• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Aryan Khan
କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନିସ୍ତାର ନାହିଁ, ବୁଧବାର ହେବ ଜାମିନ୍ ଆବେଦନ ଶୁଣାଣି

କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନାହିଁ ନିସ୍ତାର । ଡ୍ରଗ୍ସ ମାମଲାରେ ଫସିଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମୁସ୍କିଲ ବଢ଼ିଲା । ବୁଧବାର ଦିନ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ।

Lakhimpur Kheri Incident | MVA Calls For Maharashtra Bandh Today
ଆଜି ମହାରାଷ୍ଟ୍ର ବନ୍ଦ

ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସାକାଣ୍ଡ ବିରୋଧରେ ଆଜି ମହାରାଷ୍ଟ୍ର ବନ୍ଦ। ଚାଷୀଙ୍କ ସମର୍ଥନରେ ବାହାରି ଶିବସେନା ସରକାର ଏହି ବନ୍ଦ ଡାକରା ଦେଇଛି ।

Amitabh Bachchan Turns 79 | As Fans Gather Outside His Residence To Celebrate Birthday
ଆଜି ଅମିତାଭ୍ ବଚନଙ୍କ ଜନ୍ମଦିନ

୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ। ଏହି ଅବସରରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ମୁମ୍ବାଇସ୍ଥିତ ବାସଭବନ ବାହାରେ ଏକାଠି ହୋଇ ଜନ୍ମଦିନ ପାଳିଛନ୍ତି।

Delhi Air Pollution
ରାଜଧାନୀରେ ବଢ଼ୁଛି ପ୍ରଦୂଷଣ, ଆଗାମୀ ତିନି ଦିନରେ ସାଂଘାତିକ ହୋଇପାରେ ସ୍ଥିତି

ପୁଣି ବଢ଼ିବ ଦିଲ୍ଲୀ ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଗମ୍ଭୀର ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଦିନରେ ମୁହଁକୁ ମୁହଁ ଦିଶୁନି । ବର୍ତ୍ତମାନ ସମୟରେ ବାୟୁର ଗୁଣବର୍ତ୍ତା ଓ ସ୍ତର ଧୀରେ ଧୀରେ ଅଧିକ ପ୍ରଦୂଷିତ ହେଉଛି

two-militant-killed-and-a-policeman-injured-in-an-encounter-at-khagund-verinag-area-of-anantnag
ଜାମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ସଫା

ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଚର । ଏନକାଉଣ୍ଡରରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି ।

RSS chief Mohan Bhagwat
'ବିବାହ ପାଇଁ ଧର୍ମ ପରିବର୍ତ୍ତନ କରୁଥିବା ହିନ୍ଦୁମାନେ ଭୁଲ କରୁଛନ୍ତି' : ଆରଏସ୍‌ଏସ୍‌ ମୁଖ୍ୟ

ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ୍ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଛୋଟ ଛୋଟ ସ୍ୱାର୍ଥ ସାଧନ ଏବଂ ବିବାହ ଉଦ୍ଦେଶ୍ୟରେ ପୁଅ ଓ ଝିଅମାନେ ଅନ୍ୟ ଧର୍ମ ଗ୍ରହଣ କରୁଛନ୍ତି ।

13th round of military-level talks
ସଫଳ ହେଲାନି ଆଲୋଚନା : ପୁଣି ନିଜର ଅସଲ ରୂପ ଦେଖାଇଲା ଏବଂ କୌଣସି ପ୍ରସ୍ତାବରେ ରାଜି ହେଲାନି ଚୀନ୍

ସଫଳ ହେଲାନି ୧୩ ତମ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରିଲା ନାହିଁ । କୌଣସି ପ୍ରସ୍ତାବରେ ରାଜି ହେଲା ନାହିଁ ପଡ଼ୋଶୀ ଦେଶ ଚୀନ୍ । ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ଥମିବାର ନାଁ ନେଉନଥିବା ବେଳେ ରବିବାର ଦିନ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ବସିଥିଲା

Balloon Hospital
ବେଲୁନରେ ନିର୍ମିତ ସ୍ୱତନ୍ତ୍ର ହସ୍ପିଟାଲ୍ : ପବନ, ପାଣି କିମ୍ବା ନିଆଁ ଦ୍ୱାରା ପ୍ରଭାବିତ ହେବନି . . . .

