Advertisment

ସୁପର ସ୍ପ୍ରେଡର୍‌ ହୋଇପାରନ୍ତି ଅଭିନେତ୍ରୀ କରୀନା, ସିଲ୍‌ ହେଲା ଘର...

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଓ ତାଙ୍କର ଘନିଷ୍ଠ ବନ୍ଧୁ ଅମ୍ରିତା ଆରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍‌ ନିୟମ ଉଲ୍ଲଂଘନ କରି ନିକଟରେ କରୀନା ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେ ସୁପର ସ୍ପ୍ରେଡର୍‌ ହୋଇପାରନ୍ତି ବୋଲି ବିଏମ୍‌ସି ଆଶଙ୍କା କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kareena Kapoor

Kareena Kapoor

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଓ ତାଙ୍କର ଘନିଷ୍ଠ ବନ୍ଧୁ ଅମ୍ରିତା ଆରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ପରେ କରୀନାଙ୍କ ଘରକୁ BMC(Brihanmumbai Municipal Corporation) ସିଲ୍‌ କରିଛି।

Advertisment

କୋଭିଡ୍ ନିୟମ ଉଲ୍ଲଂଘନ କରି ନିକଟରେ କରୀନା ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେ ସୁପର ସ୍ପ୍ରେଡର୍‌ ହୋଇପାରନ୍ତି ବୋଲି ବିଏମ୍‌ସି ଆଶଙ୍କା କରୁଛି। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ କରୋନା ଟେଷ୍ଟ୍‌ କରାଇ ଦେବା ଲାଗି ପରାମର୍ଶ ଦିଆଯାଇଛି। 

ଏକ ବିବୃତିରେ BMC କହିଛି, “ନିକଟରେ କେଉଁ ସବୁ ପାର୍ଟିରେ କରୀନା ଯୋଗ ଦେଇଥିଲେ ଓ କେଉଁମାନଙ୍କ ସଂସ୍ପର୍ଶରେ ସେ ଆସିଛନ୍ତି, ଏନେଇ ବର୍ତ୍ତମାନ ସୁଦ୍ଧା କରୀନା କୌଣସି ତଥ୍ୟ ଦେଇ ନାହାନ୍ତି। ହେଲେ କେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜାଣିବା ଲାଗି ବିଏମ୍‌ସି ଅଧିକାରୀ ପ୍ରୟାସ ଜାରି ରଖିଛନ୍ତି।’

Advertisment

କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କରୀନା ଓ ଅମ୍ରିତା ଉଭୟ ଇନ୍‌ଷ୍ଟାଗ୍ରାମରେ ଷ୍ଟୋରୀ ଶେଆର କରିଥିଲେ। ପଜିଟିଭ୍‌ ଚିହ୍ନଟ ପରେ ସେମାନେ ସମସ୍ତ ପ୍ରକାରର ମେଡିକାଲ୍‌ ଗାଇଡ୍‌ଲାଇନ୍‌ ପାଳନ କରୁଥିବା ମଧ୍ୟ କହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଷ୍ଟୋରୀ ଶେଆର କରି କରୀନା ଲେଖିଥିଲେ, ‘କୋଭିଡ୍‌ ପଜିଟିଭ୍‌ ଚିହ୍ନଟ  ପରେ ତୁରନ୍ତ ନିଜକୁ ସଂଗରୋଧ କରି ରଖିଥିଲି। ଏହାସହ ସମସ୍ତ ପ୍ରକାରର ମେଡିକାଲ୍‌ ପ୍ରୋଟକଲ୍ସ ପାଳନ କରୁଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ କୋଭିଡ୍‌ ଟେଷ୍ଟ୍‌ କରାଇ ନିଅନ୍ତୁ।’

ଉଭୟ କରୀନା ଓ ଅମ୍ରିତା ନିକଟରେ ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି  RT-PCR ଟେଷ୍ଟ୍‌ କରାଇ ନିଅନ୍ତୁ ବୋଲି ବିଏମ୍‌ସି ପରାମର୍ଶ ଦେଇଛି। 

ସୂଚନା ଅନୁସାରେ, ଏକ ଡିନର୍‌ ପାର୍ଟିରେ କରୀନା ଓ ଅମ୍ରିତା ଏକାଠି ଯୋଗ ଦେଇଥିଲେ। ଏହି ପାର୍ଟିରେ ସେମାନଙ୍କର କିଛି ବନ୍ଧୁ ମଧ୍ୟ ସାମିଲ ହୋଇଥିଲେ। ସେହିପରି ସପ୍ତାହକ ପୂର୍ବରୁ ଅନୀଲ କପୁରଙ୍କ ଝିଅ ରେହା କପୁରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆୟୋଜିତ ହୋଇଥିବା ଏକ ପାର୍ଟିରେ ଉଭୟ କରୀନା ଓ ଅମ୍ରିତା ଯୋଗ ଦେଇଥିଲେ। 

COVID19 Kareena Kapoor Bollywood Amrita Arora
Advertisment
Advertisment