/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639563135.jpg)
Union minister Ajay Mishra
ନୂଆଦିଲ୍ଲୀ: ସକାଳେ ଗୃହକାର୍ଯ୍ୟ ଆରମ୍ଭ କ୍ଷଣି ବିରୋଧୀ ଦଳ ପକ୍ଷରୁ ଲଖିମପୁର ଖେରି ଘଟଣାକୁ ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରିଥିଲେ । ଲଖିମପୁର ଖେରିରେ ଚାଷୀଙ୍କୁ ହତ୍ୟା କରାଯିବା ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କର ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା ବୋଲି ତଦନ୍ତ ରିପୋର୍ଟ ଆସିବା ପରେ ଲୋକସଭାରେ ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଲୋଚନା ପ୍ରସ୍ତାବ ଦେଇଥିଲେ ।
ଏହାକୁ ନେଇ ଗୃହରେ ହୋ ହଲ୍ଲା ହୋଇଥିଲା ଫଳରେ ଲୋକସଭାକୁ ଅପରାହ୍ଣ ୨ଟା ଯାଏ ମୁଲତବି ଘୋଷଣା କରାଯାଇଛି । ଆଲୋଚନା ପ୍ରସ୍ତାବ ରଖି ରାହୁଲ ଗାନ୍ଧି କହିଛନ୍ତି ଯେ, ଏସ୍ଆଇଟି ତଦନ୍ତ ରିପୋର୍ଟ ଆସିବା ପରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ଅଜୟ ମିଶ୍ରାଙ୍କୁ ତୁରନ୍ତ ବହିଷ୍କାର କରାଯିବା ଉଚିତ । ଏହାସହ ଘଟଣାରେ ପୀଡ଼ିତଙ୍କ ପରିବାରକୁ ସରକାର ନ୍ୟାୟ ଦିଅନ୍ତୁ ବୋଲି ରାହୁଲ କହିଛନ୍ତି । ଲଖିମପୁର ଖେରିରେ ଆନ୍ଦୋଳନ ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା
ସୂଚନା ଅନୁସାରେ କୃଷକଙ୍କ ଉପରେ ଏସ୍ୟୁଭି ଚଢାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ପିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)