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ଦେଢ଼ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୨୦ ଦିନ ଭିତରେ ଠିଆ ହୋଇଛି ଏହି ଅତ୍ୟାଧୁନିକ ମେଡିକାଲ । ଶୁଣିବାକୁ ଅଜବ ଲାଗୁଥିଲେ ବି ଦେଖିଲେ ଆଖି ଲାଖିଯିବ

maharashtra-band
ମହାରାଷ୍ଟ୍ରରେ ଅଖ ଚକ ସବୁ ବନ୍ଦ

ମହାରାଷ୍ଟ୍ରରେ ଆଜି ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି । ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସା କାଣ୍ଡକୁ ବିରୋଧ କରି ଚାଷୀଙ୍କ ସମର୍ଥନରେ ଶିବସେନା ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ashish-mishra-hearing-on-the-petition-today
ରିମାଣ୍ଡରେ ଯିବେ କି ଆଶିଷ ମିଶ୍ରା ?

ରିମାଣ୍ଡରେ ଯାଇପାରନ୍ତି ଅଭିଯୁକ୍ତ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆବେଦନ କରିପାରନ୍ତି ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ ।

amitabh bachchan’s 80 birthday
୮୦ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଜଗତର ବିଗ୍‌ ବି ଅମିତାଭ୍‌ ବଚ୍ଚନ

୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍‌ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ । ଜନ୍ମଦିନ ଅବସରରେ ମୁମ୍ବାଇ ସ୍ଥିତ ଜଲ୍‌ସା ବାସଭବନ ବାହାରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ଏକାଠି ହୋଇ ଜନ୍ମଦିନ ପାଳନ କରିଛନ୍ତି ।

BSNL 4g
ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଏସଏନଏଲ 4G ସିମ୍

କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଫୋର ଜି ନେଟଓ୍ୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି।

Gold Rate Today
ଆଜି ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ସ୍ଥିର ରହିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩,୯୧୦ ଟଙ୍କା ଓ ୪୮,୭୦୦ ଟଙ୍କା ରହିଛି ।

Narendra Modi,Amit Shah
”ସରକାର ଚଳାଇବା ପାଇଁ ନୁହେଁ, ଦେଶକୁ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ମୋଦି’

ମୋଦି ଜଣେ ସର୍ବୋତ୍ତମ ଗଣତାନ୍ତ୍ରିକ ନେତା । ସରକାର ଚଳାଇବା ପାଇଁ ନୁହେଁ, ଦେଶ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଦି ଚଳିତ ସପ୍ତାହରେ ଜନସେବାରେ ତାଙ୍କର ୨୦ ବର୍ଷ ପୂରଣ କରିଛନ୍ତି । ଏହାସହ ମୋଦିଙ୍କୁ ତାନାଶାହା କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ

unnecessary-panic-coal-shortage
ବିଦ୍ୟୁତ ସଙ୍କଟ ନାହିଁ ! ଅଯଥା ଅପପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଶକ୍ତିମନ୍ତ୍ରୀ

ଗତକାଲି ଦିଲ୍ଲୀର ଉପ ରାଜ୍ୟପାଳ'ସମ୍ଭାବ୍ୟ ବିଦ୍ୟୁତ ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ବିଷୟରେ କାଲି ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଆର.କେ ସିଂ କହିଥିଲେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏପରି ସଙ୍କଟ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ସେହିପରି ଶକ୍ତିମନ୍ତ୍ରୀ କହିଛନ୍ତି, 'ଆଜି BSES, NTPC ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା ।

corona
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧୮ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଆଜି ବି କମ୍‌ ରହିଛି ଦୈନିକ ସଂକ୍ରମଣର ଟ୍ରେଣ୍ଡ୍‌। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮,୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୫୩,୪୭୫ରେ ପହଞ୍ଚିଛି

Lakhimpur Kheri Violence
ଆଶିଷ ମିଶ୍ରାଙ୍କ ଗୁମର ଖୋଲିଲା ମୋବାଇଲ୍ ନେଟଓ୍ୱର୍କ : ୩ ତାରିଖରେ ଲଖିମପୁର ଖେରିରେ ହିଁ ଥିବା ପୋଲିସ ହାତରେ ପ୍ରମାଣ

ମୋବାଇଲ ଫିଟାଇ ଦେଲା ଗୁମର । ମୋବାଇଲ ହିଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଦବଙ୍ଗ ପୁଅ ଆଶିଷ ମିଶ୍ରାଙ୍କୁ ଧରାଇ ଦେଇଛି । ଲଖିମପୁର ହିଂସା ନେଇ ଗତକାଲି ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । କିନ୍ତୁ ସେ ଅଧିକାଂଶ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ । ଠିକରେ ଉତ୍ତର ଦେଇନଥିଲେ । ପଚରାଉଚରା ବେଳେ ସେ ପୋଲିକୁ କୌଣସି ପ୍ରକାର ସହଯୋଗ କରୁନଥିଲେ

