । ସେଇଥିପାଇଁ ତ, ଗଙ୍ଗାର ଆଉ ଏକ ନାଁ ହେଉଛି ଭାଗିରଥି । ଆସନ୍ତୁ ଜାଣିବା ଆଉ ଜଣେ ଭଗିରଥଙ୍କ କଥା ।
ବୟସ ୭୦, ହେଲେ ଥକିବାକୁ ନାରାଜ.. ଶରୀରର ଜୋଶ୍ ଯେତିକି ମନର ଇଚ୍ଛାଶକ୍ତି ଢେର୍ ଅଧିକା.. କିଏ ତାଙ୍କୁ କେନାଲ୍ ମ୍ୟାନ୍ କହୁଛି, କିଏ କହୁଛି ଦ୍ୱିତୀୟ ଦଶରଥ ମାଝି..ହେଲେ ଆମେ କହୁଛୁ ସେ ବିହାରର ଭଗୀରଥ..