Amazon
ଦିନକୁ ୪ ଘଂଟା କାମ କରନ୍ତୁ, ମାସକୁ ୭୦ ହଜାର ଦରମା ନିଅନ୍ତୁ

ମାତ୍ର ୪ ଘଂଟା କାମ କରିବେ ଆଉ ମାସକୁ ୭୦ ହଜାର ଟଙ୍କାର ଦରମା ପାଇବେ। ହୁଏତ ଏହି କଥା ଶୁଣିବା ପରେ ଆପଣ କହିବେ, ମାତ୍ର ୪ ଘଂଟା କାମ କଲେ ମାସକୁ ୭୦ ହଜାର ଦେବ କିଏ? କିନ୍ତୁ ଏହା ପୂରା ସତ।

Ration
ଘରେ ପହଞ୍ଚିବ ରାସନ ସାମଗ୍ରୀ, ରାଜ୍ୟର ଯୋଜନାକୁ କେନ୍ଦ୍ରର ନା !

କଂଟ୍ରୋଲ ନୁହେଁ ବରଂ ଘରେ ରାସନ ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ ଦିଲ୍ଲୀ ସରକାର। ଅର୍ଥାତ୍‌ ଏବେ ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରେ ନୁହେଁ ବରଂ ଖାଉଟିମାନେ ନିଜ ନିଜ ଘରେ ରାସନ ପାଇବେ ବୋଲି ଦିଲ୍ଲୀ ସରକାର କହିଥିଲେ।

Petrol price today on 07 october 2021 hiked in delhi Mumbai Chennai and Kolkata check you city lates
ତୈଳ ଚାବୁକ୍ : ଦିଲ୍ଲୀରେ ୧୦୪ ଟଙ୍କା ଟପିଲା ପେଟ୍ରୋଲ୍ ଲିଟର୍, ମୁମ୍ବାଇରେ ରେକର୍ଡ ଛୁଇଁଲା ଡିଜେଲ ମୂଲ୍ୟ

ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ପିଠିରେ ତୈଳ ଚାବୁକ୍ । ପୁଣି ତେଲ ଦର ଆକାଶଛୁଆଁ । ଦେଶରେ ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଥମିବାର ନାଁ ନେଉନାହିଁ ।

Farmer In odisha
ଚାଷୀଙ୍କ ପାଇଁ ଜରୁରୀ ଖବର... ଏହି ସବୁ ଡକ୍ୟୁମେଣ୍ଟ୍ ଥିଲେ ପିଏମ କିଷାନ କିସ୍ତି ମିଳିବ ୪ ହଜାର ଟଙ୍କା

ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର। ଯଦି ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଦାଖଲ କରନ୍ତୁ ଏହି ସବୁ ଡକ୍ୟୁମେଣ୍ଟ । ନଚେତ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଷାନ କିସ୍ତି ଟଙ୍କା। ଆଉ ଏମିତି କଲେ ୨ ହଜାର ଟଙ୍କା ଜାଗାରେ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହେବ ୪ ହଜାର ଟଙ୍କା

India-China meeting
ଆଜି ଭାରତ-ଚୀନ୍ କୋର୍ କମାଣ୍ଡରସ୍ତରୀୟ ବୈଠକ

ଆଲୋଚନା ମାଧ୍ୟମରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ପୁଣି ବସୁଛି ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ। ଏହି ୧୩ତମ ବୈଠକ ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ

Union minister's son Ashish Mishra
କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା, ତଦନ୍ତରେ ସହଯୋଗ କରୁନାହାନ୍ତି ଆଶିଷ୍‌

ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ୧୧ ଘଣ୍ଟାକୁ ଉର୍ଦ୍ଧ୍ୱ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଗତକାଲି ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ

BJP Leader Ashish Mishra
ଲଖିମ୍‌ପୁର ଖେରି ମାମଲା: କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଗିରଫ

ଆଶିଷଙ୍କ ଆସିବା ନେଇ ପ୍ରାକ୍‌ ସୂଚନା ପାଇବା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସ୍‌ ସାମ୍ନାରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହଠାତ୍‌ ଅଫିସ ସାମ୍ନାରେ ସ୍କୁଟରରେ ଦୁଇଜଣ ଆସିଥିଲେ।

India-China
ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ

ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ । LAC ବିବାଦକୁ ନେଇ ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ ବସିବ ।